୪ର୍ଥ ଜାତୀୟ ନାନ୍ ଚାକୁ ପ୍ରତିଯୋଗୀତା ନିମନ୍ତେ ଓଡ଼ିଶା ଦଳର କାନପୁର ଯାତ୍ରା
୪ର୍ଥ ଜାତୀୟ ନାନ୍ ଚାକୁ ପ୍ରତିଯୋଗୀତା ନିମନ୍ତେ ଓଡ଼ିଶା ଦଳର କାନପୁର ଯାତ୍ରା
ଭୁବନେଶ୍ୱର ତା ୨୭/୦୧ (ଆ.ଦୁ.ନି) ଚଳିତ ମାସ ୨୮ ତାରିଖ ନାନ୍-ଚାକୁ ଆସୋସିଏସନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜନ ହେବାକୁଥିବା ୪ର୍ଥ ଜାତୀୟ ନାନ୍ ଚାକୁ ପ୍ରତିଯୋଗିତା ନିମନ୍ତେ ଓଡିଶା ନାନ୍ ଚାକୁ ପ୍ରତିଯୋଗୀ ମାନେ ଓଡିଶା ରାଜ୍ୟ ନାନ୍ ଚାକୁ ସଂଘର ସମ୍ପାଦକ ଦୀପକ କୁମାର ସାମନ୍ତରା ସହ ସମ୍ପାଦକ ସନ୍ତୋଷ କୁମାର ମହାରଣା ଓ କୋଷାଧ୍ୟକ୍ଷ ସପନ କୁମାର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବୋଧନରେ କାନପୁର , ଉତ୍ତର ପ୍ରଦେଶକୁ ଗସ୍ତ କରିବେ । ଏହି ପ୍ରତିଯୋଗିତା ଜାନୁଆରୀ ୩୦ ତାରିଖରୁ ଫେବୃଆରୀ ୦୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡିଶାରୁ ପୁରୁଷ ଓ ମହିଳା ପ୍ରତିଯୋଗୀମାନେ ହେଲେ, ମୁକୁନ୍ଦ ବର୍ଦ୍ଧନ, ଗୋପାଳ ଚନ୍ଦ୍ର କହଁର, କ୍ରିଷ୍ଣା ଶିକାରୀ, ରଞ୍ଜନ କୁମାର ପୃଷ୍ଟି, ବାଇଲୋଚନ ମଲ୍ଲିକ, ଆୟୁଷ ପ୍ରସାଦ ରଥ, ଶୁଭମ୍ ଦଳାଇ, ପ୍ରୀୟଂଶୁ ଶେଖର, କୁନାଲ ପଟ୍ଟନାୟକ, ହାର୍ଦିକ ଦାସ, ଖିତିଶ କୁମାର ଯାଦବ, ଓମ୍ ସାଇ ପ୍ରସାଦ, ହରିହର ମହାପାତ୍ର, ଆୟୁଷ୍ମାନ ପୃଷ୍ଟି, ସାନଭି ମିଶ୍ର, ପ୍ରଜ୍ଞା ବର୍ଦ୍ଧନ, ଅଭ୍ୟର୍ଥନା ବରାଳ, ଆରାଧନା ନାୟକ, ମନୁଶ୍ରୀ ବରାଳ । ଅଫିସିଆଲ୍ ଭାବେ ସପନ କୁମାର ମିଶ୍ର, ଦୀପକ କୁମାର ସାମନ୍ତରା ଓ ସୁବାସ ଚନ୍ଦ୍ର ଦଳାଇ ଦଳସହ ଯାତ୍ରା କରୁଛନ୍ତି। ଉତ୍କଳ କରାଟେ ସ୍କୁଲ ର ପ୍ରତିଷ୍ଠାତା ଡ. ହରି ପ୍ରସାଦ ପଟ୍ଟନାୟକ ପ୍ରତିଯୋଗୀ ମାନଙ୍କୁ ସୁଭାଶ୍ରିବାଦ ପ୍ରଦାନ କରିଛନ୍ତି ।
