ଭୁବନେଶ୍ଵର, ୩୧.୦୧.୨୦୨୬ :(ଆ.ଦୁ.ନି) ପ୍ରତିବର୍ଷ ଶୀବରାତ୍ରିକୁ ପ୍ରତିଫଳନ ଏବଂ ସୁରକ୍ଷାର ଏକ ପବିତ୍ର ରାତ୍ରି ଭାବେ ପାଳନ କରାଯାଇଥାଏ । ଯେତେବେଳେ ନୀରବତା ଗଭୀର ହୁଏ ଏବଂ ଶକ୍ତି ସମନ୍ବିତ ହୁଏ, ଭକ୍ତମାନେ ନିଜ ପାଇଁ ତଥା ନିଜୁ ପ୍ରିୟଜନଙ୍କ ପାଇଁ ଶକ୍ତି ଏବଂ ଆଶୀର୍ବାଦ ଲୋଡ଼ିଥାନ୍ତି। ପ୍ରଭୁ ଶୀବଙ୍କ ସବୁଠାରୁ ଶୁଭ ରାତ୍ରି ଭାବେ ଜଣା ଶୀବରାତ୍ରି ନୀରବତା, ସ୍ଥିରତା ଏବଂ ଭୟକୁ ଅତିକ୍ରମ କରିବାର ସାହସକୁ ପ୍ରତିପାଦିତ କରେ ।

ଏହି ପବିତ୍ର ଅବସରରେ ଚାନ୍ଦି ଭଣ୍ଡାର ଏହାର ନୂତନ ଆଧ୍ୟାତ୍ମିକ ସମ୍ଭାର ‘ଭୈରବ କଲେକ୍ସନ’କୁ ଉନ୍ମୋଚନ କରିଛି, ଯାହା ଭଗବାନ ଭୈରବଙ୍କ ଉଗ୍ର କିନ୍ତୁ ରକ୍ଷକ ରୂପ ଦ୍ୱାରା ଅନୁପ୍ରାଣିତ।
ଶୁଦ୍ଧ ୯୨.୫ ଷ୍ଟଲିଂ ରୂପାରେ ପ୍ରସ୍ତୁତ ‘ଭୈରବ କଲେକ୍ସନ’ ଭକ୍ତି, ଡିଜାଇନ୍ ଏବଂ ଉଦ୍ଦେଶ୍ୟକୁ ଏକତ୍ରିତ କରିଛି। ଏହି ଉନ୍ମୋଚନର ହୃଦୟରେ ରହିଛି ପ୍ରତୀକାତ୍ମକ ନନ୍ଦୀ ପେଣ୍ଡେଣ୍ଟ୍, ଯାହାକି ଭକ୍ତି, ବିଶ୍ୱସ୍ଥତା ଏବଂ ଅଟଳ ବିଶ୍ଵାସର ଏକ କାଳଜୟୀ ପ୍ରତୀକ।

କ୍ରିଷ୍ଟାଲ ପିକାସୋ ଏହି କଲେକ୍ସନକୁ ମନୋରମ କରୁଛି ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଆଷ୍ଟ୍ରୋ ବିଡ୍ସ ବ୍ରେସ୍ଲେଟ୍ ରେଞ୍ଜ୍, ଯାହାକୁ ଷ୍ଟଲିଂ ରୁପାରେ ଏକ ସମସାୟମିକ ତାବିଜ ପିସ୍ ଭାବେ ପିନ୍ଧିବା ଲାଗି ଡିଜାଇନ୍ କରାଯାଇଛି। ପୁରୁଷଙ୍କ ଡିଜାଇନ୍ରେ ବ୍ଲାକ୍ ଅନିକ୍ସ, ହାଓଲାଇଟ୍, ପାଇରାଇଟ୍, ଗ୍ରୀନ୍ ଆଭେଞ୍ଚରିନ୍, ଜେବ୍ରା ଆଗାଟେ ଏବଂ କ୍ଲିୟର କ୍ରିଷ୍ଟା ଆଦି ପଥର ବ୍ୟବହାର ହୋଇଛି। ସେହିଭଳି ମହିଳାଙ୍କ ବ୍ରେସ୍ଲେଟ୍ରେ ଲାପିସ୍ ଲାଜୁଲି, ଗ୍ରେ ମୁନ୍ଷ୍ଟୋନ୍, ଜାସ୍ପର, କ୍ଲିୟର କ୍ରିଷ୍ଟାଲ ଏବଂ ରୋଜ୍ କ୍ୱାର୍ଜ ଆଦି ପଥର ବ୍ୟବହାର ହୋଇଛି। ପ୍ରତ୍ୟେକ ମଣି ଶରୀର ରର ବିଭିନ୍ନ ଚକ୍ର ସହ ସଂଯୁକ୍ତ । ଏହା ସନ୍ତୁଳନ, ସ୍ପଷ୍ଟତା, ଭିଭିଭୂମି, ସାହସ ଏବଂ ସାମଗ୍ରିକ ଆଧ୍ୟାତ୍ମିକ ସୁସ୍ଥତାକୁ ସମର୍ଥନ କରୁଥିବା ଏକ ଶକ୍ତି ପରିସରର ପ୍ରତୀକ।

ଶୀବରାତ୍ରିକୁ ଅଧିକ ସ୍ବତନ୍ତ୍ର କରିବାକୁ ଯାଇ ଚାନ୍ଦି ଭଣ୍ଡାର ଏହାର ଫେଷ୍ଟିଭ୍ କ୍ୟାମ୍ପେନ୍ ‘ଗିଫ୍ଟ ଏ ପାୟଲ’କୁ ଆଣିଛି। ଏହି ଋତୁରେ ଗ୍ରାହକ ଚାନ୍ଦି ଭଣ୍ଡାରର ପରିବର୍ଷିତ ସମ୍ଭାରରୁ ବ୍ୟାପକ ରେଞ୍ଜ୍ ପାଉଁଜି ବାଛିପାରିବେ। ଏଥିସହିତ ଶୋ’ରୁମ ପକ୍ଷରୁ ଏକ ଭାବନାତ୍ମକ ଏବଂ ଅର୍ଥପୂର୍ଣ୍ଣ ଉପହାର ବିକଳ୍ପ ପ୍ରଦାନ କରାଯାଉଛି । କାରଣ ଶୀବରାତ୍ରିରେ ରୁପା ଉପହାର ଦେବାକୁ ପାରମ୍ପରିକ ଭାବେ ପବିତ୍ର ବୋଲି ଗଣନା କରାଯାଇଥାଏ। ଏହା ପ୍ରିୟଜନଙ୍କୁ ଆଶୀର୍ବାଦ, ସୁରକ୍ଷା ଦେବା ସହ ସେମାନଙ୍କ ସମୃଦ୍ଧିର ପ୍ରତୀକ।
ଏହି ଶୀବରାତ୍ରିରେ ଚାନ୍ଦି ଭଣ୍ଡାର ଏକ ସୀମିତ ସମୟ ଅଫର ଆଣିଛି । ଗ୍ରାହକ ୨୦୨୬ ଜାନୁଆରୀ ୩୦ରୁ ଫେବ୍ରୁଆରୀ ୧୫ ଯାଏ ଫ୍ଲାଟ୍ ୧୦% ରିହାତି ପାଇବେ । ଭୈରବ କଲେକ୍ସନର ଅନୁଭବ ନେବା ତଥା ଏକ ରୁପା ପାଉଁଜି ଉପହାର ଦେବା ପାଇଁ ଏହା ଉପଯୁକ୍ତ ମୁହୂର୍ତ୍ତ ।
ଏ ପରିପ୍ରେକ୍ଷୀରେ ଚାନ୍ଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍ସା ହଂସ କୁହନ୍ତି, ଏଭଳି ଏକ ସମ୍ଭାର ଆଣିବାରେ ଆମେ ବଜାରରେ ପ୍ରଥମ । ଭୈରବ ସମ୍ଭାରକୁ ଡିଜାଇନ କରିବା ମୋତେ ଅତ୍ୟନ୍ତ ଆନନ୍ଦ ଦେଇଛି। ଆମ ପ୍ରତ୍ୟେକଙ୍କ ମଧ୍ୟରେ ବାସ କରୁଥିବା ଭଗବାନ ଶୀବଙ୍କ ନିଭୀକ ଅବତାର ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଶୀବରାତ୍ରି ରାତ୍ରିରେ ଗ୍ରାହକଙ୍କ ପାଇଁ ଆମେ ଭୈରବ କଲେକ୍ସନକୁ ଆଣିଛୁ, ଯାହାକି ଏହାକୁ ଆହୁରି ସ୍ବତନ୍ତ୍ର କରୁଛି।
