ଭୁବନେଶ୍ବର 11.02.2026 [ଆ.ଦୁ.ନି] : ପୂର୍ବତଟ ରେଳପଥ, ଭୁବନେଶ୍ବର ସ୍ଥାୟୀ କର୍ମଚାରୀ ମାନଙ୍କର ସରକାରୀ ଦରମା 369 ପେନ୍ସନ୍ ଆକାଉଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କରେ ଖୋଲିବା ନିମନ୍ତେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ପୂର୍ବତଟ ରେଳପଥ ମଧ୍ଯରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ଚୁକ୍ତିପତ୍ର ଅନୁଯାୟୀ ବିଓଆ ଓଆଇର ଦରମା ଆକାଉଣ୍ଟଧାରୀମାନଙ୍କୁ ବ୍ୟାଙ୍କ ପକ୍ଷରୁ ୧୩୦ ଲକ୍ଷ ଟଙ୍କାର ମାଗଣା ବ୍ୟକ୍ତିଗତ ଦୁର୍ଘଟଣା (ମୃତ୍ୟୁ) ବୀମା, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଟର୍ମ ଇନ୍ସ୍ୟୁରାନ୍ସ, ୧୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଅକ୍ଷମତା କଭର, ୬୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଂଶିକ ଅକ୍ଷମତା କଭର, ବିମାନ ଦୁର୍ଘଟଣାଜନିତ (ମୃତ୍ୟୁ) ବୀମା କଭର ୨୦୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ସନ୍ତାନ/ସନ୍ତତିଙ୍କ ଉଚ୍ଚ ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଆଦି ଅନେକ ସୁବିଧା ଉପଲବ୍ଧ ରହିଛି।
ଏହି ଅବସରରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ଵର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ମହାପ୍ରବନ୍ଧକ ବିକାଶ କ୍ରୀଷ୍ଣା, ବ୍ୟାଙ୍କର ଭୁବନେଶ୍ଵର ଅଞ୍ଚଳର ଉପ-ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ବିଜୟ କୁମାର ମଲିକ, ଭୁବନେଶ୍ଵର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ଅଶୋକ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପୂର୍ବତଟ ରେଳପଥର ସଞ୍ଜୟ କୁମାର, ଆଇଆର୍ପିଏସ୍, ପ୍ରି ନ୍ତି ପାଲ ଚିଫ୍ ପର୍ସନାଲ ଅଫିସର, ଅଞ୍ଜନ ରାୟ, ଆଇଆର୍ପିଏସ୍, ଚିଫ୍ ପର୍ସନାଲ ଅଫିସର( ସିପିଓ), ଆଇଆର୍ ଏବଂ ସୁରେଶ କୁମାର ବେହେରା, ଆଇଆର୍ପିଏସ୍, ଡେପୁଟୀ ଚିଫ୍ ପର୍ସନାଲ ଅଫିସର(ଡେପୁଟୀ ସିପିଓ) ପ୍ରମୁଖ ଉପସ୍ଥିତ ଥିଲେ।
