ଭୁବନେଶ୍ୱର 15.02.2026 [ଆ.ଦୁ.ନି] ରାଜ୍ୟପାଳ ମନ୍ଦିର ନିକଟରେ ଆୟୋଜିତ ସାଂସ୍କୃତିକ ମହୋତ୍ସବର ଉଦଘାଟନ କରିଥିଲେ ଏବଂ କଳାକାରମାନଙ୍କ ଦ୍ୱାରା ପରିବେଷିତ ଭକ୍ତିମୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।
ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର–ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ଶ୍ରୀମତୀ ସୁଲୋଚନା ଦାସ, ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ରାଜ୍ୟପାଳ ପ୍ରକାଶ କରିଛନ୍ତିଯେ, ମହାଶିବରାତ୍ରି ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଜାଗ୍ରୁତିର ପ୍ରତୀକ ଏବଂ ଏହି ପବିତ୍ର ଅବସର ସମସ୍ତଙ୍କ ମନରେ ଅଧ୍ୟାତ୍ମିକତା ଓ ଆନ୍ତରିକ ଶକ୍ତି ସୃଷ୍ଟି କରୁ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି l


