ଭୁବନେଶ୍ୱର ୧୦ ମାର୍ଚ୍ଚ, ୨୦୨୬ [ଆ.ଦୁ.ନି] ୧୮୨ତମ ଓଡ଼ିଶା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଧ୍ୟକ୍ଷ, ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ୍ କମିଟି, ଓଡ଼ିଶା ଶ୍ରୀ ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି ଯେ ୨୦୨୫-୨୬ ପାଇଁ ବାର୍ଷିକ ଋଣ ଯୋଜନା ପ୍ରାଥମିକତା କ୍ଷେତ୍ର ଅଧୀନରେ ବାର୍ଷିକ ୨,୫୨,୦୯୫.୬୬ କୋଟି ଟଙ୍କାର ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ସମସ୍ତ ବ୍ୟାଙ୍କ ୩୧.୧୨.୨୦୨୫ ସୁଦ୍ଧା ୧,୭୩,୬୬୨.୫୮ କୋଟି ଟଙ୍କା ହାସଲ କରିଛନ୍ତି ଯାହା ଧାର୍ଯ୍ୟ ଲକ୍ଷ୍ୟର୬୮.୮୯% ଅଟେ ।ବ୍ୟାଙ୍କଗୁଡିକ ବାର୍ଷିକ ଋଣ ଯୋଜନା ଧାର୍ଯ୍ୟ ଲକ୍ଷ୍ୟର ୯୭.୫୧% ହାସଲ କରିଛନ୍ତି । ଉଭୟ ପ୍ରାଥମିକ କ୍ଷେତ୍ର ଏବଂ ଅଣ-ପ୍ରାଥମିକତା କ୍ଷେତ୍ରକୁ ମିଶାଇ ୪ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ୩.୯୦ ଲକ୍ଷ କୋଟି ଟଙ୍କାର ଉପଲବ୍ଧି ହାସଲ କରିଛନ୍ତି । ରାଜ୍ୟର ବ୍ୟାଙ୍କଗୁଡ଼ିକ କୃଷି କ୍ଷେତ୍ରରେ ୬୮% ଏବଂ ଏମଏସଏମଇ କ୍ଷେତ୍ରରେ ୭୭% ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛନ୍ତି।ସାମାଜିକ ସୁରକ୍ଷା ଯୋଜନା ଅଧୀନରେ, ୩୧.୧୨.୨୦୨୫ ସୁଦ୍ଧା ପ୍ରଧାନମନ୍ତ୍ରୀ ଜୀବନ ଜ୍ଯୋତି ବୀମା ଯୋଜନା (ପିଏମଜେଜେବିୱାଇ) ଅଧୀନରେ ୭୩.୬୬%, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ପିଏମ୍ଏସ୍ବିୱାଇ) ଅଧୀନରେ ୬୬.୨୭%, ଅଟଳ ପେନସନ୍ ଯୋଜନାରେ ୧୦୧.୯୦% ଏବଂ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମଜେଡ଼ିୱାଇ) ରେ ୪୮.୦୪% ଧାର୍ଯ୍ୟ ଲକ୍ଷ୍ୟ ହାସଲ କରାଯାଇଛି । ଏଥିସହିତ ପିଏମଜେଜେବିୱାଇ ଏବଂ ପିଏମଏସବିୱାଇ ଅଧୀନରେ ୬୭ ହଜାରରୁ ଅଧିକ ଦାବି ସମାଧାନ କରାଯାଇଛି । ୩୧.୧୨.୨୦୨୫ ସୁଦ୍ଧା ରାଜ୍ୟର ସିଡି ଅନୁପାତ ୭୩.୫୫% ରହିଛି ।ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରମୁଖ କେନ୍ଦ୍ରୀୟ କ୍ଷେତ୍ରଗୁଡିକୁ ଚିହ୍ନଟ କରୁଥିବା ସମୟରେ, ଓଡିଶା ସରକାରଙ୍କଉନ୍ନୟନ କମିଶନର ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ସୂଚିତ କରିଛନ୍ତି ଯେ ଓଡିଶାର ରାଜସ୍ୱ ଆୟ ବୃଦ୍ଧି ମଜବୁତ ଅଛି ଏବଂ ସାର୍ବଜନୀନ ଅର୍ଥନୀତିର ବୃଦ୍ଧି, ପ୍ରାଥମିକତାକ୍ଷେତ୍ର ଏବଂ ଅଣ-ପ୍ରାଥମିକତାକ୍ଷେତ୍ର ଉଭୟରେ, ରାଜ୍ୟର ଅଭିବୃଦ୍ଧି ସହ ସାମଞ୍ଜସ୍ୟ ରହିବା ଦରକାର ବୋଲି ଜୋର ଦେଇଛନ୍ତି।ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର ବାର୍ଷିକ ଋଣ ଯୋଜନାର ସଫଳତା ଏବଂ ରାଜ୍ୟର ସିଡି ଅନୁପାତ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ।କେସିସିରେ ଟିକେଟ୍ ଆକାର ବୃଦ୍ଧି, ଶିକ୍ଷା, ଗୃହ, ରପ୍ତାନି ଋଣ, ସ୍ଵୟଂ ସହାୟକ ଗୋଷ୍ଠୀ ଋଣ ଲିଙ୍କେଜ୍, ଶିକ୍ଷା ଋଣ ଅଧୀନରେ ସୁଧ ରିହାତି ଯୋଜନା ଏବଂ ସିକେୱାଇସିକୁ ସହଜ କରିବା ସହିତ ପ୍ରମୁଖ ପ୍ରାଥମିକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମିଳିତ ପ୍ରାଥମିକତା ଏବଂ ଅଣପ୍ରାଥମିକ କ୍ଷେତ୍ରର ଋଣ ଧାର୍ଯ୍ୟ ଲକ୍ଷ୍ୟ ୬ ଲକ୍ଷ କୋଟି ରଖାଯାଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।ଭାରତୀୟ ରିଜର୍ଭ ବ୍ଯାଙ୍କ, ଭୁବନେଶ୍ୱରର କ୍ଷେତ୍ରୀୟନିର୍ଦ୍ଦେଶକ ଡ. ସାରଦା ପ୍ରସନ ମହାନ୍ତି ରାଜ୍ୟର ବିକାଶ ପାଇଁ ବାର୍ଷିକ ଋଣ ଯୋଜନାରଧାର୍ଯ୍ୟ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିମ୍ନ ପ୍ରଦର୍ଶନ କରୁଥିବା ଜିଲ୍ଲାଗୁଡ଼ିକରେ ପ୍ରମୁଖ ବ୍ୟାଙ୍କଗୁଡ଼ିକର ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ ।ସେ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଋଣ ଆବେଦନକୁ ବିଚାରାଧୀନ ରଖିବା ଏକ ସମାଧାନ ନୁହେଁ ଏବଂ ଭଲ ଋଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ଗ୍ରହଣୀୟ ନୁହେଁ ।ଏମଏସଏମଇ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସୁଶ୍ରୀ ରଶ୍ମିତା ପଣ୍ଡା ଏମଏସଏମଇ କ୍ଷେତ୍ର, ପିଏମଇଜିପି, ପିଏମଏଫଏମଇ, ପିଏମଏମୱାଇ, ପିଏମଏମୱାଇ, ପିଏମସ୍ୱନିଧି ଏବଂ ପିଏମ-ବିଶ୍ୱକର୍ମା ଯୋଜନାକୁ ଆର୍ଥିକ ସହାୟତା ଉପରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।ଏଫ୍ ଏବଂ ଏଆରଡି ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ ସହଯୋଗୀ କ୍ଷେତ୍ରର ସଫଳତା ତଥା ପଶୁପାଳନ ଏବଂ ମତ୍ସ୍ୟ ଚାଷୀଙ୍କ ପାଇଁ କେସିସି ପରିପୂର୍ଣ୍ଣତା ଏବଂ ସଫଲ ପୋର୍ଟାଲରେ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ । ଗୌତମ ପାତ୍ର,ମୁଖ୍ୟ ମହାପ୍ରବନ୍ଧକ, ୟୁକୋ ବ୍ୟାଙ୍କ ଏବଂ ଆବାହକ, ରାଜ୍ୟ ସ୍ତରୀୟ ବ୍ଯାଙ୍କର୍ସ ସମିତି,ଓଡ଼ିଶା ଡିସେମ୍ବର 2025 ରେ ସମାପ୍ତ ହୋଇଥିବା ତ୍ରୈମାସିକ ବୈଠକରେ ସମସ୍ତ ବ୍ୟାଙ୍କର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ପିପିଟି ମାଧ୍ୟମରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଷରେ, ଏସଏଲବିସି, ଓଡ଼ିଶାର ପ୍ରଭାରୀ, ଶ୍ରୀ ଲିଙ୍ଗରାଜ ନାୟକ ବୈଠକରେ ଉପସ୍ଥିତ ସମସ୍ତ ସମ୍ମାନିତ ବ୍ୟକ୍ତି ବିଶେଷ ଓ ସହଭାଗୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
