ଭୁବନେଶ୍ବର 23.03.2026 [ଆ.ଦୁ.ନି]: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂତନ ସୁନ୍ଦରପଦା ଶାଖା କୋକିଳା କାଞ୍ଚନ ଟାଓ୍ବାରଠାରେ ଉଦ୍ଘାଟିତ ହୋଇଯାଇଛି । ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ହରେକୃଷ୍ଣ ଦାସ ଏହି ଶାଖାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ନିରଞ୍ଜନ ବାରିକ, ସହାୟକ ମହାପ୍ରବନ୍ଧକ ବିନୟ ଶର୍ମା, ସୁନ୍ଦରପଦା ଶାଖାର ଶାଖା ମୁଖ୍ୟ ସୌମେନ୍ଦ୍ର ଦାଶଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ନୂତନ ସୁନ୍ଦରପଦା ଶାଖା ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରର ୬୪ ତମ ଶାଖା ଅଟେ । ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୁନ୍ଦରପଦା ଅଞ୍ଚଳର ଜନସାଧାରଣଙ୍କୁ ସର୍ବୋତ୍ତମ ଗ୍ରାହକ ସେବା ପ୍ରଦାନ କରିବା ସହ ଏହି ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଦାସ ସୂଚନା ଦେଇଛନ୍ତି।
