*ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର
ଭୁବନେଶ୍ବ ର,୨୬୩ [ଆ.ଦୁ.ନି] ଶୈଳବାଳା ମହିଳା କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି କରିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ । ଗୁରୁବାର ସୋଫିଆଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଧାନସଭା ପରିସର ଚାମ୍ବରରେ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଐତି ହାସିକ ଦୃଷ୍ଟିକୋଣରୁ ମହାବିଦ୍ୟାଳୟ ଗୁରୁତ୍ବ ବହନ କରେ କରେ । ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ପଦ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ରଖିଥିଲେ ।
ଏହା ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ରାଜ୍ୟର ମହିଳା ସଶକ୍ତିକରଣର ପ୍ରତୀକ ଭାବେ ପରିଚୟ ପାଇ ପାରିଛି। ତେଣୁ ଏହାକୁ ବିଶ୍ଵବିଦ୍ୟାଳୟ ଭାବେ ଗଢ଼ି ତୋଳିବା ଆମ ସମସ୍ତଙ୍କର କର୍ତବ୍ୟ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସୋଫିଆ ଅନୁରୋଧ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ କଲେଜର ପୁରାତନ ଛାତ୍ର ସଂସଦ ସଦସ୍ୟ, ମଧୁସୃତି ସୁରକ୍ଷା ମଞ୍ଚ କର୍ମକର୍ତ୍ତା ଓ ଅଧୟନରତ ଛାତ୍ରୀ ଉପସ୍ଥିତ ଥିଲେ ଓ ଗିରିବାଳା ମହାରଣା, ଗୋପା ଦାସ ଓ ସନ୍ତୋଷ ମହାରାଣା ପ୍ରମୁଖ ଉପସ୍ଥିତ ଥିଲେ।


