ଅନଗୁଳ|ଭୁବନେଶ୍ଵର 27.03.2026[ଆ.ଦୁ.ନି] ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ତଥା ବହୁ ଭରସାଯୋଗ୍ୟ ରୂପା ଗହଣା ବ୍ରାଣ୍ଡ ଚାନ୍ଦି ଭଣ୍ଡାର ଅନୁଗୁଳରେ ଏହାର ଏକ ନୂଆ ଷ୍ଟୋର ଖୋଲିଛି। ଏହା ଅନୁଗୁଳରେ ବ୍ରାର ଦ୍ଵିତୀୟ ଏବଂ ସମଗ୍ର ଓଡ଼ିଶାରେ ୨୭ତମ ଷ୍ଟୋର। ବାଜରାପଡ଼ା ଗାନ୍ଧି ମାର୍ଗ ଛକ ସ୍ଥିତ ୱାର୍ଲଡ ଅଫ୍ ଟାଇଟନ ନିକଟରେ ଏହା ଖୋଲିଛି।
ବ୍ରାଣ୍ଡ୍ର ୧୨ ବର୍ଷର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ ମାଇଲଖୁଣ୍ଟ । ଏଥିସହିତ ବ୍ରାଣ୍ଡ୍ ରୁପା କାରିଗରୀ ଏବଂ ଶୁଦ୍ଧତା ଓ ଡିଜାଇନ କ୍ଷେତ୍ରରେ ନୂଆ ମାନଦଣ୍ଡ ସ୍ଥାପନ ପରିଭାଷିତ କରିବାର ବିରାସତକୁ ମଜଭୁତ କରିଛି। ଅମଲପଡ଼ା ଲେନ୍-୨ ଷ୍ଟୋରର ସଫଳତା ପରେ ଏହି ସମ୍ପ୍ରସାରଣ ସ୍ବାଭାବିକ। କାରଣ ଚାନ୍ଦି ଭଣ୍ଡାର ରୂପା ଗହଣା ଶିଳ୍ପରେ ଏହାର ନେତୃତ୍ବକୁ ଜାରି ରଖିଛି। ଅନୁଗୁଳର ହୃଦୟରେ ଅବସ୍ଥାପିତ ଏହି ନୂଆ ସ୍କୋର ୨୦୦୦ ବର୍ଗଫୁଟ୍ ପରିବ୍ୟାପ୍ତ ସ୍ଥାନରେ ନିର୍ମିତ । ସୁନ୍ଦର ଲେଆଉଟ୍ ଏବଂ ମନମୋହକ ପ୍ରଦର୍ଶନ ସହିତ ଏ ଷ୍ଟୋର ଏକ ଚିତନଶୀଳ ଭାବେ ସଂଯୋଜିତ ପରିବେଶ ପ୍ରଦାନ କରୁଛି । କାଳଜୟୀ ପରମ୍ପରା ସହ ଆଧୁନିକ ବିଳାସର ମିଶ୍ରଣକୁ ପ୍ରତିଫଳନ କରିବାକୁ ଡିଜାଇନ ହୋଇଥିବା ଏ ଷ୍ଟୋର ରୂପା କଳାକୃଲିର ସର୍ବୋତ୍ତମ ପ୍ରଦର୍ଶନ କରେ, ଯାହା ଏକ ନିମଗ୍ନ ଏବଂ ପ୍ରେରଣାଦାୟୀ ସପିଂ ଅନୁଭୂତି ପ୍ରଦାନ କରୁଛି ।
ଏହି ମେଗା ଉଦ୍ଘାଟନକୁ ପାଳନ କରିବା ପାଇଁ ଅନୁଗୁଳ ଷ୍ଟୋର ପ୍ରତି ଅବସର ପାଇଁ ଷ୍ଟର୍କି” ରୂପାର ଉତ୍କୃଷ୍ଟ ସମ୍ଭାର ପ୍ରଦାନ କରୁଛି । ୯୨.୫% ଶୁଦ୍ଧ ରୁପା ବାସନରୁ ଆରମ୍ଭ କରି ପ୍ରିମିୟମ ଗହଣା ପର୍ଯ୍ୟନ୍ତ ଷ୍ଟୋରରେ ମହିଳା, ପୁରୁଷ ଏବଂ ପିଲାମାନଙ୍କ ପାଇଁ ବ୍ୟାପକ ରେଞ୍ଜ୍ ରହିଛି ।
ମହିଳାମାନଙ୍କ ପାଇଁ ଜିର୍କନ୍ଖଚିତ ନେକ୍କ୍ସେସ୍, ଚୁଡ଼ି, ମୁଦି, କାନଫୁଲ, ବ୍ରେସ୍ଲେଟ୍ ଏବଂ ଆଟ୍ଲେଟ୍ର ଭଳିକି ଭଳି ସମ୍ଭାର ଏଠାରେ ରହିଛି, ଯାହାକି ଫେଷ୍ଟିଲ୍ ସେଲିବ୍ରେଶନ୍ ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ ।
ପୁରୁଷଙ୍କ ରୂପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଷ୍ଟୋରରେ ଉପଲବ୍ଧ, ଯେଉଁଥିରେ ବ୍ରେସ୍ଲେଟ୍, ମୁଦି, କଫ୍ଲିଙ୍କ୍ ଏବଂ ଚେନ୍ ଆଦି ରହିଛି । ପିଲାମାନଙ୍କ ପାଇଁ କୌତୁକିଆ ଏବଂ ପ୍ରିମିୟମ କିସ କଲେକ୍ସନ ଉପଲବ୍ଧ।
ସର୍ବୋତ୍ତମ ଗହଣା ସହିତ ଆହୁରି ଅଧିକ କିଛି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର । ପାରମ୍ପରିକ ରୁପା ଆଇଟମ୍ ସହିତ ଆଧୁନିକ ଲାଇଫ୍ ଷ୍ଟାଇଲ୍ ଉତ୍ପାଦ ଏହା ଉପଲବ୍ଧ କରିଥାଏ। ରୂପାରେ ପ୍ରସ୍ତୁତ ୱାଇନ୍ ଗ୍ଲାସ, କିସ୍କି ଗ୍ଲାସ ଏବଂ ବଟଲ ଦୈନନ୍ଦିନ ବ୍ୟବହାରରେ କେବଳ ରୂପାର ୱେଲ୍ନେସ୍ ଫାଇଦା ପ୍ରଦାନ କରି ନ ଥାଏ, ଏଗୁଡ଼ିକ ମଧ୍ୟ ଚିତ୍ତନଶୀଳ ଉପହାର ଭାବେ କାର୍ଯ୍ୟରେ ଆସିଥାଏ । ପରିବାରର ସମସ୍ତ ସଦସ୍ୟଙ୍କ ଆବଶ୍ୟକତାକୁ ଚାହିଁ ଭଣ୍ଡାର ପୂରଣ କରିଥାଏ। ଏ କଲେକ୍ସନରେ ମଧ୍ୟ ରହିଛି ଟି’ ସେଟ୍, ଉଡେନ ସିଭର-ୱାର୍କ ଟ୍ରେ ଏବଂ ସୁନ୍ଦର ଲାଇଫ୍ଷ୍ଟାଇଲ୍ ପିସ୍ । ପ୍ରତ୍ୟେକ ଲିଭିଂ ସ୍ପେସ୍ରେ ଏହା ଆନନ୍ଦ ଯୋଡ଼ିଥାଏ ଏବଂ ପ୍ରତ୍ୟେକ ଅବସର ପାଇଁ ଉପଯୁକ୍ତ ଉପହାର ବିକଳ୍ପ ଭାବେ କାର୍ଯ୍ୟ କରେ ।
ସ୍ବତନ୍ତ୍ର ଲଞ୍ଚି ଅଫର ଭାବେ ଚାନ୍ଦି ଭଣ୍ଡାର ଗଢ଼ା ମଜୁରିରେ ୫୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି । ଏହା ଏପ୍ରିଲ ୪ରୁ ୧୯ ପର୍ଯ୍ୟନ୍ତ ଉପଲବ୍ଧ। ବ୍ରାଣ୍ଡ୍ର ସିଗ୍ନେଚର କଲେକ୍ସନ ଲାଭ କରିବାର ଏହା ପ୍ରକୃଷ୍ଣ ସମୟ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।
ଏ ଅବସରରେ ଚାଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍ସା ହଂସ କୁହନ୍ତି, ଅନୁଗୁଳରେ ଆମର ୨୭ତମ ଷ୍ଟୋର ଖୋଲି ଆମେ ଅତ୍ୟନ୍ତ ଗର୍ବିତ। ଏହି ସହର ଆମକୁ ଅତ୍ୟନ୍ତ ଭଲ ପାଇବା ଦେଇଛି। ଏଠାରେ ଦ୍ଵିତୀୟ ଷ୍ଟୋର ଖୋଲଯିବା ଆମ ଗ୍ରାହକଙ୍କ ଦୃଢ଼ ବିଶ୍ୱାସକୁ ପ୍ରତିଫଳିତ କରୁଛି । ଅକ୍ଷୟ ତୃତୀୟାରେ ଏହା ଆମ ପାଇଁ ଏକ ସୁନ୍ଦର ନୂତନ ଆରମ୍ଭ ।
ନିରନ୍ତର ସମ୍ପ୍ରସାରଣର ଅଂଶବିଶେଷ ବାନ୍ଦି ଭଣ୍ଡାର ବରଗଡ଼ରେ ଏହାର ୨୮ତମ ଷ୍ଟୋର ଖୋଲିବାକୁ ଯାଉଛି। ରାଜ୍ୟ ବାହାରେ ଉପସ୍ଥିତି ବଢ଼ାଇବାର ଲକ୍ଷ୍ୟ କ୍ରମେ ବ୍ରାଣ୍ଡ ରାୟପୁରରେ ଏହାର ପ୍ରଥମ ଦୁଇଟି ଷ୍ଟୋର ଖୋଲିବ। ଏଥିସହିତ ରାଜ୍ୟ ବାହାରେ କାରବାର ଆରମ୍ଭ କରିବ ଚାନ୍ଦି ଭଣ୍ଡାର ।
ଚାନ୍ଦି ଭଣ୍ଡାର ବିଷୟରେ: ଚାନ୍ଦି ଭଣ୍ଡାର ରାଜ୍ୟର ସର୍ବବୃହତ୍ ରୂପା ଗହଣା ଚେନ୍ ଷ୍ଟୋର । ୨୦୧୩ରେ ଏକ ସ୍ୱତନ୍ତ୍ର ସିଲ୍ଲର ସ୍କୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ରାଜ୍ୟରେ ୨୮ରେ ପହଞ୍ଚିଛି। ଭୁବନେଶ୍ୱରର ରଘୁନାଥପୁର, ସହିଦ ନଗର, ପଟିଆ, ରସୁଲଗତ, ଜନପଥ, ସୌଭାଗ୍ୟନଗର, ନୟାପଲ୍ଲୀ, ଲୁଇସ୍ ରୋଡ୍ ଏବଂ ଖଣ୍ଡଗିରି, ଖୋର୍ଦ୍ଧା, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ, ସିଡିଏ ଏବଂ ଲିଙ୍କ୍ ରୋଡ୍, ରାଉରକେଲା, ଅନୁଗୁଳର ଅମଲାପଡ଼ା ଏବଂ ଗାନ୍ଧି ମାର୍ଗ ଛକ, ଯାଜପୁର, ବ୍ରହ୍ମପୁର, ବାଲେଶ୍ଵର, ଢ଼େଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ବଲାଙ୍ଗୀର ଏବଂ ଭଦ୍ରକରେ ଏହାର ଷ୍ଟୋର ରହିଛି।
ଗ୍ରାହକଙ୍କୁ ବ୍ୟାପକ ରେଭ୍ ରୁପା ଉତ୍ପାବ ଯୋଗାଇବା, ଜୀବନକାଳ ମାଗଣା କ୍ଲିକ୍ରିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାଦି ଭଣ୍ଡାରର ପ୍ରତିଶ୍ରୁତି ।
