ଭୁବନେଶ୍ୱର ୪-୪-୨୦୨୬ [ଆ.ଦୁ.ନି] ସ୍ଥାନୀୟ ଡୁମୁଡୁମାରେ ଅବସ୍ଥିତ, ଗାଇଡାନ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଡୁମୁଡୁମା ଫେଜ- ୩ରେ ଥିବା ଅନାଥ ଆଶ୍ରମ ‘ଆଶ୍ରୟ’ରେ ପିଲାମାନଙ୍କ ଦ୍ୱାରା କେକ୍ କଟିଙ୍ଗ କାର୍ଯ୍ୟକ୍ରମ ସହାୟତାରେ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା ଏବଂ ପୋଖରୀପୁଟରେ ଥିବା ମଧୁସୂଦନ ପାର୍କରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୧୫୦ ଅଧିକ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ସଦସ୍ୟ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।
