ଭୁବନେଶ୍ଵର 4.4.2026 [ଆ.ଦୁ.ନି] : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ଵର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ରୂପେ ରମେଶ କୁମାର ସାମଲ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ପଶ୍ଚିମବଙ୍ଗ ସାଉଥ୍ ୨୪ ପ୍ରଗଣା ମଣ୍ଡଳର ମଣ୍ଡଳ ମୁଖ୍ୟ ରୂପେ କାର୍ଯ୍ୟ କରୁଥିଲେ। କେନ୍ଦୁଝର ଜିଲ୍ଲାର ଶାଳବଣି ପଞ୍ଚାୟତର ନିବାସୀ ଶ୍ରୀ ସାମଲ ୨୦୦୦ ମସିହାରେ ଜନୈକ ପ୍ରୋବେସନାରୀ ଅଫିସର ଭାବେ ବ୍ୟାଙ୍କରେ ଯୋଗଦେଇଥିଲେ। ତାଙ୍କର କାର୍ଯ୍ୟକାଳ ମଧ୍ଯରେ ସେ ପଶ୍ଚିମବଙ୍ଗ, ଛତିଶଗଡ ଓ ଓଡିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ତାଙ୍କର ଏହି ୨୬ବର୍ଷ କାର୍ଯ୍ୟକାଳ ମଧ୍ଯରେ ସେ ପ୍ରାୟ ୧୫ବର୍ଷ ଶାଖା ସ୍ତରରେ ଓ ୫ ବର୍ଷ ଟ୍ରେଜେରୀ ବିଭାଗରେ କାର୍ଯ୍ୟ କରିଛନ୍ତି। ନିକଟରେ ସେ ଉପ ମହାପ୍ରବନ୍ଧକ ପଦବୀକୁ ପଦୋନ୍ନତୀ ପାଇ ଭୁବନେଶ୍ଵର ମଣ୍ଡଳର ମଣ୍ଡଳ ମୁଖ୍ୟ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ସାମଲ ତାଙ୍କର କାର୍ଯ୍ୟକାଳ ମଧ୍ଯରେ ରିଟେଲ୍, କୃଷି ଓ ଏସ୍ଏସ୍ଏମ୍ଇ କ୍ଷେତ୍ରରେ ଅଧିକ ଋଣ ପ୍ରଦାନ ପାଇଁ ରୁଚି ରଖୁଥିବା କଥା ପ୍ରକାଶ କରିଛନ୍ତି। ଏଥି ସହିତ କାସା ଏବଂ ଉତ୍କୃଷ୍ଟ ଗ୍ରାହକ ସେବାକୁ ମଧ୍ୟ ସେ ଗୁରୁତ୍ଵ ଦେବେ ବୋଲି କହିଛନ୍ତି।
