ଭୁବନେଶ୍ୱର 5.4.2026 [ଆ.ଦୁ.ନି] କାନାରା ବ୍ୟାଙ୍କ ଭୁବନେଶ୍ଵର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ସୁବୋଧ କୁମାର ମଲ୍ଲିକ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏମ୍ବିଏ ଓ ଏକ ଏଲଏଲ୍ବି ଡିଗ୍ରୀଧାରୀ ଶ୍ରୀ ମଲ୍ଲିକ ୧୯୯୪ ମସିହାରୁ କାନାରା ବ୍ୟାଙ୍କ ସହ ଜଡ଼ିତ ରହି ତିନି ଦଶକରୁ । ଅଧିକ ସମୟ ଧରି ବ୍ୟାଙ୍କିଙ୍ଗ୍ ଅଭିଜ୍ଞତା ହାସଲ କରିଛନ୍ତି। ସେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ବ୍ୟାଙ୍କର ବ୍ୟବସାୟିକ ବିକାଶ, ପରିଚାଳନାକୁ ସୁଦୃଢ଼ କରିବା ଓ ସେବାର ମାନ ବୃଦ୍ଧି କରିବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ସେ ଏହା ପୂର୍ବରୁ ଆଗ୍ରା ଏବଂ ଭୋପାଳ ସହିତ ଗ୍ବାଲିଅର, ପାଟନା, ଚଣ୍ଡିଗଡ଼ ଓ ଗୌହାଟିର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକରେ ଦାୟିତ୍ଵ ନିର୍ବାହ କରି ଦୃଷ୍ଟାନ୍ତମୂଳକ ନେତୃତ୍ବ ଓ ପରିଚାଳନା ଉତ୍କର୍ଷତାର ପରିଚୟ ଦେଇ ପାରିଛନ୍ତି। ତାଙ୍କ ନେତୃତ୍ୱରେ ଭୁବନେଶ୍ଵର ସର୍କଲରେ ରିଟେଲ୍ ଓ ଏମ.ଏସ.ଏମଇ ଋଣ ବୃଦ୍ଧି, ଡିଜିଟାଲ ବ୍ୟାଙ୍କିଙ୍ଗ୍ ସେବାର ବିସ୍ତାର ଓ ଗ୍ରାହକମୁଖୀ ସେବାକୁ ଆହୁରି ସୁଦୃଢ଼ କରିବାରେ ଗୁରୁତ୍ବ ଦିଆଯିବା ସହିତ ବ୍ୟବସାୟିକ ଅଭିବୃଦ୍ଧି, ଶାଖାଗୁଡିକର କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ ଗ୍ରାହକ ଏବଂ ହିତାଧୀକାରୀଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିବେ। ଏଥି ସହିତ ସମ୍ପତ୍ତିର ଗୁଣବତ୍ତା ରକ୍ଷା, ଆର୍ଥିକ ଅନ୍ତର୍ଭୁକ୍ତି, ପ୍ରୋତ୍ସାହନ ଓ ସରକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ ମାଧ୍ଯମରେ ସମାବେଶମୂଳକ ବିକାଶକୁ ଆଗକୁ ବଢ଼ାଇବାରେ ପ୍ରାଥମିକତା ଦିଆଯିବ। ତାଙ୍କର ନୂତନ ଦୃଷ୍ଟିଭଙ୍ଗୀରେ ପ୍ରଯୁକ୍ତିର ସଦୁପଯୋଗ ଯୋଗ ଓ ଉଚ୍ଚମାନର କାର୍ଯ୍ୟଦକ୍ଷତା ତା ମାଧ୍ଯମରେ ସ୍ଥାୟୀ ବିକାଶ ନିଶ୍ଚିତ ହୋଇପାରିବ ବୋଲି ଆଶା କରାଯାଉଛି । କାନାରାବ୍ୟାଙ୍କ ପକ୍ଷରୁ ଶ୍ରୀ ମଲ୍ଲିକଙ୍କୁ ସ୍ଵାଗତ କରାଯିବା ସହ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଯାଇଛି।
