ଭୁବନେଶ୍ଵର 9.4.2026 [ଆ.ଦୁ.ନି] :
ଇଣ୍ଡିଆନ୍ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟର କ୍ଷେତ୍ର ମହାପ୍ରବନ୍ଧକ ଭାବେ କନକା ଏସ୍. କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଷ୍ଟାଫ୍ ଟ୍ରେନିଂ କଲେଜ (ଇମେଜ) ର ପ୍ରିନ୍ସିପାଲ ରୂପେ କାର୍ଯ୍ୟ କରୁଥିଲେ। ୧୯୯୨ ମସିହାରେ ଇଣ୍ଡିଆନ୍ ବ୍ୟାଙ୍କରେ ଯୋଗଦେଇଥିବା କନକା ଏସ୍ ଦେଶର ବିଭିନ୍ନ ରାଜ୍ୟର ଅନେକ ଶାଖା ଓ କାର୍ଯ୍ୟାଳୟରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି ତିନି ଦଶନ୍ଧିରୁ ଅଧୂକ ସମୟର ବ୍ୟାଙ୍କିଙ୍ଗ୍ ଅଭିଜ୍ଞତା ହାସଲ କରିଛନ୍ତି।
ଭୁବନେଶ୍ୱରସ୍ଥିତ ଏହି କ୍ଷେତ୍ର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଅଧୀନରେ ଓଡ଼ିଶା, ଛତିଶଗଡ଼ ଅନ୍ତର୍ଗତ ୫ଟି ଅଞ୍ଚଳ କାର୍ଯ୍ୟାଳୟ ଯଥା – ଭୁବନେଶ୍ଵର, ବ୍ରହ୍ମପୁର, ସମ୍ବଲପୁର, କଟକ ଏବଂ ରାୟପୁର କାର୍ଯ୍ୟରତ। ଏହି ନେଟୱର୍କରେ ୨୭୮ଟି ଶାଖା ରହିଛି ଏବଂ ଏହାର ମୋଟ୍ ବ୍ୟବସାୟ ପ୍ରାୟ ୪୪,୮୧୮ କୋଟି ଟଙ୍କା ଅଟେ।
ଜଣେ ଅଭିଜ୍ଞ ଓ ଦକ୍ଷ ବ୍ୟାଙ୍କର ଭାବେ କନକା ଏସ୍ ଡିଜିଟାଲ ସେବା ବୃଦ୍ଧି ମାଧ୍ୟମରେ ଗ୍ରାହକ ହକ ସନ୍ତୁଷ୍ଟି ଉପ ପ୍ରାଧାନ୍ୟ ଦେବେ ବୋଲି ଆଗ୍ରହ ପ୍ରକାଶ କରିବା ସହିତ ଏସ୍ଏସ୍ଏମ୍ଇ, ଖୁଚୁରା ଏବଂ କୃଷି କ୍ଷେତ୍ରରେ ବ୍ୟାଙ୍କର ପ୍ରସାର ବୃଦ୍ଧି ଉପରେ ମଧ୍ଯ ଜୋର୍ ଦେବେ ବୋଲି କହିଛନ୍ତି। ଉପରେ
ତାଙ୍କ ମାର୍ଗଦର୍ଶନରେ ଇଣ୍ଡିଆନ୍ ବ୍ୟାଙ୍କ ବିଭିନ୍ନ ସରକାରୀ ପ୍ରାୟୋଜିତ ଯୋଜନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଅନ୍ତର୍ଭୁକ୍ତିମୂଳକ ବିକାଶ ଓ ଗ୍ରାହକ କୈନ୍ଦ୍ରିକ ବ୍ୟାଙ୍କିଙ୍ଗ୍ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିପାରିବ ବୋଲି ଆଶା କରାଯାଉଛି।
