ନୂଆଦିଲ୍ଲୀ, ୧୦ ଏପ୍ରିଲ, ୨୦୨୬: [ଆ.ଦୁ.ନି] ଭାରତର ସବୁଠାରୁ ବଡ଼ ସମବାୟ ସାର ନିର୍ମାତା ଇଫକୋ (IFFCO)ପକ୍ଷରୁ ଆଜି ଆନୁଷ୍ଠାନିକ ଭାବେ ‘ନାନୋ ସାର ସଚେତନତା ମେଗା ଅଭିଯାନ’ଆରମ୍ଭ କରାଯାଇଛି।ଏକ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଇଫକୋ ଅଧ୍ୟକ୍ଷ ଶ୍ରୀ ଦିଲୀପ ସାଙ୍ଘାନୀ କହିଛନ୍ତି ଯେ, ଏହା ଏକ ବ୍ୟାପକ ଜାତୀୟ ଅଭିଯାନ ଅଟେ,ଯାହାର ଲକ୍ଷ୍ୟ ହେଉଛି ଭାରତୀୟ ଚାଷୀଙ୍କ ମଧ୍ୟରେ ନାନୋ ସାରର ବ୍ୟବହାରକୁ ପ୍ରୋତ୍ସାହିତ କରିବା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ପ୍ରେରଣାରେ ଏହି ଅଭିଯାନ ଆରମ୍ଭ ହୋଇଛି।ଏହା “ଆତ୍ମନିର୍ଭର ଭାରତ” ଏବଂ “ସହକାର ସେ ସମୃଦ୍ଧି” ଭଳି ଜାତୀୟ ମିଶନ ସହିତ ସମାନ୍ତରାଳ ଭାବେ କାର୍ଯ୍ୟ କରୁଛି।
ନୂତନ ଉଦ୍ଭାବନ: ଫର୍ଟିଲାଇଜର କଣ୍ଟ୍ରୋଲ ଅର୍ଡର (FCO) ରେ ନାନୋ NPK ତରଳ (8-8-10) ଏବଂ ନାନୋ NPK ଦାନାଦାର (20-10-10) ର ଅନ୍ତର୍ଭୁକ୍ତି ଭାରତର କୃଷି ନବସୃଜନ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ନାନୋ ୟୁରିଆ ପ୍ଲସ, ନାନୋ DAP, ନାନୋ NPK, ନାନୋ ଜିଙ୍କ ଏବଂ ନାନୋ କପରର ପ୍ରଚାର।ପତ୍ରରେ ସ୍ପ୍ରେ (Foliar spray) ମାଧ୍ୟମରେ ସାରର ସଠିକ ବ୍ୟବହାର ନେଇ ଚାଷୀଙ୍କୁ ପ୍ରଶିକ୍ଷଣ।ପାରମ୍ପରିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା।ସମବାୟ ନେଟୱାର୍କ ମାଧ୍ୟମରେ ଶେଷ ସୀମାରେ ଥିବା ଚାଷୀଙ୍କ ପାଖରେ ପହଞ୍ଚିବା।

କୋଏମ୍ବାଟୁର ସ୍ଥିତ ‘ଇଫକୋ-ନାନୋ ଭେନସନ’ (IFFCO-Nanoventions) ଏବଂ ବ୍ରାଜିଲରେ ନିର୍ମାଣ ହେଉଥିବା ନାନୋ ସାର ପ୍ଲାଣ୍ଟ (ଯାହା ଜୁନ୍ ୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ) କୃଷି କ୍ଷେତ୍ରରେ ଭାରତର ବଢୁଥିବା ବୈଷୟିକ ଶକ୍ତିକୁ ପ୍ରଦର୍ଶିତ କରୁଛି।
ଇଫକୋ ଏପର୍ଯ୍ୟନ୍ତ ୨୧.୮ ନିୟୁତ ବୋତଲ ନାନୋ ୟୁରିଆ ପ୍ଲସ ଏବଂ ୬.୪୨୬ ନିୟୁତ ବୋତଲ ନାନୋ DAP ବିକ୍ରୟ କରିଛି।ନାନୋ ଜିଙ୍କ ଏବଂ ନାନୋ କପର ମଧ୍ୟ ପ୍ରଥମ ବର୍ଷରେ ଉତ୍ସାହଜନକ ବ୍ୟବସାୟ କରିଛନ୍ତି।ବିଶେଷ କଥା ହେଉଛି, ନାନୋ ସାର ବ୍ୟବହାର ଦ୍ୱାରା ପରିବହନ, ଶକ୍ତି ଏବଂ ଆମଦାନୀ ଖର୍ଚ୍ଚରେ ବହୁତ ସଞ୍ଚୟ ହେଉଛି।”ନାନୋ ସାର କେବଳ ଏକ ଉତ୍ପାଦ ନୁହେଁ, ବରଂ ଏହା ମାଟିର ସୁରକ୍ଷା, ପରିବେଶରେ ସୁଧାର ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବାର ଏକ ମାଧ୍ୟମ।” ଶ୍ରୀ ଦିଲୀପ ସାଙ୍ଘାନୀ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଇଫକୋର ଟିକସ ପୂର୍ବରୁ ଲାଭ (PBT) ୪,୨୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି।ଡ୍ରୋନ ଟେକ୍ନୋଲୋଜି, AI ଏବଂ ଡାଟା ଆନାଲିଟିକ୍ସ ମାଧ୍ୟମରେ ଇଫକୋ ଭାରତର କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି।ନୂଆଦିଲ୍ଲୀସ୍ଥିତ ‘ଇଫକୋ ସଦନ’ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ଜେ. ପଟେଲ, ବୋର୍ଡ ସଦସ୍ୟ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
