ଭୁବନେଶ୍ୱର 13.04.2026: [ଆ.ଦୁ.ନି] ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାଲ୍କୋ କର୍ମଚାରୀମାନଙ୍କୁ ଏକ ବର୍ଦ୍ଧିତ କର୍ପୋରେଟ୍ ବେତନ ପ୍ୟାକେଜ୍ ପ୍ରଦାନ କରିବା ପାଇଁ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ଼ (ନାଲ୍କୋ) ସହ ସହଭାଗିତା କରିଅଛି ଯାହା ଆର୍ଥିକ ଅନ୍ତର୍ଭୁକ୍ତି ଓ କର୍ମଚାରୀ-କୈନ୍ଦ୍ରିକ ବ୍ୟାଙ୍କିଙ୍ଗ୍ ସମାଧାନ ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିବ।
ଭୁବନେଶ୍ଵରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା ଯାହା ଗ୍ରାହକମାନଙ୍କର ପରିବର୍ଭନ ନଶୀଳ ଆବଶ୍ୟକତା ପାଇଁ କଷ୍ଟମାଇଜ୍ ବ୍ୟାଙ୍କିଙ୍ଗ୍ ପ୍ରଦାନ ଦିଗରେ ଏକ ଗୁରୁତ୍ଵପୂର୍ଣ ପଦକ୍ଷେପ ଥିଲା।
ଏହି ବ୍ୟବସ୍ଥା ଅନୁଯାୟୀ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ପ୍ରିଫରେନ୍ସିଆଲ୍ ବ୍ୟାଙ୍କିଙ୍ଗ୍ ସେବା, ଆକର୍ଷଣୀୟ ଋଣ ସୁବିଧା ଏବଂ ବିଭିନ୍ନ ଭାଲ୍ୟୁ ଆଡେଡ୍ ସୁବିଧା ସହିତ ଏକ ସଂପୂର୍ଣ ପ୍ୟାକେଜ୍ ପ୍ରଦାନ କରାଯାଉଅଛି। ଏହି କର୍ପୋରେଟ୍ ବେତନ ପ୍ୟାକେଜ୍ କର୍ମଚାରୀମାନଙ୍କ ଆର୍ଥିକ ସୁରକ୍ଷା ଓ ସୁବିଧାକୁ ବୃଦ୍ଧି କରିବା ପାଇଁ ବିଶେଷ ଭାବେ ଡିଜାଇନ୍ କରାଯାଇଛି ଯେଉଁଥରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ବୀମା କଭର , ୧.୫୦ କୋଟି ପର୍ଯ୍ୟନ୍ତ ମାଗଣା ବ୍ୟକ୍ତିଗତ ଦୁର୍ଘଟଣା ବୀମା କଭରେଜ , ୧ ଲକ୍ଷ ପର୍ଯ୍ୟନ୍ତ ହସ୍ପିଟାଲ –କ୍ୟାଶଲେସ ସୁବିଧା, ପ୍ରମିୟମ୍ ମେଟାଲ ଡେବିଟ୍ କାର୍ଡ ସୁବିଧା ଏବଂ ବିଭିନ୍ନ ଲାଇଫ୍ ଷ୍ଟାଇଲ ସୁବିଧା ଆଦି ଉପଲବ୍ଧ ରହିଛି।
ଏହି ସହଭାଗିତା ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ପୋରେଟ୍ ସଂସ୍ଥାଗୁଡିକ ସହ ସମ୍ପର୍କକୁ ମଜବୁତ୍ କରିବା ସହ ଆର୍ଥିକ ସମାଧାନ ପ୍ରଦାନ କରିବା ସହିତ ସହଜ ଏବଂ ଲାଭଦାୟକ ବ୍ୟାଙ୍କିଙ୍ଗ୍ ସେବା ମାଧ୍ୟମରେ କର୍ମଚାରୀଙ୍କୁ ସଶକ୍ତ କରିଥାଏ। ଏହି ସହଭାଗିତା ମାଧ୍ୟମରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ପୋରେଟ୍ ବେତନ ସେଗମେଣ୍ଟରେ ନିଜ ପ୍ରସାରକୁ ଆହୁରି ବଢାଇବା ସହିତ ନାଲକୋ କର୍ମଚାରୀଙ୍କ ଆର୍ଥିକ ସମାଧାନରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ କରୁଅଛି।
