ଭୁବନେଶ୍ୱର ୧୮ ଏପ୍ରିଲ ୨୦୨୬ [ଆ.ଦୁ.ନି] ଦେଶର ଅଗ୍ରଣୀ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପକ୍ଷରୁ ଏହାର ଭୁବନେଶ୍ଵର ଖାରବେଳ ନଗରସ୍ଥିତ ସର୍କଲ ଅଫିସ୍ କ୍ୟାମ୍ପସ୍ରେ ଏକ ରିଟେଲ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଡଃ. ରାଜେଶ ପ୍ରସାଦ, ମହାପ୍ରବନ୍ଧକ ତଥା ଭୁବନେଶ୍ୱ ଅଞ୍ଚଳର ମୁଖ୍ୟ ଭୂଷଣ ଶର୍ମା, ଉପ ମହାପ୍ରବନ୍ଧକ ତଥା ଭୁବନେଶ୍ଵର ସର୍କଲର ମୁଖ୍ୟ ରମେଶ କୁମାର ସାମଲଙ୍କ ସମେତ ସର୍କଲ ଅଫିସ, ଏମ୍ସିସି, ସିବିବି, ପିଏଲ୍ପି ଏବଂ ସିଏସିର ବରିଷ୍ଠ ଅଧୂକାରୀ, ବିଭିନ୍ନ ଶାଖାର ଅଧୂକାରୀ ଓ ଗ୍ରାହକମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ନୂତନ ଗ୍ରାହକ ସଂଯୋଗକୁ ସୁଦୃଢ କରିବା ସହିତ ବ୍ୟାଙ୍କର ବିଭିନ୍ନ ରିଟେଲ ଋଣ ସୁବିଧା ଯଥା ଗୃହ ଋଣ, କାର ଋଣ୍, ଶିକ୍ଷା ଋଣ ଓ ଅନ୍ୟାନ୍ୟ ଋଣ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କାରିବା ଏହି କାର୍ଯ୍ୟକ୍ରମରେ ଅନେକ ଗ୍ରାହକ, ସ୍ଥାନୀୟ ବାସିନ୍ଦ ସିନ୍ଦା ଓ ଆଗ୍ରହୀ ବ୍ୟକ୍ତିମାନେ ଯୋଗଦେଇ ବ୍ୟାଙ୍କର ଆକର୍ଷଣୀୟ ଋଣ ଯୋଜନା ଓ ଗ୍ରାହକ ଅନୁକୂଳ ସେବାଗୁଡିକ ବିଷୟରେ ଜାଣିବାର ସୁଯୋଗ ପାଇଥିଲେ। ଏହି ଆଉଟ୍ରିଚ୍ କାର୍ଯ୍ୟକ୍ରମରେ ୮୦କୋଟିରୁ ଉର୍ଦ୍ଧ୍ବ ଋଣ ଆବେଦନ ପତ୍ର ସଂଗୃହୀତ ହୋଇଥିବା ସହ ୨୦ଟି ଋଣ ମଞ୍ଜୁରୀ ପତ୍ର ଗ୍ରାହକମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆର୍ଥିକ ସଚେତନତା ବୃଦ୍ଧି କରିବା ସହ ଲୋକମାନଙ୍କ ମଧ୍ୟରେ ବ୍ୟାଙ୍କିଙ୍ଗ୍ ସେବାକୁ ଅଧୂକ ସହଜସାଧ୍ଯ କରିବାରେ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଭାବେ କାର୍ଯ୍ୟ କରିଥିଲା। ବ୍ୟାଙ୍କ ଅଧିକାରୀମାନେ ସହଜ ଆର୍ଥିକ ସୁବିଧାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ। ରିଟେଲ ଆଉଟ୍ରିଚ୍ କାର୍ଯ୍ୟକ୍ର ୨୦୨୬ର ସଫଳ ଆୟୋଜନ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଗ୍ରାହକ ସଂଯୋଗ, ଆର୍ଥିକ ସମାବେଶ ଓ ସମାଜ ସହିତ ସମ୍ପର୍କକୁ ସୁଦୃଢ କରିବା ପ୍ରତି ଏହାର ଅଙ୍ଗୀକାରକୁ ପୁନର୍ବାକ୍ତ କରିଛି।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଅଂଶଗ୍ରହଣକାରୀ, ମିଡିଆ ପ୍ରତିନିଧୂ ଓ ଶୁଭେଚ୍ଛୁମାନଙ୍କୁ ବ୍ୟାଙ୍କ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା।
