ଭୁବନେଶ୍ଵର 23.04.2026 [ଆ.ଦୁ.ନି] ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ଵର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ରାକେଶ କୁମାର ସିଂ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ଏହା ପୂର୍ବରୁ ବ୍ୟାଙ୍କର ଗୋରଖପୁର କ୍ଷେତ୍ରୀୟ କାର୍ଯ୍ୟାଳୟରେ କ୍ଷେତ୍ରୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ସିଂ ୧୯୯୫ ମସିହାରେ ଛତିଶଗଡରେ ଜଣେ କର୍ମଚାରୀ ଭାବେ ନିଜର ବ୍ୟାଙ୍କିଙ୍ଗ୍ କ୍ୟାରିୟର୍ ଆରମ୍ଭ କରିଥିଲେ। ଶ୍ରୀ ସିଂଙ୍କର ମଧ୍ୟପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ଆଦି ବିଭିନ୍ନ ସ୍ଥାନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାର ୩୧ ବର୍ଷରୁ ଉର୍ଦ୍ଧ୍ବ ଅଭିଜ୍ଞତା ରହିଛି। ସେ ୨୪ ବର୍ଷ ଶାଖା ସ୍ତରରେ ଓ ୭ ବର୍ଷ ପ୍ରଶାସନିକ କାର୍ଯ୍ୟାଳୟରେ କାର୍ଯ୍ୟ କରି ପରିଚାଳନାଗତ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି।
