ଭୁବନେଶ୍ବର ତା ୨୪/୪/୨୦୨୬ [ଆ.ଦୁ.ନି] ଉତ୍କଳ କରାଟେ ସ୍କୁଲ ପ୍ରାଙ୍ଗଣରେ ୩୭ ତମ ରାଜ୍ୟ କ୍ୟାଡେଟ,ଜୁନିଅର ଏବଂ ୩୮ ତମ ସବ ଜୁନିଅର କରାଟେ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ମୋଟ ୬୦୦ ଜଣ ପ୍ରତିଯୋଗୀ ଯୋଗଦାନ କରିଅଛନ୍ତି । ଆଜି ୬ ବର୍ଷ ରୁ ୯ ବର୍ଷ ବର୍ଗରେ ୧୮୦ ଜଣ କରାଟେ କା ମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାକୁ ପରିଚାଳନା କରିବା ପାଇଁ ଓଡିଶା ରାଜ୍ୟ କରାଟେ ଡୋ ସଂଘର ଜଜ ଓ ରେଫରି ମାନେ ପରିଚାଳନରେ ସହାୟତା କରୁଛନ୍ତି । ଏହି ପ୍ରତି ଯୋଗିତାରେ ରାଜୀବ ସିଂ, ଖାରବେଳ ମଲ୍ଲିକ , ଦୀପକ ସାମନ୍ତରା, ଜୟଦେବ ପଟନାୟକ , ଗୋପାଳ ଚନ୍ଦ୍ର ଦାସ , ନିରଞ୍ଜନ ବେବର୍ତା ପଟନାୟକ , ଉମାକାନ୍ତ ବେହେରା , ଦୂର୍ଗା ପ୍ରସାଦ ରଥ , କଳିଯୁଗ ପ୍ରତିହାରୀ , ରାଜେନ୍ଦ୍ର କେଶରୀ ସାମଲ , ମଂଟ୍ଟୁ ଜୋଶୀ , ସୁମନ୍ତ କୁମାର ପଣ୍ଡା , ସୁବାସିଶ ମହାପାତ୍ର ପ୍ରମୁଖ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ପ୍ରତିଯୋଗୀତା କୁ ରାଜ୍ୟ ସଭାପତି ଡ. ହରି ପ୍ରସାଦ ପଟ୍ଟନାୟକ ଉଦଘାଟନ କରିଥିଲେ । ରାଜ୍ୟ କରାଟେ ସଂଘର ସମ୍ପାଦକ ଡ. ଗୌରି ମହାନ୍ତି , ସହ ସମ୍ପାଦକ ଆଡଭୋକେଟ କାଳି ପ୍ରସାଦ ନନ୍ଦ ପ୍ରମୁଖ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗୀତା ଆସନ୍ତା ୨୬ ତାରିଖରେ ଉଦଯାପିତ ହେବ । ଆଜି ର ବିଜୟୀ ପ୍ରତିଯୋଗୀ ମାନେ ହେଲେ
