ଖାଡ଼ଗପୁର | ଭୁବନେଶ୍ୱର 26.4.2026 [ଆ.ଦୁ.ନି] ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ ବିଭାଗର ଗବେଷିକା ଉତ୍କଳିକା ସତପଥୀ ତାଙ୍କ ପିଏଚ୍.ଡି. ଗବେଷଣା ସଫଳତାର ସହ ଶେଷ କରିଛନ୍ତି ।
ପ୍ରଫେସର ସନ୍ଦୀପ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶନାରେ ସେ “Provenance and Observability Framework for Distributed Microservices” ସମ୍ବନ୍ଧୀୟ ଉନ୍ନତ ଗବେଷଣା କରିଥିଲେ ।
ଗବେଷଣା ଅବଧିରେ ସେ ମଧ୍ୟ ଆଇଆଇଟି ଖଡ଼ଗପୁରର ୟୁବିନେଟ୍ (UbiNet) ଲ୍ୟାବର ସଦସ୍ୟା ଭାବେ କାର୍ଯ୍ୟରତ ଥିଲେ ଏବଂ ସିଷ୍ଟମସ୍ (Systems) ଗବେଷଣା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।
ତାଙ୍କର ଗବେଷଣା କାର୍ଯ୍ୟ IEEE INFOCOM, COMSNETS ଓ IEEE Transactions on Services Computing ପରି ପ୍ରମୁଖ ଆନ୍ତର୍ଜାତୀୟ ସମ୍ମିଳନୀରେ ସ୍ଥାନ ପାଇଛି ଏଂବ ଜର୍ନାଲରେ ପ୍ରକାଶିତ ହୋଇଛି। ଏହା ସହିତ ସେ COMSNETS 2025ରେ “Best Paper Honourable Mention Award” ସମ୍ମାନ ଅଧିଗତ କରିଥିଲେ।
ପିଏଚ୍ଡି ଭାଇଭା ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ, ଆଇଆଇଟି ଗୁୱାହାଟିର ପ୍ରଫେସର ୱେଙ୍କଟେଶ ତାମରାପାଲ୍ଲୀ ବାହ୍ୟ ପରୀକ୍ଷକ ଭାବେ ଯୋଗଦେଇଥିଲେ।
ତାଙ୍କ ପିଏଚ୍ଡି ଭାଇଭାରେ ଆଇଆଇଟି ଗୁ୍ୱାହାଟି ପ୍ରଫେସର ଭେଙ୍କଟେଶ ତାମରାପାଲ୍ଲୀ ବାହ୍ୟ ପରୀକ୍ଷକ ଭାବେ ଯୋଗଦେଇଥିଲେ ଏଂବ ଥେସିସ (Thesis) ସମୀକ୍ଷା କରିଥିଲେ। ଏହା ସହିତ, କାନାଡାର UNBC ବିଶ୍ୱବିଦ୍ୟାଳୟର ପ୍ରଫେସର ଅନୁପମ ଜୋଶୀ ମଧ୍ୟ ଗବେଷଣାର ଅନ୍ୟତମ ସମୀକ୍ଷକ ଭାବେ ଅବଦାନ ରଖିଥିଲେ।
ଉତ୍କଳିକା ସତପଥୀଙ୍କ ଏହି ସଫଳତା ପାଇଁ ଶିକ୍ଷା ମଣ୍ଡଳୀରେ ଖୁସିର ପରିବେଶ ଦେଖାଦେଇଛି ଏବଂ ତାଙ୍କ ଆଗାମୀ ଦିନଗୁଡ଼ିକ ପାଇଁ ଅନେକେ ଶୁଭେଚ୍ଛା ଜଣାଇଛନ୍ତି।
