ଭୁବନେଶ୍ୱର 27.04.2026 [ଆ.ଦୁ.ନି] : ଓଡ଼ିଶାରେ କ୍ଷୁଦ୍ର ଶିଳ୍ପର ଅଭିବୃଦ୍ଧି ଏବଂ ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ଵର ୱାର୍ଲ୍ସ ସ୍କିଲ ସେଣ୍ଟର’(WSC) ଏବଂ ଖୋର୍ଦ୍ଧାର ‘ ଜୟୀ ରାଜଗୁରୁ ଟାଉନ ହଲ’ ଠାରେ ଏକ ବୃହତ ଏମ୍ଏସ୍ଏମଇ ଆଉଟରିଚ୍ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵରର କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ (New Delhi) ମହାପ୍ରବନ୍ଧକ ସଚ୍ଚିଦାନନ୍ଦ ଦୁବେ ଉଦଘାଟନ କରିଥିଲେ। ସେହିପରି ଖୋର୍ଦ୍ଧାଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ସର୍କଲ ଅଫିସର ଡେପୁଟି ସର୍କଲ ହେଡ୍ ସଞ୍ଜୟ କୁମାର ଉଦଘାଟନ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟାରେ ସ୍ଥାନୀୟ ଉଦ୍ୟୋଗୀ, ଗ୍ରାହକ ଏବଂ ବିଭିନ୍ନ ଶାଖାର ପ୍ରବନ୍ଧକମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ପାରମ୍ପରିକ ତିଳକ ଏବଂ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଶୁଭାରମ୍ଭ ହୋଇଥିଲା । ଉଭୟ ସ୍ଥାନରେ ଅତିଥିମାନେ ବିଭିନ୍ନ ଷ୍ଟଲ ପ୍ରଦର୍ଶନ କରି ଏସ୍ଏସ୍ଏମଇ ଉଦ୍ୟୋଗୀମାନଙ୍କ ସହ ସେମାନଙ୍କର ଉତ୍ପାଦ ଏବଂ ବ୍ୟବସାୟିକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ସଫଳତା ଥୁଲା ତୁରନ୍ତ ଋଣ ମଞ୍ଜୁରୀ ପତ୍ର ବଣ୍ଟନ, ଯାହା ନୂତନ ଓ ପୁରାତନ ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ସହାୟକ ହୋଇଛି। ମୁଖ୍ୟ ଅତିଥ୍ ସଚ୍ଚିଦାନନ୍ଦ ଦୁବେ ଦେଶର ଅର୍ଥନୀତିରେ ଏସ୍ଏସ୍ଏମ୍ଇର ଗୁରୁତ୍ୱପୂର୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ଉଦ୍ୟୋଗୀମାନଙ୍କୁ ଆଧୁନିକ ବ୍ୟାଙ୍କିଙ୍ଗ ଟେକ୍ନୋଲୋଜି ଏବଂ ସରକାରୀ ଯୋଜନାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ପିଏନ୍ବି ଓଡ଼ିଶା ଆଞ୍ଚଳିକ ମୁଖ୍ୟ ଭୂଷଣ ଶର୍ମା କ୍ଷୁଦ୍ର ଶିଳ୍ପଗୁଡ଼ିକ ପାଇଁ ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଦିଗରେ ବ୍ୟାଙ୍କର ପ୍ରତିବଦ୍ଧତା ବିଷୟରେ ସେ ପୁନର୍ବାର ଦୋହରାଇଥିଲେ। ଭୁବନେଶ୍ୱର ସର୍କଲ ହେଡ୍ ରମେଶ କୁମାର ସାମଲ ସମସ୍ତ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ମଧ୍ଯମ କର୍ପୋରେଟ୍ କେନ୍ଦ୍ର (MCC) ର ଅତିରିକ୍ତ ମୁଖ୍ୟ ପରିଚାଳକ ସୁମିତ ମୁଖାର୍ଜୀ ଏହି କାର୍ଯ୍ୟକ୍ରମର ଅଧ୍ଯକ୍ଷତା କରିଥିଲେ। ଭୁବନେଶ୍ୱରର ଏହି କାର୍ଯ୍ୟକ୍ରମ ଅତିରିକ୍ତ ମୁଖ୍ୟ ପରିଚାଳକ ଅଭୟ ସିହ୍ନାଙ୍କୁ ଧନ୍ୟବାଦ ଅର୍ପଣ ସହ ଶେଷ ହୋଇଥିଲା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ କେନ୍ଦ୍ର (PLP) ଏବଂ ମଧ୍ୟମ କର୍ପୋରେଟ୍ କେନ୍ଦ୍ର(MCC) ଭୁବନେଶ୍ଵର ଏବଂ ଶାଖା ପ୍ରବନ୍ଧକମାନଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଭୁବନେଶ୍ଵର ଏବଂ ଖୋର୍ଦ୍ଧା ଅଞ୍ଚଳର ଆର୍ଥିକ ବିକାଶ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
