*-ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦% ରିହାତି
ଭୁବନେଶ୍ୱର, ୪.୫.୨୦୨୬ [ଆ.ଦୁ.ନି] : ପ୍ରେମ, ଭକ୍ତି ଏବଂ ବୈବାହିକ ସମ୍ପର୍କ ସହ ଗଭୀର ଭାବେ ଜଡ଼ିତ ପର୍ବ ହେଉଛି ‘ସାବିତ୍ରୀ’। ଅଧିକାଂଶଙ୍କ ହୃଦୟରେ ଏହି ପର୍ବ ପାଇଁ ଏକ ପବିତ୍ର ସ୍ଥାନ ରହିଥାଏ। ଏହା ହେଉଛି ଉକ୍ତ ପର୍ବ ଯେଉଁଥିରେ ବିବାହିତ ମହିଳାମାନେ ପ୍ରାର୍ଥନା ଏବଂ ପ୍ରଥା ମାଧ୍ୟମରେ ସ୍ବାମୀ ଓ ପରିବାର ପାଇଁ ପ୍ରେମ ବ୍ୟକ୍ତ କରିବା ସହ ସେମାନଙ୍କ ଶୁଭକାମନା ଏବଂ ଦୀର୍ଘାୟୁ ମନାସିଥାନ୍ତି।
ସାବିତ୍ରୀର ଗଭୀର ସାଂସ୍କୃତିକ ମହତ୍ବକୁ ହୃଦୟଙ୍ଗମ କରି ରୁପା ଗହଣାର ଏକ୍ସକ୍ରୁସିଭ୍ ସୋ’ ରୁମ୍ ଚାନ୍ଦି ଭଣ୍ଡାର ଆଣିଛି ‘ସଙ୍ଗମ’ କଲେକ୍ସନ। ହଲ୍ମାର୍କ ଷ୍ଟଲିଂ ସିଲଭରରେ ଅତି ଯତ୍ନର ସହ ପ୍ରସ୍ତୁତି ପ୍ରତ୍ୟକ ମଙ୍ଗଳସୂତ୍ର ପ୍ରେମ, ପ୍ରତିଶ୍ରୁତି ଏବଂ ଆତ୍ମୀୟତାର ଏକ କାଳଜୟୀ ଭାବକୁ ପରିପ୍ରକାଶ କରେ। ଏହାସହିତ ଏ ସମ୍ଭାର ଚମତ୍କାର ଜିକନ୍ ପଥର, ସୂକ୍ଷ୍ମ ମୁକ୍ତା ଏବଂ ଜଟିଳ ଅକ୍ସିଡାଇଜ୍ଡ ଡିଟେଲିଂରେ ସୁସଜ୍ଜିତ ବ୍ୟାପକ ରେଞ୍ଜ୍ ପ୍ରଦାନ କରୁଛି। ଜୀବନକାଳ ପାଇଁ ରହିଥିବା ସମ୍ପର୍କକୁ ଏହି ସମ୍ଭାର ପାଳନ କରୁଥିବା ଷ୍ଟୋର ପକ୍ଷରୁ ପ୍ରକାଶ। ବ୍ୟକ୍ତିଗତତା ଏବଂ ନାରୀତ୍ବର ସୁନ୍ଦରତାକୁ ପାଳନ କରୁଛି ଏହି ସମ୍ଭାର । ପ୍ରତ୍ୟେକ ଭୂମିକା ଏବଂ ଅବସର ପାଇଁ ଏଗୁଡ଼ିକୁ ଅତି ଚିନ୍ତନଶୀଳ ଭାବେ ଡିଜାଇନ କରାଯାଇଛି।
ମହିଳାମାନଙ୍କ ପାଇଁ ଜିକନ୍ଖଚିତ ନେକଲେସ୍, ଚୁଡ଼ି, ମୁଦି, କାନଫୁଲ, ବ୍ରେସ୍ଲେଟ୍ ଏବଂ ପାଉଁଜିର ଭଳିକି ଭଳି ସମ୍ଭାର ଏଠାରେ ରହିଛି, ଯାହାକି ଫେଷ୍ଟିଭ୍ ସେଲିବ୍ରେଶନ୍ ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ।
ପୁରୁଷଙ୍କ ରୁପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଷ୍ଟୋରରେ ଉପଲବ୍ଧ, ଯେଉଁଥିରେ ବ୍ରେସ୍ଲେଟ୍, ମୁଦି, କଫ୍ଲିଙ୍କ୍ ଏବଂ ଚେନ୍ ଆଦି ରହିଛି। ପିଲାମାନଙ୍କ ପାଇଁ କୌତୁକିଆ ଏବଂ ପ୍ରିମିୟମ କିଡ୍ସ କଲେକ୍ସନ ଉପଲବ୍ଧ। ଗହଣା ଏବଂ ପାରମ୍ପରିକ ରୁପାସାମଗ୍ରୀ ସହିତ ଆହୁରି ଅଧିକ କିଛି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର। ପାରମ୍ପରିକ ରୁପା ଆଇଟମ୍ ସହିତ ଏଠାରେ ପରିବର୍ଷିତ ଲାଇଫ୍ଷ୍ଟାଇଲ୍ ସେକ୍ସନ ରହିଛି। ରୁପାରେ ପ୍ରସ୍ତୁତ ବଟଲ, ଚା’ ସେଟ୍, ହାତତିଆରି ଉଡେନ୍ ସିଲ୍ଭର ୱାର୍କ ଟ୍ରେ ଏବଂ ଅତି ସୁନ୍ଦର ଉପହାର ସାମଗ୍ରୀ ଏଠାରେ ଉପଲବ୍ଧ । ଚିନ୍ତନଶୀଳ ଉପହାର ଭାବେ କାର୍ଯ୍ୟରେ ଆସିଥାଏ। ଏହି ସାବିତ୍ରିରେ ଚାନ୍ଦି ଭଣ୍ଡାର ସମସାୟମିକ ସମ୍ବେଦନଶୀଳତାକୁ ପ୍ରତିଫଳିତ କରି ଐତିହ୍ୟକୁ ପାଳନ କରୁଥିବା ଡିଜାଇନ୍ ଆଣିଛି।
ଏ ଅବସରରେ ଚାନ୍ଦି ଭଣ୍ଡାର ଏକ ସ୍ବତନ୍ତ୍ର ଅଫର ଆଣିଛି। ଏହା ଅନ୍ତର୍ଗତ ଗ୍ରାହକ ମେ’ ୧ରୁ ମେ’ ୧୬ ଯାଏ ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦% ରିହାତି ପାଇବେ। ଏହି ସୀମିତ ସମୟ ଅଫର ସାବିତ୍ରୀର ଯୋଶକୁ ପାଳନ କରୁଛି ଏବଂ ବର୍ଷ ବର୍ଷ ଧରି ଗ୍ରାହକ ପ୍ରଦାନ କରିଥିବା ନିରନ୍ତର ଭଲ ପାଇବା ଏବଂ ସହଯୋଗ ପ୍ରତି ହୃଦୟରୁ କୃତଜ୍ଞତା ଜଣାଉଛି।
ଏ ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ପା ହଂସ କୁହନ୍ତି, ଚାନ୍ଦି ଭଣ୍ଡାରରେ ମହିଳାଙ୍କ ସୌନ୍ଦର୍ଯ୍ୟ, ସ୍ଥିରତା ଏବଂ ସ୍ୱତନ୍ତ୍ର ପରିଚୟକୁ ପାଳନ କରିବା ପାଇଁ ପ୍ରତ୍ୟେକ ଡିଜାଇନ୍କୁ ପ୍ରସ୍ତୁତ କରାଯାଇଥାଏ। ପ୍ରତିଟି ଡିଜାଇନ ମାଧ୍ଯମରେ ମହିଳାଙ୍କ ଅନନ୍ୟ ଭୂମିକାକୁ ଆମେ ସମ୍ମାନିତ କରୁଛୁ ଏବଂ ସେମାନଙ୍କ ଯାତ୍ରାକୁ ପରିଭାଷିତ କରୁଥିବା ଶକ୍ତି, ସୁନ୍ଦରତା ଏବଂ ବ୍ୟକ୍ତିଗତତାକୁ ବି ସମ୍ମାନ ଦେଉଛୁ।
ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରାଜ୍ୟର ସର୍ବବୃହତ୍ ରୁପା ଗହଣା ଚେନ୍ ଷ୍ଟୋର। ୨୦୧୩ରେ ଏକ ସ୍ୱତନ୍ତ୍ର ସିଲ୍ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ୩୧ରେ ପହଞ୍ଚିଛି। ଭୁବନେଶ୍ୱରର ରଘୁନାଥପୁର, ସହିଦ ନଗର, ପଟିଆ, ରସୁଲଗଡ, ଜନପଥ, ସୌଭାଗ୍ୟନଗର,ନୟାପଲ୍ଲୀ, ଲୁଇସ୍ ରୋଡ୍, ଚନ୍ଦ୍ରଶେଖରପୁର ଏବଂ ଖଣ୍ଡଗିରି, ଖୋର୍ଦ୍ଧା, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ୍, ସିଡିଏ ଏବଂ ଲିଙ୍କ୍ ରୋଡ୍, ରାଉରକେଲା, ଅନୁଗୁଳର ଅମଲାପଡ଼ା ଏବଂ ଗାନ୍ଧି ମାର୍ଗ ଛକ, ଯାଜପୁର, ବ୍ରହ୍ମପୁର, ବାଲେଶ୍ୱର, ଢ଼େଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ବଲାଙ୍ଗୀର, ଭଦ୍ରକ ଏବଂ ରାୟପୁରର ଭିଆଇପି ରୋଡ୍ ଓ ପଣ୍ଡିରେ ଏହାର ଷ୍ଟୋର ରହିଛି ।
ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ରିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି।
