ଭୁବନେଶ୍ୱର17.5.2026 [ଆ.ଦୁ.ନି] : ଇଣ୍ଡିଆନ୍ ବ୍ୟାଙ୍କ, ଏଫ୍ଜିଏମ୍ଓ ଭୁବନେଶ୍ଵର ପକ୍ଷରୁ ଓଡିଶା ଏବଂ ଛତିଶଗଡଠାରେ ଏହାର କାର୍ଯ୍ୟକ୍ଷେତ୍ର ଅନ୍ତର୍ଗତ ଏକ ମେଗା ରିଟେଲ୍ ଏବଂ ଏସ୍ଏସ୍ଏମ୍ଇ ଡିସବର୍ସମେଣ୍ଟ ଓ ଆଉଟ୍ରିଚ୍ ଶିବିରର ଆୟୋଜନ କରାଯାଇଛି। ଏହି ଅଭିଯାନଟି ଇଣ୍ଡିଆନ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ (ରିଟେଲ ଆସେଟ୍ ଏବଂ ଏମ୍ଏସ୍ଏମ୍ଇ) ସୁଜୟ ମଲ୍ଲିକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମଟି ହାଇବ୍ରିଡ୍ ମୋଡ୍ରେ ଆୟୋଜିତ ହୋଇଥିବା ବେଳେ ଏଫ୍ଜିଏମ୍ଓ ଭୁବନେଶ୍ଵର ନେଟ୍ୱର୍କ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଗ୍ରାହକ ଓ ବ୍ୟାଙ୍କ ଅଧିକାରୀମାନେ ଉଭୟ ଫିଜିକାଲ ଓ ଭଚୁଆଲ ମୋଡ୍ରେ ଉପସ୍ଥିତ ଥିଲେ। ଏହି ପଦକ୍ଷେପଟି ବ୍ୟାଙ୍କର ରିଟେଲ୍, କୃଷି ଏବଂ ଏମ୍ଏସ୍ଏମ୍ଇ (ରାମ) କ୍ଷେତ୍ରରେ ନିଜର ଉପସ୍ଥିତିକୁ ସୁଦୃଢ କରିବା ସହିତ ଗ୍ରାହକ-କୈନ୍ଦ୍ରିକ ବ୍ୟାଙ୍କିଙ୍ଗ୍ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ଆୟୋଜିତ ହୋଇଥିଲା।
ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ଶ୍ରୀ ମଲ୍ଲିକ ରିଟେଲ୍ ଏବଂ ଏମ୍ଏସ୍ଏମ୍ଇ ଗ୍ରାହକମାନଙ୍କୁ ସମୟୋପଯୋଗୀ ଏବଂ ସହଜ ଋଣ ସହାୟତା ପ୍ରଦାନ କରିବା ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିବା ସହିତ ସେହି ଅଞ୍ଚଳର ଆର୍ଥିକ ବିକାଶ ଓ ଉଦ୍ୟୋଗିକତା ସୃଷ୍ଟି ଦିଗରେ ବ୍ୟାଙ୍କର ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଡିଜିଟାଲ ନବୀନତାରେ ଭୂମିକା ସମ୍ପର୍କରେ ମଧ୍ଯ ଆଲୋକପାତ କରିଥିଲେ ଯାହା ବ୍ୟାଙ୍କିଙ୍ଗ୍ କାର୍ଯ୍ୟକୁ ଅଧିକ କାର୍ଯ୍ୟକ୍ଷମ କରିବା ସହିତ ଗ୍ରାହକ ଅନୁଭବକୁ ଉନ୍ନତ କରୁଛି।
ଏହି ଆଉଟ୍ରିଚ୍ ଶିବିରକୁ ଗ୍ରାହକ ଓ ଅନ୍ୟାନ୍ୟ ହିତାଧୁକାରୀମାନଙ୍କ ତରଫରୁ ଉତ୍ସାହଜନକ ସମର୍ଥନ ମିଳିଥିଲା ଯାହା ଇଣ୍ଡିଆନ୍ ବ୍ୟାଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଗ୍ରାହକ ସଶକ୍ତିକରଣ ଓ ସ୍ଥାୟୀ ବିକାଶ ପ୍ରତି ପ୍ରତିବଦ୍ଧତାକୁ ପୁନର୍ବ୍ଯକ୍ତ କରିଛି।
