- ଭାରତ-ଆମେରିକା କୃଷି ସହଯୋଗ – ଇଫକୋ (IFFCO) ଅଧ୍ୟକ୍ଷ ଦିଲୀପ ସଂଘାନୀଙ୍କ ନେତୃତ୍ବରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ମାଧ୍ୟମରେ ମିଳିଲା ନୂଆ ଗତିଶୀଳତା
- ଭାରତ ଏବଂ ଆମେରିକା ମଧ୍ଯରେ କୃଷି ସହଯୋଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଇଫକୋ ଅଧ୍ଯକ୍ଷ ଶ୍ରୀ ଦିଲୀପ ସଂଘାନୀଙ୍କ ନେତୃତ୍ବରେ ଏକ ଗୁରୁତ୍ବପୂର୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।
ନୂଆଦିଲ୍ଲୀ, ୦୨ ଜୁନ୍ ୨୦୨୬ [ଆ.ଦୁ.ନି] : ୱାଶିଂଟନ ଡି.ସି. ସ୍ଥିତ ୟୁଏସ-ଇଣ୍ଡିଆ ବିଜନେସ କାଉନସିଲ (USIBC), ଇଫକୋ
ଅଧ୍ଯକ୍ଷ ଶ୍ରୀ ଦିଲୀପ ସଂଘାନୀଙ୍କ ନେତୃତ୍ବରେ ଆସିଥିବା ଏକ PHDCCI ପ୍ରତିନିଧୂ ଦଳକୁ ସ୍ବାଗତ କରିଥିଲା, ଯାହା ଏହି ଆଲୋଚନାର ଗୁରୁତ୍ବ ଓ ପ୍ରଭାବକୁ ଦର୍ଶାଉଛି I ବୈଠକ ପରେ, USIBC ନିଜର ଆକାରିକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଆଲୋଚନାକୁ ଭାରତ-ଆମେରିକା କୃଷି ସହଯୋଗକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ ବୋଲି ଅଭିହିତ କରିଛି।
ନିଜ ବାର୍ଭାରେ USIBC ଉଲ୍ଲେଖ କରିଛି ଯେ, ଶ୍ରୀ ଦିଲୀପ ସଂଘାନୀଙ୍କ ନେତୃତ୍ୱରେ ହୋଇଥିବା ଏହି ଆଲୋଚନା ଉଭୟ ଦେଶ ମଧ୍ୟରେ କୃଷି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା, ମିଳିତ ଆହ୍ବାନଗୁଡ଼ିକର ସମାଧାନ ଖୋଜିବା ଏବଂ ନୂତନ ସୁଯୋଗର ସନ୍ଧାନ କରିବା ପାଇଁ ପଥ ପ୍ରଶସ୍ତ କରିଛି I କାଉନସିଲ୍ ପକ୍ଷରୁ ନବସୃଜନ-ଭିତ୍ତିକ (innovation-driven) କୃଷି ନୀତି, ସ୍ଥାୟୀ କୃଷି ବିକାଶ, ଖାଦ୍ୟ ସୁରକ୍ଷା ଏବଂ ଚାଷୀଙ୍କ ସମୃଦ୍ଧି ଭଳି କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ଅଧିକ ମଜବୁତ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଇଛି।
ୟୁଏସ-ଇଣ୍ଡିଆ ବିଜନେସ କାଉନସିଲ (USIBC) ଏହାର ବାର୍ଭାରେ ଉଲ୍ଲେଖ କରିଛି ଯେ, ଶ୍ରୀ ଦିଲୀପ ସଂଘାନୀଙ୍କ ନେତୃତ୍ବରେ ହୋଇଥିବା ଏହି ଆଲୋଚନା ଭାରତ ଏବଂ ଆମେରିକା ମଧ୍ୟରେ କୃଷି ସହଯୋଗକୁ ଏକ ନୂତନ ଗତିଶୀଳତା ପ୍ରଦାନ କରିବ । ଏହି ବୈଠକ ଇଫକୋର ବଢୁଥିବା ଆନ୍ତର୍ଜାତୀୟ ପ୍ରତିଷ୍ଠା ଏବଂ ବିଶ୍ୱସ୍ତରୀୟ ମଞ୍ଚରେ ଭାରତୀୟ ଚାଷୀଙ୍କ ସ୍ବାର୍ଥର ସଫଳ ପ୍ରତିନିଧୂତ୍ବ କରିବାରେ ଦିଲୀପ ସଂଘାନୀଙ୍କ ପ୍ରଭାବଶାଳୀ ନେତୃତ୍ବକୁ ପ୍ରତିଫଳିତ କରୁଛି|
ବିଶେଷ ଦ୍ରଷ୍ଟବ୍ୟ: ଆମେରିକାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ଓ ଶିଳ୍ପ ସଂଗଠନ USIBC ପକ୍ଷରୁ ଏହି ବୈଠକକୁ ସାର୍ବଜନୀନ ଭାବେ ପ୍ରାଧାନ୍ୟ ଦିଆଯାଇଛି I ଏହି ସ୍ୱୀକୃତି ଭାରତର ସମବାୟ ଆନ୍ଦୋଳନର ବଢ଼ୁଥିବା ବିଶ୍ୱସନୀୟତା, ଇଫକୋର ଆନ୍ତର୍ଜାତୀୟ ସୁନାମ ଏବଂ ବିଶ୍ବ ମଞ୍ଚରେ ଭାରତୀୟ ଚାଷୀଙ୍କ ସ୍ବାର୍ଥକୁ ସଫଳତାର ସହ ଉପସ୍ଥାପନ କରିବାରେ ଶ୍ରୀ ଦିଲୀପ ସଂଘାନୀଙ୍କ ନେତୃତ୍ବକୁ ପ୍ରମାଣିତ କରୁଛି।
ଏହି ବୈଠକରେ କୃଷି ଉତ୍ପାଦନ ବୃଦ୍ଧି, ଉନ୍ନତ କୃଷି ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ମୃଭିକା ସ୍ବାସ୍ଥ୍ୟରେ ସୁଧାର, ଚାଷୀଙ୍କୁ ବୈଷୟିକ ସହାୟତା ପ୍ରଦାନ, ନବସୃଜନ-ଭିଭିକ କୃଷି ସମାଧାନର ବିକାଶ ଏବଂ ଖାଦ୍ୟ ଓ ପୋଷଣ ସୁରକ୍ଷାକୁ ସୁଦୃଢ଼ କରିବା ଉପରେ ବ୍ୟାପକ ଆଲୋଚନା ହୋଇଥିଲା I ଉଭୟ ଦେଶର କୃଷି ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପ ପ୍ରତିନିଧୂମାନେ ସହମତ ହୋଇଥିଲେ ଯେ ଭାରତ-ଆମେରିକା ସହଯୋଗର ସମ୍ପ୍ରସାରଣ ଦ୍ବାରା କୃଷି କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚିତ ହେବ ଏବଂ ଏହା ଚାଷୀମାନଙ୍କୁ ଦୀର୍ଘକାଳୀନ ସୁଫଳ ପ୍ରଦାନ କରିବ ।
ଶ୍ରୀ ଦିଲୀପ ସଂଘାନୀଙ୍କ ନେତୃତ୍ୱରେ ହୋଇଥିବା ଏହି ସମ୍ବାଦକୁ ଭାରତ-ଆମେରିକା କୃଷି ସହଭାଗିତାକୁ ଆଗକୁ ନେବା, ବିଶ୍ବସ୍ତରରେ ସମବାୟ-ଭିଭିକ କୃଷି ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଚାଷୀଙ୍କ ଆୟ, ଉତ୍ପାଦନ ଓ କୃଷି ସୁରକ୍ଷାକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
