ଭୁବନେଶ୍ଵର 10.9.2026 [ଆ.ଦୁ.ନି] : ସତର୍କତା ସଚେତନତା କାର୍ଯ୍ୟକ୍ରମ ଅବସରରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କର ଭୁବନେଶ୍ଵର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲିକଙ୍କ ମାର୍ଗଦର୍ଶନରେ ସତର୍କତା ସଚେତନତା ଗ୍ରାମ ସଭା କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ୧୬ରୁ ଉର୍ଦୁ ଶାଖାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମବାସୀ, ସ୍ଵୟଂ ସହାୟକ ଗୋଷ୍ଠ (ଏସ୍ଏଚ୍ଜି), ଛାତ୍ରଛାତ୍ରୀ ଓ ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏଥିରେ ସଚ୍ଚୋଟତା, ସ୍ଵଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟାଙ୍କିଙ୍ଗ୍ ଆଚରଣ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାର କରାଯାଇଥିଲା। ଡିଜିଟାଲ ଠକେଇ, ଡିଜିଟାଲ ଆରେଷ୍ଟ, ମନି ମ୍ୟୁଲ ଆକାଉଣ୍ଟ ସାଇବର ଅପରାଧ ଏବଂ ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ୍ ଅଭ୍ୟାସ ଉପରେ ଜନସାଧାରଣ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ “ ସମୃଦ୍ଧି ପାଇଁ ସତ୍ୟନିଷ୍ଠା” ଅଭିଯାନର ଅଂଶସ୍ଵରୂପ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଭିଯାନ ଅନ୍ତର୍ଗତ ସତର୍କତା ସଚେତନତା ଗ୍ରାମ ସଭା କାର୍ଯ୍ୟକ୍ରମ ପୁରୀ ଜିଲ୍ଲାର ତଳଜଙ୍ଗ ଗ୍ରାମରେ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ମଲିକଙ୍କ ଉପସ୍ଥିତିରେ ଆୟୋଜିତ ହୋଇଯାଇଛି। ଅଂଶଗ୍ରହଣକାରୀଙ୍କୁ ସମ୍ବୋଧୃତ କରି ଶ୍ରୀ ମଲିକ ଡିଜିଟାଲ ଠକେଇ, ମ୍ୟୁଲ ଆକାଉଣ୍ଟର ଅପବ୍ୟବହାର ଏବଂ ନିରାପଦ ପଦ ଓ ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସମ୍ପର୍କରେ ଅବଗତ କରିଥିଲେ। ସେ ଏଟିଏମ୍ ପିନ୍, ୟୁପିଆଇ ଆଇ ପିନ୍, ଓଟିପି, ସିଭିଭି ଏବଂ ଏବଂ ପାସୱାର୍ଡ ପରି ବ୍ୟାଙ୍କିଙ୍ଗ୍ ସେବା ସମ୍ପର୍କୀତ ଗୋପନୀୟ ତଥ୍ୟ ସୁରକ୍ଷିତ ରଖିବାକୁ ଏବଂ ସନ୍ଦେହଜନକ କଲ୍, ଲିଙ୍କ୍, କ୍ୟୁଆର୍ କୋଡ୍ ଏବଂ ଅନ୍ୟାନ୍ୟ ଅନ୍ଲାଇନ୍ ଠକେଇ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।
ଭୁବନେଶ୍ୱର ଅଞ୍ଚଳର ସତର୍କତା ଅଧୂକାରୀ ନୀରଜ କୁମାର ପ୍ରସାଦ ଶାଖା ପ୍ରବନ୍ଧକ ଏବଂ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପଦକ୍ଷେପଗୁଡିକ ମାଧ୍ଯମରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଅଞ୍ଚଳ ଠକେଇରୁ ସୁରକ୍ଷା, ସାଇବର ସୁରକ୍ଷା ଏବଂ ନୈତିକ ବ୍ୟାଙ୍କିଙ୍ଗ୍ ପ୍ରାକ୍ଟିସ୍ ସମ୍ପର୍କରେ ସଚେତନତା ପ୍ରସାର ପାଇଁ ନିରନ୍ତର ପ୍ରୟାସ କରୁଛି।
