- ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ସହ ସକାରାତ୍ମକ ଆଲୋଚନା
ଭୁବନେଶ୍ୱର ୨୫/୦୬/୨୦୨୬ [ଆ.ଦୁ.ନି]: ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ନିଜ ଅଫିସ କକ୍ଷରେ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ କରିଛନ୍ତି। ଏହି ଆଲୋଚନା ବୈଠକର ଫଳାଫଳ ସକାରାତ୍ମକ ରହିଛି |
ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ରଖି ଥିବା ଦାବି ଗୁଡିକୁ ସମ୍ମାନ ଜଣାଇ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଦାବି ଗୁଡିକର ଅନୁଧ୍ୟାନ କରାଯାଇ ସକାରାତ୍ମକ ପଦକ୍ଷେପ ନିଆ ଯିବ | ଲୋକ ମାନଙ୍କ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ ସଙ୍ଘ ତରଫରୁ ନିଆଯାଇଥିବା ଆନ୍ଦୋଳନରୁ ନିବୃତ ରହିବାକୁ ସଂଘ କହିଛି |
ବୈଠକ ଶେଷରେ ଡାକ୍ତର ସଙ୍ଘ ପକ୍ଷରୁ ଜନସ୍ୱାର୍ଥକୁ ଗୁରୁତ୍ୱ ଦେଇ ସରକାର ସହ ଆଲୋଚନା ଜାରି ରଖିବା ଏବଂ ସ୍ୱାସ୍ଥ୍ୟ ସେବା ଅବାଧ ଭାବେ ଜାରୀ ରଖିବା ଦିଗରେ ସକାରାତ୍ମକ ମନୋଭାବ ପ୍ରକାଶ କରାଯାଇଛି।
ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏମଡ଼ି ଡ଼ ବୃନ୍ଦା ଡ଼ି, ସ୍ୱାସ୍ଥ୍ୟ ସେବା ନିର୍ଦେଶକ ମହେଶ ମୋହନ ପଣ୍ଡା , ଅତିରିକ୍ତ ଶାସନ ସଚିବ ଗୌରହରୀ ବେହେରା ଏବଂ ଓମ୍ସାର ସଭାପତି ଡ଼ କିଶୋର ଚନ୍ଦ୍ର ମିଶ୍ର , ସାଧାରଣ ସମ୍ପାଦକ ଡ଼ ସଂଜୀବ କୁମାର ପ୍ରଧାନ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ |
