- ଶାଢ଼ିରେ ୪୦% ପର୍ଯ୍ୟନ୍ତ, କୁର୍ଲା ଓ କୁର୍ଭା ସେଟ୍ରେ ୫୦% ପର୍ଯ୍ୟନ୍ତ ରିହାତି
ଭୁବନେଶ୍ଵର ୯.୭.୨୦୨୬ [ଆ.ଦୁ.ନି] : ‘ତନେଇରା’ ପକ୍ଷରୁ ସେଲ୍ ଘୋଷଣା କରାଯାଇଛି । ଏହା ଗ୍ରାହକଙ୍କୁ ଅବିଶ୍ଵସନୀୟ ଦରରେ ହସ୍ତତନ୍ତ୍ର ଶାଢ଼ି ଓ ପୋଷାକ କିଣିବାର ସୁଯୋଗ ପ୍ରଦାନ କରୁଛି। ୨୦୨୬ ଜୁଲାଇ ୧ରୁ ଆରମ୍ଭ ଏ ସେଲ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍ ମାଧ୍ୟମରେ ଗ୍ରାହକ ତନେଇରା ଷ୍ଟୋର ଓ ଅନ୍ଲାଇନ୍ରେ ବଛା ବଛା ଶାଢ଼ି ଉପରେ ୪୦% ପର୍ଯ୍ୟନ୍ତ ରିହାତି ଏବଂ କୁର୍ତ୍ତା ଓ କୁର୍ଭା ସେଟ୍ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ସେଲ ଗ୍ରାହକଙ୍କୁ ସମଗ୍ର ଋତୁରେ ବିବାହ, ପାର୍ବଣ ଏବଂ ଅନ୍ୟାନ୍ୟ ସେଲିବ୍ରେଶନ୍ ପାଇଁ କାଳଜୟୀ ପୋଷାକରେ ନିବେଶ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି।
ଭାରତର ସମୃଦ୍ଧ ବୟନ ଐତିହ୍ୟକୁ ପାଳନ କରିବା ପାଇଁ ପରିଚିତ ତନେଇରା ଦେଶର ବିଭିନ୍ନ ପ୍ରସିଦ୍ଧ ବୟନ କୃଷ୍ଟରରୁ ସଂଗୃହିତ ହସ୍ତତନ୍ତ୍ରର ଏକ ବ୍ୟାପକ ସଂଗ୍ରହକୁ ଏକାଠି ଆଣିଛି। ଏହି ସେଲ୍ରେ ବ୍ରାଣ୍ଡର ବିଭିନ୍ନ ପ୍ରମୁଖ ଶାଢ଼ି କଲେକ୍ସନକୁ ଉପଲବ୍ଧ କରାଯାଇଛି। ଏଗୁଡ଼ିକ ହେଲା କାଞ୍ଜିବରମ୍, ବନାରସୀ, ସାଉଥ୍ ସିଲ୍କ, ଟସର, ଜାମଦାନୀ, ସମ୍ବଲପୁରୀ, ଇକତ୍, ଚନ୍ଦେରୀ, ମାହେଶ୍ଵରୀ, କୋଟା ଦୋରିଆ ଇତ୍ୟାଦି। ପ୍ରତ୍ୟେକଟି ଶାଢ଼ି ଭିନ୍ନ ଭିନ୍ନ ବୟନ କୃଷ୍ଟରର ଅନନ୍ୟ ପରମ୍ପରାର ପ୍ରତିନିଧିତ୍ଵ କରୁଛି।
ଆଗାମୀ ମାସଗୁଡ଼ିକରେ ବିବାହ, ପାର୍ବଣ ଉତ୍ସବ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଉତ୍ସବ ପାଇଁ ଗ୍ରାହକ ପ୍ରସ୍ତୁତି ଆରମ୍ଭ କରୁଥିବାରୁ ତନେଇରାର ଏହି ସେଲ୍ ଶୁଦ୍ଧ ଓ ପ୍ରାକୃତିକ ଫ୍ୟାବ୍ରିକ୍ସରୁ ପ୍ରସ୍ତୁତ ତଥା ଚିନ୍ତନଶୀଳ ଭାବେ ତିଆରି ହୋଇଥିବା ହସ୍ତତନ୍ତ ଶାଢ଼ି ସହିତ ଅତିସୁନ୍ଦର କୁର୍ଲା, କୁର୍ଭା ସେଟ୍, ବ୍ଲାଉଜ୍ ଓ ଅନ୍-ଷ୍ଟିଚ୍ଡ ପୋଷାକ ସମ୍ଭାର ମଧ୍ଯରୁ ନିଜ ପସନ୍ଦର ପୋଷାକ ଚୟନ କରିବା ପାଇଁ ସୁଯୋଗ ପ୍ରଦାନ କରୁଛି । ଚିରନ୍ତନ ତଥା ଉତ୍ତରାଧିକାରୀ-ଯୋଗ୍ୟ ଶାଢ଼ି ଚୟନ ହେଉ କିମ୍ବା ପ୍ରତ୍ୟେକ ଅବସର ପାଇଁ ସମସାମୟିକ ପାରମ୍ପରିକ ପୋଷାକ, ଗ୍ରାହକ ଭାରତର ସମୃଦ୍ଧ ବୟନ ପରମ୍ପରାକୁ ପ୍ରତିଫଳିତ କରୁଥିବା ଷ୍ଟାଇଲ୍କୁ ଆବିଷ୍କାର କରିପାରିବେ।
ବିଶ୍ୱସନୀୟତା ଓ ଶୁଦ୍ଧତା ପ୍ରତି ଅଙ୍ଗୀକାରବଦ୍ଧ ତନେଇରା। ପ୍ରତ୍ୟେକ ଶୁଦ୍ଧ ରେସମ ଶାଢ଼ି ‘ସିଲ୍କ ମାର୍କ’ ଦ୍ଵାରା ପ୍ରମାଣିତ। କେତେକ ସମ୍ଭାରଗୁଡ଼ିକରେ ‘ଜରି ପ୍ରମାଣପତ୍ର’ ମଧ୍ୟ ରହିଛି, ଯାହା ବ୍ରାଣ୍ଡର ପ୍ରକୃତ ଗୁଣବତ୍ତାର ପ୍ରତିଶ୍ରୁତିକୁ ପାଳନ କରୁଛି। ବିଶ୍ଵାସର ସ୍ଥାୟୀ ମୂଲ୍ୟବୋଧ ଦ୍ୱାରା ପରିଚାଳିତ ହୋଇ ତନେଇରା ଦେଶର ବୟନ ପରମ୍ପରାକୁ ପାଳନ ଓ ସାଇତି ରଖିବା ସହିତ ସଚେତନ ଗ୍ରାହକଙ୍କ ପାଇଁ ହସ୍ତତନ୍ତର ଉତ୍କୃଷ୍ଟତାକୁ ସୁଲଭ କରିଆସୁଛି।
ଏହି ସେଲ୍ ସମ୍ପର୍କରେ ତନେଇରାର ମୁଖ୍ୟ ବିକ୍ରି ଓ ବିପଣନ ଅଧିକାରୀ ସୋମପ୍ରଭ କୁମାର ସିଂ କହିଛନ୍ତି ଯେ, ‘ତନେଇରାରେ ପ୍ରତ୍ୟେକ ଉତ୍ପାଦ ଭାରତର ସମୃଦ୍ଧ ବୟନ ଐତିହ୍ୟରେ ନିହିତ ଓ ବିଶ୍ୱସନୀୟତା ସହିତ ପ୍ରସ୍ତୁତ । ଏହି ସିଜନ୍ ସେଲ ମାଧ୍ଯମରେ ଆମେ ଗ୍ରାହକଙ୍କୁ ଚିନ୍ତନଶୀଳ ଭାବେ ସଂଗୃହିତ ହସ୍ତତନ୍ତ ଶାଢ଼ି ଓ ପୋଷାକର ଏକ ସଂଗ୍ରହକୁ ଦେଖିବା ପାଇଁ ଆମନ୍ତ୍ରଣ କରୁଛୁ, ଯାହା କାରିଗରୀ ଓ ସ୍ଥାୟୀ ଷ୍ଟାଇଲକୁ ପାଳନ କରୁଛି । ଗ୍ରାହକ ତନେଇରାର ମାଷ୍ଟରକ୍ୟାଣ୍ଟିନ, ଚନ୍ଦ୍ରଶେଖରପୁର ଷ୍ଟୋର ଏବଂ କଟକ ସିଡିଏ ସେକ୍ଟର-୬ ଷ୍ଟୋରରେ ଚମତ୍କାର ସମ୍ଭାରଗୁଡ଼ିକୁ ଦେଖିପାରିବେ।
ଗ୍ରାହକ ତନେଇରା ଷ୍ଟୋର ପରିଦର୍ଶନ କରିପାରିବେ କିମ୍ବା www.taneira.com ରେ ଅନ୍ଲାଇନ୍ରେ କିଣାକିଣି କରି ବିଶେଷ ଅଫଗୁଡ଼ିକର ଆନନ୍ଦ ନେଇପାରିବେ।
