- ବିଓବିର ୧୧୯ତମ ପ୍ରତିଷ୍ଠା ଦିବସ ଅବସରରେ ସାମାଜିକ କଲ୍ୟାଣ ଓ ପରିବେଶ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜିତ l
ଭୁବନେଶ୍ୱର 20.07.2026 [ଆ.ଦୁ.ନି] ବ୍ୟାଙ୍କ ଅଫ୍ ବରୋଦା, ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କର ୧୧୯ତମ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ସାମାଜିକ କଲ୍ୟାଣ ଓ ପରିବେଶ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ପ୍ରତିଷ୍ଠା ଦିବସର ଥିମ୍ “ଲିଡିଂ ୱିଥ୍ ଟ୍ରଷ୍ଟ ” ସତ୍ୟନିଷ୍ଠ, ଦାୟିତ୍ବବୋଧ ଓ ଗ୍ରାହକ– କୈନ୍ଦ୍ରିକ ସେବା ମାଧ୍ୟମରେ ସ୍ଥାୟୀ ବିଶ୍ଵାସର ସମ୍ପର୍କ ଗଢି ତୋଳିବା ପ୍ରତି ବ୍ୟାଙ୍କର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ପ୍ରତିଷ୍ଠା ଦିବସ ଉପଲକ୍ଷେ ୯୨.୭ ବିଗ୍ ଏଫ୍ ଏମ୍ ସହଯୋଗରେ କଳିଙ୍ଗ ନଗରସ୍ଥିତ ଏ.ପି.ଜେ ଅବଦୁଲ କଲାମ ପାର୍କ ପରିସରରେ ୧୧୯ଟି ଚାରା ରୋପଣ କରାଯାଇଥିଲା। ଏଥି ସହିତ ରମା ଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଉପକୂଳପତି ପ୍ରଫେସର ଜୋସ୍ନା କେ.ବି. ରାଉତଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯଇ ପରିବେଶ ସୁରକ୍ଷା ପ୍ରତି ବ୍ୟାଙ୍କର ଦୃଢ ସଂକଳ୍ପକୁ ପୁନଃ ପ୍ରତିପାଦିତ କରାଯାଇଥିଲା। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧତା ଅନ୍ତର୍ଗତ ବିଓବି ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ସତ୍ୟ ନଗରସ୍ଥିତ ମିଶନାରିଜ୍ ଅଫ୍ ଚାରିଟି ପରିସରରେ ଏକ ୱାଟର ଫିଲଟର ପ୍ରଦାନ କରାଯାଇଥିଲା। ଉଦ୍ଯାପନୀ ଅବସରରେ ବ୍ୟାଙ୍କର ୧୧୯ ବର୍ଷର ଗୌରବମୟ ଯାତ୍ରା, ଗ୍ରାହକ ସେବା, ସମାଜ କଲ୍ୟାଣ ଏବଂ ଦେଶର ଆର୍ଥିକ ବିକାଶରେ ଏହାର ଉଲ୍ଲେଖନୀୟ ଅବଦାନକୁ ସ୍ମରଣ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ତଥା ମହାପ୍ରବନ୍ଧକ ଶରତ କୁମାର ପାଣିଗ୍ରାହୀ, ଭୁବନେଶ୍ଵର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ତଥା ଉପ ମହାପ୍ରବନ୍ଧକ ସତ୍ୟ ରଞ୍ଜନ ମହାପାତ୍ର, କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ତଥା ସହାୟକ ମହାପ୍ରବନ୍ଧକ ଜ୍ୟୋତିର୍ମୟୀ ଜେନାଙ୍କ ସମେତ ଆଞ୍ଚଳିକ ଓ କ୍ଷେତ୍ରୀୟ କାର୍ଯ୍ୟାଳୟର କର୍ମଚାରୀଗଣ ଉପସ୍ଥିତ ଥିଲେ।
