ଭୁବନେଶ୍ବର ର 20.07.2026 [ଆ.ଦୁ.ନି] : କୃଷକଙ୍କ କଲ୍ୟାଣ ତଥା କୃଷି କ୍ଷେତ୍ରରେ ବିକାଶକୁ ଦୃଷ୍ଟିରେରଖି ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ଵର ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ପିପିଲିଠାରେ ‘କିସାନ୍ ଦିବସ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କ ସହ ବହୁ ସଂଖ୍ୟକ କୃଷକ ଓ ଗ୍ରାହକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁବ୍ରତ କୁମାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ଯୋଗଦେଇଥିଲେ l ଭୁବନେଶ୍ଵର କ୍ଷେତ୍ରମହାପ୍ରବନ୍ଧକ କାର୍ଯ୍ୟାଳୟର ମହାପ୍ରବନ୍ଧକ ଏମ୍.ଭି.ଭି ବାଙ୍ଗାରାଜୁ ସମ୍ମାନିତ ଅତିଥ୍ ଭାବେ ଏଥିରେ ଯୋଗଦେଇଥିଲେ । ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ବିଜୟ କୁମାର ମଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା । କିସାନ ଦିବସ ଅବସରରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ବାରା ଓଡିଶାର ସମସ୍ତ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅୟୋଜନ କରାଯିବା ସହ କୃଷକମାନଙ୍କୁ ୧୫୦ କୋଟି ଟଙ୍କାର ଋଣ ବଣ୍ଟନ କରାଯାଇଥିଲା, ଏହି ପଦକ୍ଷେପ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ରାଜ୍ୟର କୃଷି କ୍ଷେତ୍ରକୁ ଆହୁରି ସୁଦୃଢ କରିବାରେ ସାହାଯ୍ୟ ହୋଇପାରିବ l ଓଡିଶାରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ୭ଟି “ଷ୍ଟାର କୃଷି ବିକାଶ କେନ୍ଦ୍ର” କାର୍ଯ୍ୟରତ ଅଛି। କାର୍ଯ୍ୟକ୍ରମ ଅବସରରେ କୃଷକ ଓ ସ୍ଥାନୀୟ ଜନସାଧାରଣ ଣଙ୍କ ପାଇଁ ଏକ ନିଃଶୁଳ୍କ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା ।ଏଥ୍ ସହିତ କୃଷି କ୍ଷେତ୍ରରେ ଡ୍ରୋନ୍ ବ୍ୟବହାରର ପ୍ରଦର୍ଶନ କରାଯାଇଥିଲା । ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଉପ–ଆଞ୍ଚଳିକ ମୁଖ୍ୟ ଶ୍ଯାମଳ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
