ଭୁବନେଶ୍ୱର,୧୨.୮.୨୦୨୬ [ଆ.ଦୁ.ନି] : ରକ୍ଷା ବନ୍ଧନ ଜୀବନର ସବୁଠାରୁ ପ୍ରିୟ ବନ୍ଧନକୁ ପାଳନ କରିବାର ଉତ୍ସବ । ଏହା ପ୍ରିୟଜନଙ୍କ ମଧ୍ୟରେ ପ୍ରେମ ଏବଂ ରକ୍ଷା ପାଇଁ ଏକ ପ୍ରତିଶ୍ରୁତି। ରାକ୍ଷୀ ଏକ ପ୍ରଥାଠାରୁ ଅଧିକ କିଛି । ଏହା ସ୍ମୃତି, ହସ ଏବଂ ଅକୁହା ପ୍ରତିଶ୍ରୁତିର ସ୍ମାରକ, ଯାହା ବର୍ଷ ପରେ ବର୍ଷ ପ୍ରିୟଜନକୁ ନିକଟତର କରିଆସୁଛି।
ଏହି ରକ୍ଷା ବନ୍ଧନରେ ଚାନ୍ଦି ଭଣ୍ଡାର ୯୨.୫ ଷ୍ଟଲିଂ ରୂପାରେ ଚିନ୍ତନଶୀଳ ଭାବେ ପ୍ରସ୍ତୁତ ରୁପା ରାକ୍ଷୀ ଏବଂ ବ୍ରେସ୍ଲେଟ୍ର ବ୍ୟାପକ ସମ୍ଭାର ଆଣିଛି। ଭାଇଭଉଣୀ ଏବଂ ପ୍ରିୟଜନଙ୍କ ପାଇଁ ଉପହାରର ବ୍ୟାପକ ବିକଳ୍ପ ରହିଛି। ଷ୍ଟେଟ୍ମେଣ୍ଟ ଡିଜାଇନ୍ଠାରୁ ଆରମ୍ଭ କରି ସର୍ବନିମ୍ନ ଷ୍ଟାଇଲ୍ ପର୍ଯ୍ୟନ୍ତ ବିଭିନ୍ନ ରେଞ୍ଜୁର ରାକ୍ଷୀ ରହିଛି। ରୁପା ବ୍ରେସ୍ଲେଟ୍କୁ ଉତ୍ସବ ବାଦ ବି ଦୀର୍ଘଦିନ ପାଇଁ ପସନ୍ଦ କରାଯାଇପାରିବ।
ପ୍ରଭୁ ଜଗନ୍ନାଥଙ୍କଠାରୁ ପ୍ରେରିତ ରାକ୍ଷୀ ସହିତ ଏକ ସାଂସ୍କୃତିକ ସ୍ପର୍ଶ ମଧ୍ୟ ଆଣିଛି ଏ ସମ୍ଭାର । ପିଲାଙ୍କ ପାଇଁ ସ୍ବତନ୍ତ୍ର କୌତୁକିଆ ଡିଜାଇନ ରହିଛି, ଯାହା ସମସ୍ତ ବୟସର ପ୍ରିୟଜନଙ୍କ ପାଇଁ ଉତ୍ସବକୁ ସ୍ବତନ୍ତ୍ର କରିଥାଏ।
ରାକ୍ଷୀ ସମ୍ମାର ସହିତ ପୁରୁଷମାନେ ଚାନ୍ଦି ଭଣ୍ଡାରର ଆମୋଘ କଲେକ୍ସନକୁ ଦେଖିପାରିବେ, ଯେଉଁଥିରେ ବ୍ୟାପକ ରେଞ୍ଜ୍ ରୁପା ଆସେସରିଜ୍ ଯଥା ଚେନ୍, ପେଣ୍ଡେଣ୍ଟ, ମୁଦି ଏବଂ ବ୍ରେସ୍ଲେଟ୍ ଆଦି ରହିଛି, ଯାହାକି ଭାଇ ତଥା ପ୍ରିୟଜନଙ୍କ ପାଇଁ ରକ୍ଷା ବନ୍ଧନ ଉପହାର ପ୍ରଦାନକୁ ସ୍ବତନ୍ତ୍ର କରୁଛି । ବ୍ରାଣ୍ଡ ମଧ୍ଯ ୯୨.୫ ଷ୍ଟଲିଂ ରୁପା ଗହଣା ଯେପରି କାନଫୁଲ, ଚୁଡ଼ି, ମୁଦି, ବ୍ରେସ୍ଲେଟ୍ ଏବଂ ଆଙ୍କ୍ଲେଟ୍ର ବ୍ୟାପକ ରେଞ୍ଜ ଉପଲବ୍ଧ କରୁଛି, ଯାହାକି ସଭିଙ୍କ ପାଇଁ ରକ୍ଷା ବନ୍ଧନ ଉପହାର ପ୍ରଦାନକୁ ସ୍ବତନ୍ତ୍ର କରୁଛି।
ପିଲାଙ୍କ ପାଇଁ ଏକ୍ସକ୍ରୁସିଭ୍ ‘ଟ୍ରେଜର୍ସ’ ସମ୍ଭାର ରହିଛି, ଯେଉଁଥିରେ ଚିନ୍ତନଶୀଳ ଭାବେ ପ୍ରସ୍ତୁତ ଗହଣା ପିସ୍ ରହିଛି। ଗହଣା ଏବଂ ପାରମ୍ପରିକ ରୁପାସାମଗ୍ରୀ ସହିତ ଆହୁରି ଅଧିକ କିଛି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର । ପାରମ୍ପରିକ ରୁପା ଆଇଟମ୍ ସହିତ ଏଠାରେ ପରିବର୍ଷିତ ଲାଇଫ୍ଷ୍ଟାଇଲ୍ ସେକ୍ସନ ରହିଛି। ରୁପାରେ ପ୍ରସ୍ତୁତ ୱାଇନ୍ ଗ୍ଲାସ, ବଟଲ ଏବଂ ଅତି ସୁନ୍ଦର ଚା’ ସେଟ୍ ଦୈନନ୍ଦିନ ବ୍ୟବହାରରେ କେବଳ ରୁପାର ୱେଲ୍ନେସ୍ ଫାଇଦା ପ୍ରଦାନ କରି ନ ଥାଏ, ଚିନ୍ତନଶୀଳ ଉପହାର ଭାବେ କାର୍ଯ୍ୟରେ ଆସିଥାଏ। ଏ କଲେକ୍ସନରେ ମଧ୍ୟ ରହିଛି ଉଡେନ ସିଲଭର-ଓ୍ୱାର୍କ ଟ୍ରେ ଏବଂ ସୁନ୍ଦର ଲାଇଫ୍ଷ୍ଟାଇଲ୍ ପିସ୍। ପ୍ରତ୍ୟେକ ଲିଭିଂ ସ୍ପେସ୍ରେ ଏହା ଆନନ୍ଦ ଯୋଡ଼ିଥାଏ ଏବଂ ପ୍ରତ୍ୟେକ ଅବସର ପାଇଁ ଉପଯୁକ୍ତ ଉପହାର ବିକଳ୍ପ ଭାବେ କାର୍ଯ୍ୟ କରେ।
ଏ ଅବସରରେ ଚାନ୍ଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍ସା ହଂସ କୁହନ୍ତି, ଆମେ ବାଣ୍ଟୁଥିବା ପ୍ରତ୍ୟେକ ବନ୍ଧନ ପାଳନଯୋଗ୍ୟ ଏବଂ ରକ୍ଷା ବନ୍ଧନ ସେହି ବନ୍ଧନକୁ ଆହୁରି ଟିକିଏ ଆଦର କରିବା ପାଇଁ ଏକ ସୁନ୍ଦର ସ୍ମରଣକାରୀ। ଆମ ରାକ୍ଷୀ ସମ୍ଭାର ମାଧ୍ୟମରେ ଆମେ ଉକ୍ତ ସେଲିବ୍ରେଶନ୍କୁ ଅଧିକ ସ୍ୱତନ୍ତ୍ର କରିବାକୁ ଚାହୁଁ ।
ଏହି ରକ୍ଷାବନ୍ଧନରେ ପ୍ରତିଶ୍ରୁତିକୁ ସମ୍ମାନ ଦିଅନ୍ତୁ, ସମ୍ପର୍କକୁ ଆହୁରି ମଜବୁତ କରନ୍ତୁ ଏବଂ ଦିଅନ୍ତୁ ଏକ ଚାନ୍ଦିର ସ୍ମୃତି ୧୪ ରୁ ୩୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ମେକିଂ ଚାର୍ଜରେ ଫ୍ଲାଟ୍ ୨୦% ଅଫର ସହ।
ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରାଜ୍ୟର ସର୍ବବୃହତ୍ ରୁପା ଗହଣା ଚେନ୍ ଷ୍ଟୋର। ୨୦୧୩ରେ ଏକ ସ୍ବତନ୍ତ୍ର ସିଲ୍ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ପୂର୍ବ ଭାରତରେ ୩୩ରେ ପହଞ୍ଚିଛି। ଭୁବନେଶ୍ୱରର ରଘୁନାଥପୁର, ସହିଦ ନଗର, ପଟିଆ, ରସୁଲଗଡ, ଜନପଥ, ସୌଭାଗ୍ୟନଗର,ନୟାପଲ୍ଲୀ, ଲୁଇସ୍ ରୋଡ, ଚନ୍ଦ୍ରଶେଖରପୁର ଏବଂ ଖଣ୍ଡଗିରି, ଖୋର୍ଦ୍ଧା, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ, ସିଡିଏ ଏବଂ ଲିଙ୍କ୍ ରୋଡ୍, ରାଉରକେଲାର ଉଦିତ ନଗର ଓ ରାଉରକେଲା ଟାଉନ, ଅନୁଗୁଳର ଅମଲାପଡ଼ା ଏବଂ ଗାନ୍ଧି ମାର୍ଗ ଛକ, ଯାଜପୁର, ବ୍ରହ୍ମପୁର, ବାଲେଶ୍ୱର, ଢେଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ବଲାଙ୍ଗୀର, ଭଦ୍ରକ, ପୁରୀ ଏବଂ ରାୟପୁରର ଭିଆଇପି ରୋଡ୍ ଓ ପଣ୍ଡିରେ ଏହାର ଷ୍ଟୋର ରହିଛି।
ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ରିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି ।
