ଭୁବନେଶ୍ୱର 14.08.2026 [ଆ.ଦୁ.ନି]
ବରମୁଣ୍ଡା ଅଂଚଳର 50 ବର୍ଷୀୟ ବ୍ୟକ୍ତିଙ୍କ କୋଭିଡ ପଜିଟିଭ୍ ପରୀକ୍ଷା ଜଣାପଡିବl ପରେ ଭୁବନେଶ୍ୱରରେ ଏକ ଭୟ ସୃଷ୍ଟି ହୋଇଛି, ସାଧାରଣ ଜନତା ମାକ୍ସ ପିନ୍ଧିବାକୁ ଆଗ୍ରଭର ହୋଇଛନ୍ତି l
ସୂଚନା ଅନୁସରେ ଉକ୍ତ ବ୍ୟାକ୍ତିଙ୍କୁ ନୂତନ COVID-19 ମାମଲା ରିପୋର୍ଟ ଜାଣିବାପରେ ତୁରନ୍ତ ତାଙ୍କୁ ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ତାଙ୍କୁ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରଖିଛନ୍ତି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।
ସ୍ୱାସ୍ଥ୍ୟ ଅଧିକାରୀମାନେ ସଂକ୍ରମଣର ଉତ୍ସ ଖୋଜିବା ପାଇଁ ତାଙ୍କ ଯାତ୍ରା ସମ୍ପର୍କିତ ବିବରଣୀ ଅନୁଧ୍ୟାନ କରୁଛନ୍ତି l ରୋଗୀଙ୍କ ଅବସ୍ଥା ଉପରେ କଡ଼ା ନଜର ରଖାଯାଇଛି, ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ଆହୁରି ଅପଡେଟ୍ ଖବର ଆଶା କରାଯାଉଛି ।
