ଭୁବନେଶ୍ୱର ୨୦.୦୮.୨୦୨୬ [ଆ.ଦୁ.ନି] ରାଜ୍ୟର ୭ଟି ଜିଲ୍ଲାର ସମବାୟ କର୍ମଚାରୀମାନଙ୍କୁ ନେଇ ଏକ ଆଞ୍ଚଳିକ ସମବାୟ ସମ୍ମିଳନୀ ଆୟୋଜିତ ଏହି ସମ୍ମିଳନୀରେ ୫୦ରୁ ଅଧିକ ପ୍ରତିନିଧି ସକ୍ରିୟ ଭାବେ ଅଂଶଗ୍ରହଣ କରି ନାନୋ ସାରର ଗୁରୁତ୍ୱ, ଇଫକୋ ସଙ୍କଟ ହରଣ ବୀମା ଯୋଜନା ଏବଂ ଇଫକୋ କିସାନ ସେବା ଟ୍ରଷ୍ଟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
ସମ୍ମିଳନୀରେ ଶ୍ରୀ ଶୁଭ୍ରଜିତ ପାଢ଼ୀ, ମାନ୍ୟବର ନିର୍ଦ୍ଦେଶକ, IFFCO, ନୂଆଦିଲ୍ଲୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଉପସ୍ଥିତ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରକାରର ସାରର ଚ୍ୟାନେଲ ଷ୍ଟକ୍ର ଉପଲବ୍ଧତା ଏବଂ POS ମେସିନ୍ ମାଧ୍ୟମରେ ଏହି ଷ୍ଟକ୍ର ତୁରନ୍ତ ନିଷ୍ପତ୍ତି/ବିକ୍ରୟ କରିବାର ଆବଶ୍ୟକତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ।
ଡଃ ପ୍ରଦୀପ କୁମାର ଶର୍ମା, ଚିଫ୍ ମ୍ୟାନେଜର (Marketing, Distribution & PO), IFFCO, ନୂଆଦିଲ୍ଲୀ ସମ୍ମାନିତ ଅତିଥି ଭାବେ ସମ୍ମିଳନୀରେ ଯୋଗଦେଇଥିଲେ। ସେ ବିଭିନ୍ନ ଗ୍ରେଡ୍ର ସାରର ଯୋଗାଣ ଯୋଜନା, ସରକାରୀ ବଣ୍ଟନ ଏବଂ ରେକ୍ ଚଳାଚଳ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ଡଃ ସୌମିକ ମଣ୍ଡଳ, SMM, IFFCO, ଓଡ଼ିଶା ମଧ୍ୟ ସମ୍ମିଳନୀରେ ଯୋଗଦେଇଥିଲେ। ସେ ବିଭିନ୍ନ ଫସଲରେ ନାନୋ ସାର, ଜୈବ ସାର ଏବଂ ଅନ୍ୟାନ୍ୟ ବିକଳ୍ପ ସାରର ପ୍ରୟୋଗ ପ୍ରଣାଳୀ ଓ ଉପଯୋଗିତା ବିଷୟରେ ଆଲୋଚନା କରିଥିଲେ।
ଶ୍ରୀ ବି.କେ. ପାତ୍ର, DFM, IFFCO, ଭୁବନେଶ୍ୱର କୃଷି କ୍ଷେତ୍ରରେ ଡ୍ରୋନ୍ର ବ୍ୟବହାର ବିଷୟରେ ଏକ ବିଶେଷ ଉପସ୍ଥାପନା ଦେଇଥିଲେ। କୃଷିରେ ଡ୍ରୋନ୍ର ବ୍ୟବହାର ଦ୍ୱାରା ସାର ଓ କୃଷି ଇନ୍ପୁଟ୍ର ସଠିକ୍ ଓ ସମୟୋପଯୋଗୀ ପ୍ରୟୋଗ କିପରି ସମ୍ଭବ, ସେ ସମ୍ପର୍କରେ ସେ ଆଲୋଚନା କରିଥିଲେ।
ଏହା ବ୍ୟତୀତ, ସମ୍ମିଳନୀରେ ଉପସ୍ଥିତ IFFCO RGBs ଏବଂ RCMSର ନିର୍ଦ୍ଦେଶକମାନେ ସାରର ବିକ୍ରୟ, ଯୋଗାଣ ଏବଂ 28:28:0 ଉତ୍ପାଦନ ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ନିଜର ମତାମତ ଓ ଅଭିଜ୍ଞତା ଉପସ୍ଥାପନ କରିଥିଲେ।
ସମ୍ମିଳନୀରେ ଯୋଗଦେଇଥିବା ସମସ୍ତ ପ୍ରତିନିଧି ଉତ୍ସାହର ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ସାରର ବିକ୍ରୟ, ଯୋଗାଣ, ନାନୋ ସାରର ପ୍ରଚାର-ପ୍ରସାର ଓ କୃଷକମାନଙ୍କ ମଧ୍ୟରେ ଆଧୁନିକ କୃଷି ପ୍ରଯୁକ୍ତିର ପ୍ରସାର ସମ୍ପର୍କରେ ବିଭିନ୍ନ ମତାମତ ରଖିଥିଲେ।
ଶେଷରେ ଶ୍ରୀ ଏସ୍.ସି. ଜେନା, Sr. Field Manager, IFFCO, ଭୁବନେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ଏସ୍.ଆର୍. ହାତୀ, DFM, IFFCO, ଭୁବନେଶ୍ୱର ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।
ଏହି ଆଞ୍ଚଳିକ ସମବାୟ ସମ୍ମିଳନୀ ସାର ବିକ୍ରୟ ଓ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ କୃଷକମାନଙ୍କ ନିକଟରେ ନାନୋ ସାର ଓ ଅନ୍ୟାନ୍ୟ ବିକଳ୍ପ ସାରର ପ୍ରସାର ପାଇଁ ଏକ ଫଳପ୍ରଦ ମଞ୍ଚ ଭାବେ ପ୍ରମାଣିତ ହୋଇଥିଲା।
