ଭୁବନେଶ୍ୱର ୨୧-୦୮–୨୦୨୬ [ଆ.ଦୁ.ନି] : ସହଜ, ସୁଗମ, ଅସୁବିଧାମୁକ୍ତ ଏବଂ ଉପଯୁକ୍ତ ଖୁଚୁରା ଋଣ ସମାଧାନ ସହିତ ପ୍ରତ୍ୟେକ ଗ୍ରାହକଙ୍କ ନିକଟରେ ପହଞ୍ଚୁବା ଏବଂ ସେମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡି ଆ ପକ୍ଷରୁ ସାରା ଦେଶରେ ଏହାର ରିଟେଲ୍ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ, ବ୍ୟାଙ୍କର ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ମେଗା ରିଟେଲ୍ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଦି ପ୍ରେସ୍ କ୍ଲବ୍ ଅଫ୍ ଓଡିଶାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍ ଭି ମୂରଲୀ କ୍ରୀଷ୍ଣା, ଉତ୍କଳ ବିଲ୍ଡର୍ସର ନିର୍ଦ୍ଦେଶକ ଅମିତ ବୈଦ, ଜ୍ୟୋତି ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ଦେବ ଜ୍ୟୋତି ପଟ୍ଟନାଏକ, ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ରାକେଶ କୁମାର ସିଂ ଏବଂ ମୁଖ୍ୟ ପ୍ରବନ୍ଧକ ପ୍ରି ୟମ୍ବଦା ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧୂକାରୀଗଣ ଉପସ୍ଥି ତ ଥିଲେ। ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ସମ୍ଭାବ୍ୟ ଗ୍ରାହକ ସକ୍ରି ୟ ଅଂଶଗ୍ରହଣ କରିଥିଲେ। ମୂରଲୀ କ୍ରୀଷ୍ଣା ଦ୍ବାରା ପ୍ରଦାନ କରାଯାଇଥିବା ଖୁଚୁରା ଋଣ ଉତ୍ପାଦ ଯେପରି ସେଣ୍ଟ ସ୍ୱର୍ଣ୍ଣ ଋଣ, ସେଣ୍ଟ ଗୃହ ଋଣ, ସେଣ୍ଟ ଗୃହ ଲକ୍ଷ୍ମୀ ହୋମ୍ ଲୋନ୍ (କେବଳ ମହିଳାମାନଙ୍କ ପାଇଁ) ଉପରେ ପ୍ରତିଯୋଗିତାମୂଳକ ସୁଧ ହାର ଏବଂ ଜିରୋ ପ୍ରୋସେସିଂ ଚାର୍ଜ ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ଶାଖାର ହିତାଧୂକାରୀମାନଙ୍କୁ ୫୦ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡେଫ୍ ଦାବୀ, ଉଦ୍ୟମ ପଞ୍ଜୀକରଣ, ସିକେୱାଇସି ଓ ରି କେୱାଇସିର ଲାଭ ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କୀତ ସୂଚନା ପ୍ରଦାନ କରାଯାଇଥିଲା ।
