କେନ୍ଦ୍ରାପଡା ୦୫.୦୯.୨୦୨୬ [ଆ.ଦୁ.ନି] : ଆଇସିଏଆର କେନ୍ଦ୍ରୀୟ ଝୋଟ ଓ ସହଯୋଗୀ ତନ୍ତୁ ଗବେଷଣା କେନ୍ଦ୍ର, ବାରକପୁରର ନିର୍ଦ୍ଦେଶକ ଡ଼. ଗୌରାଙ୍ଗ କର, କେନ୍ଦ୍ରାପଡ଼ା ଜ଼ିଲ୍ଲାର ଜଜାଙ୍ଗ ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଝୋଟ ଗବେଷଣା କେନ୍ଦ୍ର ପରିଦର୍ଶନ କରିଥିଲେ I ସମୀକ୍ଷା ବୈଠକରେ କେନ୍ଦ୍ରର ଭିତ୍ତିଭୂମି ବାବଦରେ ଡ଼. କର ଆଲୋଚନା କରିବା ସହିତ ଆଗାମୀ ଦିନର କାର୍ଯ୍ୟସୂଚୀ ବାବଦରେ ପରାମର୍ଶ ଦେଇଥିଲେ I ଏହା ସହ କ୍ଷେତ୍ର ପ୍ରଦର୍ଶନ କରି ବିଭିନ୍ନ କିସମର ଝୋଟ ଦେଖିବା ସହ ନାନାଦି କାର୍ଯ୍ୟକୁ ବୁଲି ଦେଖିବା ସହ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ I ଆଗାମୀ ଦିନରେ ଏଭଳି ଅନେକ କିସମ ପ୍ରସ୍ତୁତ ସହ ଝୋଟିର ପ୍ରଚାର ପ୍ରସାର ପାଇଁ ନିର୍ଦେଶ ଦେଇଥିଲେ I ପରିଦର୍ଶନରେ ତାଙ୍କ ସହିତ ଓୟୁଏଟିର ଗବେଷଣା ଅଧ୍ୟକ୍ଷ ପ୍ରଫେସର ନିରଞ୍ଜନ ପଣ୍ଡା ଓ କ୍ରୟଜାଫର ଅନ୍ୟାନ୍ୟ ବୈଜ୍ଞାନିକ ମାନେ ଯୋଗ ଦେଇଥିଲେ I ଡ଼. ପଣ୍ଡା ଏହି ଅବସରରେ ଝୋଟ ଚାଷର ଉପକାରିତା ଉପରେ ଆଲୋକପାତ କରିଥିଲେ I କାର୍ଯ୍ୟକ୍ରମରେ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ , ବ୍ଲକ କୃଷି ଅଧିକାରୀ ଉପସ୍ଥିତ ଥିଲେ I

