ଭୁବନେଶ୍ୱର 16.9. 2026 [ଆ.ଦୁ.ନି] : ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ରାଜଭାଷା ହିନ୍ଦୀର ପ୍ରଭାବଶାଳୀ ଏବଂ ଉତ୍କୃଷ୍ଟ କାର୍ଯ୍ୟାନ୍ଵୟନ କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବ୍ୟାଙ୍କ ରାଜଭାଷା କୀର୍ତି ପୁରସ୍କାରରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ସମ୍ମାନ ବ୍ୟାଙ୍କ ଦ୍ବାରା ରାଜଭାଷା ନୀତିର ଅନୁପାଳନ ତଥା ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ହିନ୍ଦୀ ଭାଷାର ପ୍ରୟୋଗକୁ ଅଧୂକ ପ୍ରୋତ୍ସାହିତ କରିବା ନିମନ୍ତେ କରାଯାଉଥିବା ନିରନ୍ତର ପ୍ରୟାସର ପ୍ରତିଫଳନ। ଏହି ପୁରସ୍କାର ନଭି ମୁମ୍ବାଇଠାରେ ଆୟୋଜିତ ୬ଷ୍ଠ ଅଖେଳ ଭାରତୀୟ ରାଜଭାଷା ସମ୍ମିଳନୀ– ୨୦ ୨୬ ସମାରୋହରେ ପ୍ରଦାନ କରାଯାଇଥିଲା। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ । ବ୍ୟାଙ୍କ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୂକାରୀ କଲ୍ୟାଣ କୁମାର ଏହି ପୁରସ୍କାର ଗ୍ରହଣ କରିଥିଲେ।
କଲ୍ୟାଣ କୁମାର ଏହି ସଫଳତାରେ ଆନନ୍ଦ ପ୍ରକାଶ କରି କହିଥିଲେ ଯେ, ରାଜଭାଷା କୀର୍ତ୍ତି ପୁରସ୍କା ସ୍କାରରେ ପ୍ରଥମ ସ୍ଥାନ ଅଧିକାର କରିବା ବ୍ୟାଙ୍କ ପାଇଁ ଗୌରବର ବିଷୟ। ଏହି ସମ୍ମାନ ବ୍ୟାଙ୍କର ସମସ୍ତ ଅଧୂକ ଧୂକାରୀ ଓ କର୍ମଚାରୀଙ୍କ ଦ୍ବାରା ରାଜଭାଷା ହିନ୍ଦୀର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନ ପାଇଁ କରାଯାଉଥିବା ସାମୂହିକ ପ୍ରୟାସ ଓ ପ୍ରତିବଦ୍ଧତାର ପ୍ରମାଣ। ସେ ରାଜଭାଷା ହିନ୍ଦୀର ବ୍ୟବହାରକୁ ଆହୁରି ବ୍ୟାପକ ଓ ପ୍ରଭାବଶାଳୀ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ଆହ୍ବାନ ଦେଇଥିଲେ।
