ଜଟଣୀ 18.9.2026 [ଆ.ଦୁ.ନି] : ୟୁନିୟନ୍ ଅଫ୍ ଇଣ୍ଡିଆର ଜଟଣୀ ଶାଖା ପକ୍ଷରୁ ୫୦ତମ ପ୍ରତିଷ୍ଠା ଦିବସ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ତୁଷାର କାନ୍ତ କର, ଉପ ଆଞ୍ଚଳିକ ମୁଖ୍ୟ ଶଙ୍କର ହେମ୍ବ୍ରମ ଓ ଜଟଣୀ ଶାଖାର ଶାଖା ପ୍ରବନ୍ଧକ କ୍ରୀଷ୍ଣା ଡାଗୋରେଙ୍କ ସମେତ ବ୍ୟାଙ୍କ ଅଧିକାରୀ, କର୍ମଚାରୀ, ଗ୍ରାହକ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଶାଖାର ୫ ଦଶନ୍ଧିର ନିଷ୍ଠାପୂର୍ଣ୍ଣ ଗ୍ରାହକ ସେବା ଏବଂ ଜଟଣୀ ଅଞ୍ଚଳର ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସେବା ବିକାଶରେ ବ୍ୟାଙ୍କର ଅବଦାନକୁ ସ୍ମରଣ କରାଯାଇଥୁବା ସହ ଦୀର୍ଘ ବର୍ଷ ଧରି ଗ୍ରାହକଙ୍କ ସହ ସୁସମ୍ପର୍କ, ବ୍ୟବସାୟୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସୁବିଧା ଓ ସହଯୋଗ ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶାଖା ଅଧୁକାରୀମାନେ ଗ୍ରାହକ ଓ ହିତାଧୁକାରୀଙ୍କ ବିଶ୍ଵାସ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।
ଶାଖାର ବର୍ତ୍ତମାନ ଓ ପୂର୍ବତନ କର୍ମଚାରୀମାନଙ୍କ ଅବଦାନକୁ ମଧ୍ଯ ସ୍ମରଣ କରାଯାଇଥିଲା। ଗତ ୫୦ ବର୍ଷର ଯାତ୍ରାରେ ସେମାନଙ୍କ ଭୂମିକାକୁ ସଫଳତାର ଏକ ଗୁରୁତ୍ବପୂର୍ଣ ଅଂଶ ଭାବେ ଅଭିହିତ କରାଯାଇଥିଲା। ଏହି ଅବସରରେ ଜଟଣୀ ଶାଖାର ବର୍ତ୍ତମାନ ଓ ପୂର୍ବତନ ସମସ୍ତ କର୍ମଚାରୀଙ୍କ ସମେତ ୧୫୦ରୁ ଉର୍ଦ୍ଧ ଗ୍ରାହକ ଯୋଗଦେଇଥିଲେ।
ଗ୍ରାହକମାନଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରିବା ସହ ବ୍ୟାଙ୍କ ସହିତ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ଶାଖା ପକ୍ଷରୁ କ୍ଷରୁ ପ୍ରତିବଦ୍ଧତା ପ୍ରକାଶ କରାଯାଇଥିଲା । ୟୁନିୟନ୍ ଅଫ୍ ଇଣ୍ଡିଆର ଜଟଣୀ ଶାଖାର ୫୦ତମ ପ୍ରତିଷ୍ଠା ଦିବସ ପାଳନ ଏହାର ଗୌରବମୟ ଯାତ୍ରାର ଏକ ସ୍ମରଣୀୟ ଅଧ୍ୟାୟ ହେବା ସହ ଆଗାମୀ ଦିନଗୁଡିକରେ ସେହି ଅଞ୍ଚଳବାସୀଙ୍କ ସେବା ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିଛି। ପ୍ରତିଷ୍ଠା ଦିବସ ଅବସରରେ ବ୍ୟାଙ୍କ ପକ୍ଷରୁ ଜଟଣୀ କେ ଭି ବିଦ୍ୟାଳୟରେ ସାଇବର ସିକ୍ୟୁରିଟୀ ଓ ଆର୍ଥିକ ସାକ୍ଷରତା ଶିବିରର ଆୟୋଜନ କରାଯିବା ସହ ଜଟଣୀ ଶା ଶାଖାରେ ଏକ ସ୍ଵାସ୍ଥ୍ୟ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ବ୍ୟାଙ୍କର ଉପ ଆଞ୍ଚଳିକ ମୁଖ୍ୟ ଶ୍ରୀ ହେମ୍ବ୍ରମ ସମସ୍ତଙ୍କୁ ମସ୍ତଙ୍କୁ ସମ୍ବୋଧୂତ କରିବା ସହିତ ଧନ୍ୟବାଦ ଜ୍ଞାପନ କରି କରିଥିଲେ।
