ଭୁବନେଶ୍ଵର 26.9.2026[ଆ.ଦୁ.ନି] : ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନ୍ ଓଡିଶା ୟୁନିଟ୍ର ୪୫ତମ ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ରେଲ୍ ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନ ଓଡିଶା ୟୁନିଟ୍ର ସଭାପତି କମ୍ରେଡ୍ ସ୍ମୃତିରଞ୍ଜନ ସାହୁ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ ୟୁନିଟ୍ର ସାଧାରଣ ସମ୍ପାଦକ କମ୍ରେଡ୍ କମଲଜିତ୍ ମହାପାତ୍ରଙ୍କ ବଳିଷ୍ଠ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସୁନିଲ ପାଣ୍ଡେ ଏହି କାର୍ଯ୍ୟକ୍ରମରେ ଫେଡେରେସନ୍ ଅଫ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନ୍ର ବରିଷ୍ଠ ସଦସ୍ୟମାନେ ଯୋଗଦେଇଥିଲେ। ଏଥିରେ ସାଧାରଣ ସମ୍ପାଦକ କମ୍ରେଡ୍ ନିଲେଶ ପାଓ୍ବାର, ସଭାପତି କମ୍ରେଡ୍ ଜି ନାଗେଶ୍ଵର, ଚାର୍ଯ୍ୟରତ ସଭାପତି କମ୍ରେଡ୍ ଶ୍ୱେତାଙ୍ଗ ତ୍ରିବେଦୀ, ଚେୟାରମ୍ୟାନ୍ କମ୍ରେଡ୍ ସଞ୍ଜୟ ଦାସ, ଉପଦେଷ୍ଟା କମ୍ରେଡ୍ ସୁନି ଲାକ୍ରା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନ୍-ବିହାରର ସାଧାରଣ ସମ୍ପାଦକ କମ୍ରେଡ୍ ଗଣେଶ କୁମାର ପାନ୍ଦେ ଏବଂ ଏଅଏଆବିଓସିର ରାଜ୍ୟ ସମ୍ପାଦକ କମ୍ରେଡ୍ ଅମିତାଭ ଦାସ ଯୋଗଦେଇ ବ୍ୟାଙ୍କିଙ୍ଗ୍ ଇଣ୍ଡଷ୍ଟ୍ରିରେ ଅଧୂକାରୀମାନେ ମୁଖୀନ ହେଉଥବା ବିଭିନ୍ନ ପ୍ରକାରର ଅସୁବିଧା ସମ୍ପର୍କରେ ନିଜର ମୂଲ୍ୟବାନ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ପାଞ୍ଚଦିନିଆ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା, ସେପ୍ଟେମ୍ବର ମାସ ଧର୍ମଘଟର ସଫଳତା, ଭବିଷ୍ୟତରେ ତିନିଦିନିଆ ଧର୍ମଘଟ ସମ୍ପର୍କୀତ ଯୋଜନା ଏବଂ ପିଏଲ୍ଆଇରେ ଭେଦଭାବ ସମ୍ପର୍କୀତ ବିଷୟଗୁଡିକ ଉପରେ ବିସ୍ତୃତ ଲାଚନା ହୋଇଥିଲା। ସାଂଗଠନିକ ଏକତାକୁ ସୁଦୃଢ କରିବା ସହ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଭିବୃଦ୍ଧି ଓ ପ୍ରତିଷ୍ଠାରେ ଯୋଗଦାନର ସାମୂହିକ ସଂକକଳ୍ପ ସହିତ ୪୫ତମ ବାର୍ଷିକ ସାଧାରଣ ବୈଠକ ସମାପ୍ତ ହୋଇଥିଲା।
