ଭୁବନେଶ୍ୱର 1.10.2026 [ ଆ.ଦୁ.ନି]: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶିକା ଅନୁଯାୟୀ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ । “ ସ୍ଵଚ୍ଛତାରେ ସହଭାଗିତା, ସ୍ଵଚ୍ଛ ଭାରତ ଏବଂ ବିକଶିତ ଭାରତ ବିଷୟ ସମ୍ପର୍କୀତ “ ସ୍ଵଚ୍ଛତା ହିଁ ସେବା” (ଏସ୍ଏସ୍ଏସ୍ ) -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଅଂଶସ୍ୱରୂପ ପରିବେଶ ସୁରକ୍ଷା ଓ ସ୍ଥାୟିତ୍ବକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ “ ଏକ୍ ପେଡ୍ ମା କେ ନାମ୍” ପଦକ୍ଷେପ ଅଧିନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ, ଭୁବନେଶ୍ଵରର ମହାପ୍ରବନ୍ଧକ ମୁତା ବିରା ଭେଙ୍କଟ ବାଙ୍ଗାରାଜୁ ଏବଂ ଭୁବନେଶ୍ୱର ଆଞ୍ଚଳିକ ଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲିକଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସ୍ଵଚ୍ଛତା ଏବଂ ନାଗରିକ ଦାୟିତ୍ବବୋଧତାର ସନ୍ଦେଶ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଏକ ଉତ୍କୃଷ୍ଟ ମାଧ୍ୟମ।
