ବାଲୁକା ଚିତ୍ରକଳା ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍
ପୁରୀ | ଭୁବନେଶ୍ୱର 1.10.2026 [ଆ.ଦୁ.ନି] : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସ ଓ ବୀରତ୍ୱକୁ ସଲାମ୍ ଜଣାଇବା ପାଇଁ ଏକ ସୁନ୍ଦର ବାଲୁକା ଚିତ୍ରକଳା (ସ୍ୟାଣ୍ଡ ଆନିମେସନ୍) ପ୍ରସ୍ତୁତ କରିଛନ୍ତି। ପୁରୀସ୍ଥିତ ନିଜ ଷ୍ଟୁଡିଓରେ ଏହି କଳାକୃତି ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା।
ନିଜର ନିଆରା କଳା ମାଧ୍ୟମରେ ମାନସ କୁମାର ସାହୁ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସ, ଦୃଢ଼ ମନୋବଳ ଓ ସମର୍ପଣ ଭାବକୁ ସମ୍ମାନ ଜଣାଇଛନ୍ତି। ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ସେ ସାହସ ଓ ଦୃଢ଼ ସଂକଳ୍ପର ଏକ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି।
“କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍!” — ଏହି ସ୍ଲୋଗାନ୍ ମାଧ୍ୟମରେ ଶ୍ରୀ ସାହୁ ନିଜର କଳା ଦ୍ୱାରା ତାଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ପ୍ରଶଂସା ପ୍ରକାଶ କରିଛନ୍ତି।
ନିଜର ଅନନ୍ୟ ବାଲୁକା ଚିତ୍ରକଳା ମାଧ୍ୟମରେ ମାନସ କୁମାର ସାହୁ ସର୍ବଦା ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇବା ସହ ସାହସ, ମାନବିକତା ଓ ଦେଶପ୍ରେମର ବାର୍ତ୍ତା ପ୍ରସାର କରିଆସୁଛନ୍ତି।
ସ୍ଲୋଗାନ୍: କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍! 🇮🇳
