ଭୁବନେଶ୍ୱର ୦୪/୧୦/୨୦୨୬ [ଆ.ଦୁ.ନି]: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ ୟୁଥ” ତରଫରୁ ଆସନ୍ତା ତା ୦୪ ନଭେମ୍ବର ମାସରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ ଭିକାରୀ ବଳ ସମ୍ମାନ– ୨୦୨୬’ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଅବସରରେ ବରିଷ୍ଠ ଗୀତିକାର ଶ୍ରୀମତୀ ମାଳତିଲତା ପ୍ରଧାନଙ୍କୁ ‘ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ- ୨୦୨୬’ ରେ ସମ୍ମାନିତ କରାଯିବ ।
ଏହି ଅବସରରେ “ଭିକାରୀ ବଳ ସଂଗୀତ ପ୍ରତିଯୋଗୀତା-୨୦୨୬” (କେବଳ ଭିକାରୀ ବଳ ଗାଇଥିବା ସଂଗୀତ) ଗତକାଲି ଗୀତଗୋବିନ୍ଦ ଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ କନିଷ୍ଟ ବର୍ଗରେ ४० ଜଣ, କନିଷ୍ଟ ବର୍ଗରେ ୨୮ ଜଣ ଓ ବରିଷ୍ଟ ବର୍ଗରେ ୩୫ ଜଣ ପ୍ରତିଯୋଗୀ ଓଡିଶାର ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ (ରା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ, ଭାରତୀୟ ଜନତା ପାର୍ଟି, ଭୁବନେଶ୍ବର) ଓ ଶ୍ରୀଯୁକ୍ତ ଯୁକ୍ତ ନିରଞ୍ଜନ ମିଶ୍ର (ସଭାପତି ରାଜ୍ୟ ଜନତା ପାର୍ଟି, ଭୁବନେଶ୍ବର ସଂଗଠନ, ଜିଲ୍ଲା), ଶ୍ରୀମତୀ ସାଗତ ପଟ୍ଟନାୟକ (ବରିଷ୍ଠ ଗାୟିକା) ଓ ବିଶିଷ୍ଟ ଗୀତିକାର ଶ୍ରୀଯୁକ୍ତ ରାଧାନାଥ ଦାସ, ନୂତନ ନୂତନ ଭାବେ ମନୋନୀତ ହୋଇଥିବା ଭୁବନେଶ୍ବର ଜିଲ୍ଲା ସାଂସ୍କୃତିକ ସେଲ୍ରର ସଂଯୋଜକ ଭାବେ ଶ୍ରୀ ସଚିନ କୁମାର ରଥ, ପ୍ରଫେସର ଡ. ଶ୍ରୀନିବାସ ଘଟୁଆରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘ କରିଥିଲେ । ବରିଷ୍ଠ ଗୀତିକାର ତଥା କଣ୍ଠଶିଳ୍ପୀ ଶ୍ରୀକର ପାଢୀ, ସୌରଭ ନାୟକ, ଆଲୋକ କୁଣ୍ଡୁ, ନନି ନନି ଗୋପାଳ ଦାଶ, ଅଲିଭା ସ୍ମୃତି ରଥ, ମନ୍ଦାକିନୀ ଶ୍ରେୟା, ଅପର୍ଷା ପାଣି, ବିଚାଟ ଭାବେ ଯୋଗଦେଇଥିଲେ । “ୟୁଥ”ର କାର୍ଯ୍ୟକାରୀ ସଂଯୋଜକ ଅମୃତା ଲୋପାମୁଦ୍ରା ପରିଚାଳନା କରିବା ସହ ଉପସ୍ଥିତ ଅତିଥ୍ ପ୍ରତିଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତ୍ତୀବାସ ବେହେରା ସଂଗୀତ ପ୍ରତିଯୋଗୀତାକୁ ସଂଯୋଜନା କରିଥିଲେ ।
