ବରଗଡ଼/ଭୁବନେଶ୍ୱର ୦୬.୦୧.୨୦୨୬ (ଆ.ଦୁ.ନି) ବରଗଡ଼ ଜିଲ୍ଲା ପଦ୍ମପୁର ପୋକ୍ସୋ କୋର୍ଟ ଆଜି ଜଣେ ୬ ବର୍ଷର ନାବାଳିକାଙ୍କ ଦୁଷ୍କର୍ମ ଓ ନିର୍ମମ ହତ୍ୟା...
Month: January 2026
*Migratory Birds’ Arrival Reflects Odisha’s Conducive Climate: Deputy Chief Minister Pravati Parida Bhubaneswar, January 6, 2026: (A.D.N)...
*ଚିଲିକା ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ସମ୍ପଦର ଅନନ୍ୟ ସମ୍ଭାର: ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଚିଲିକା/ଭୁବନେଶ୍ୱର ତା ୦୬/୦୧/୨୦୨୬ ( ଆ.ଦୁ.ନି) ଚିଲିକା...
ଭୁବନେଶ୍ୱର୦୬.୦୧.୨୦୨୬ (ଆ.ଦୁ.ନି) ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ଓ ଉଦୟମାନ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ସଚେତନ ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ଇଲୋକ୍ଟ୍ରୋନିସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ , ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) “ଏମରଜିଙ୍ଗ ପ୍ରଯୁକ୍ତିବିଦ୍ୟା ଶିବିର”ର ରାଜ୍ୟସ୍ତରୀୟ ଶୁଭାରମ୍ଭ ଆଜି ଭୁବନେଶ୍ୱରସ୍ଥ ଆକୋନିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅନ୍ଧାରୁଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ଓଡ଼ିଶା ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟକ ସନ୍ଦେଶ ଦେଇଥିଲେ। ଏହି ଶିବିର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା (ଏଆ ), ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଓଟି ), ରୋବୋଟିକ୍ସ ଓ ସାଇବର ସୁରକ୍ଷା ଭଳି ଉଦୟମାନ ପ୍ରଯୁକ୍ତିବିଦ୍ୟା ବିଷୟରେ ପ୍ରାୟୋଗିକ ଜ୍ଞାନ ଓ ସଚେତନତା ପ୍ରଦାନ କରାଯିବ। ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନବଚିନ୍ତନ, ସମସ୍ୟା ସମାଧାନ କ୍ଷମତା ଓ ଭବିଷ୍ୟତ କ୍ୟାରିଅର ପାଇଁ ଦକ୍ଷତା ବିକାଶରେ ସହାୟକ ହେବ। ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁଦୃଢ କରିବା ତଥା ପରିବର୍ତ୍ତନଶୀଳ ବୈଷୟିକ ଶିକ୍ଷା ବିଷୟରେ ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ମାନ୍ୟବର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ତାଙ୍କ ବକ୍ତ୍ୟବରେ କହିବାସହ ଏହି ତାଲିମ ଶିବିର ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ହେବ ଯାହାଦ୍ୱାରା ୧୨୦୦୦ ଛାତ୍ରଛାତ୍ରୀ ଉପକୃତ ହେବେ I ପରବର୍ତୀ ପର୍ଯ୍ୟାୟରେ ଏହି ପ୍ରଶିକ୍ଷଣ ରାଜ୍ୟର ସମସ୍ତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମସ୍ତ ଆଦର୍ଶ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଆୟୋଜିତ ହେବ ଏବଂ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପୃଷ୍ଠପୋଷକତା ରେ ଓଡିଶା ନଲେଜ କର୍ପୋରେସନ ଲିଃ ଦ୍ୱାରା କାର୍ଯ୍ୟାନ୍ୱୟନ କରାଯିବ I ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ ମହାନ ସ୍ବପ୍ନ ରହିଛି ତାହାକୁ ସାକାର କରିବାରେ ଏହି ଅତ୍ୟାଧୁନିକ ଜ୍ଞାନ କୌଶଳ ବହୁତ ସାହାଯ୍ୟ କରିବ ତଥା ଏକ ସୁପ୍ରଶିକ୍ଷିତ ଏବଂ ଯୁଗଉପଯୋଗୀ ମାନବ ସମ୍ବଳ ସୃଷ୍ଠି ହୋଇପାରିବେ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିବା ସହ ଏହି ପ୍ରୟାଶକୁ ପ୍ରଶଂସା କରିଥିଲେ I ବକ୍ତାମାନେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଶା ସରକାର ଶିକ୍ଷାକୁ ଭବିଷ୍ୟତମୁଖୀ କରିବା ଓ ଡିଜିଟାଲ୍ ଓଡ଼ିଶା ଗଢ଼ିବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପ୍ରକାର ଶିବିର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଯୁକ୍ତିର ଉପଭୋକ୍ତା ନୁହେଁ, ବରଂ ସୃଷ୍ଟା ଭାବେ ଗଢ଼ି ତୋଳିବ। କାର୍ଯ୍ୟକ୍ରମର ଶେଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନଙ୍କ ପକ୍ଷରୁ ଶ୍ରୀମତୀ ସ୍ମିତା ରାଉତ , ରାଜ୍ୟ ପ୍ରକଳ୍ପ ନିର୍ଦ୍ଧେଶକ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡ଼ଃ ମନୋରଞ୍ଜନ ପୁଥାଳ କୃତ୍ରିମ ବୁଦ୍ଧିମତ୍ତା (ଏଆ ), ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଓଟି ), ରୋବୋଟିକ୍ସ ଓ ସାଇବର ସୁରକ୍ଷା ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବା ସହ ଓ ଆଲୋଚନା କରିଥିଲେ | କାର୍ଯ୍ୟକ୍ରମରେ ଶ୍ରୀ ବିଶାଳ କୁମାର ଦେବ, ପ୍ରମୁଖ ଶାସନ ସଚିବ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା; ଶ୍ରୀମତୀ ସ୍ମିତା ରାଉତ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଏବଂ ଡ଼ଃ ପ୍ରଦୀପ କୁମାର ରାଉତ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓକାକ ପ୍ରମୁଖ ଭାବେ ଉପସ୍ଥିତ ଥିଲେ।
ଭୁବନେଶ୍ବର, ୬ ଜାନୁଆରୀ ୨୦୨୬: (ଆ.ଦୁ.ନି) ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ୬ ଜାନୁଆରୀ ୨୦୨୬ରେ ଭାରତ ସରକାରଙ୍କ ଯୁବ ବ୍ୟାପାର...
*ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ଭୁବନେଶ୍ୱର, ୫ ଜାନୁଆରୀ ୨୦୨୬ (ଆ.ଦୁ.ନି) ଲୋକସେବା ଭବନସ୍ଥିତ ବୈଠକ...
*ଗୌହାଟୀରେ ତିନିଦିନ ଧରି ହେବ ‘ଦ୍ୱିତୀୟ ଓଡିଶା ପରବ’ପ୍ରଦର୍ଶିତ ହେବ ବିଭିନ୍ନ ବିଭାଗର ୨୦ଟି ଷ୍ଟଲ୍ ଏବଂ ୧୦ଟି ଫୁଡ଼ ଷ୍ଟଲଉତ୍ତରପୂର୍ବ ରାଜ୍ୟରେ...
*ରାଜ୍ୟ ତଥା ଦେଶର ଦୀର୍ଘମିଆଦି ଉନ୍ନୟନ ଦୃଷ୍ଟିକୋଣ ଏବଂ ଓଡ଼ିଶା ଭିଜନରେ ରହିଥିବା ...
ଆମ ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ,ଆମରି ପାଇଁ ସଦା ଖୋଲାଅଛିତାଙ୍କ ଅଭିଯୋଗ ପ୍ରକୋଷ୍ଠ ଭୁବନେଶ୍ୱର ୦୫ ଜାନୁଆରୀ ୨୦୨୬ (ଆ.ଦୁ.ନି) ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି...
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ • ଖରିଫ...
