ଭୁବନେଶ୍ଵର 31.10.2026 [ଆ.ଦୁ.ନି] : ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ କ୍ଷେତ୍ରୀୟ କାର୍ଯ୍ୟାଳୟ, ଭୁବନେଶ୍ଵର ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଏକ ଓ୍ବାକାଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସିଆରଏମ୍ ରାହୁଲ ଦୁବେ ଓ ଏଜିଏମ୍ ଅରବିନ୍ଦ କୁମାର ଝା ଯୋଗ ଦେଇଥିଲେ। ଏଥିରେ କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ସ୍ଥାନୀୟ ଶାଖା କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
