ଭୁବନେଶ୍ଵର 31.10.2026 [ଆ.ଦୁ.ନି] : କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ଵର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୨୬ ଅକ୍ଟୋବର ରୁ ୧ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ “ ସତ୍ୟନିଷ୍ଠାରୁ ସମୃଦ୍ଧି” ସମ୍ପର୍କୀତ ଏକ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ଅଧୂନସ୍ଥ ଗ୍ରାମୀଣ ଓ ଅଦ୍ଧ ସହରାଞ୍ଚଳ ଶାଖାଗୁଡିକ ମାଧ୍ଯମରେ ବିଭିନ୍ନ ଜିଲ୍ଲାରେ ୧୧୦ଟି ଗ୍ରାମ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଗୁଡିକ ମାଧ୍ଯମରେ ଗ୍ରାମବାସୀମାନଙ୍କୁ ଦୈନନ୍ଦିନ ଜୀବନରେ ସାଧୁତା, ସ୍ୱଚ୍ଛତା ଓ ନୈତିକ ଆଚରଣର ଗୁରୁତ୍ଵ ଉପରେ ସଚେତନ କରାଯାଇଥିଲା।
ଏହି ଅବସରରେ କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ ଭୁବନେଶ୍ୱର ଓ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟରେ କୁଇଜ୍ ପତିଯୋଗିତା, ବୃକ୍ଷରୋପଣ ଅଭିଯ ଅଭିଯାନ ଓ ଜନ ସଚେତନତା କାର୍ଯ୍ୟକ୍ରମ କ୍ରମ ସମତେ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଭୁବନେଶ୍ବର ଅଞ୍ଚଳ କାର୍ଯ୍ୟାଳୟ ଓ ଅଞ୍ଚଳ କାର୍ଯ୍ୟାଳୟ ଅଧୂନସୁ ସମସ୍ତ ଶାଖାର କର୍ମଚାରୀ ସତ୍ୟନିଷ୍ଠାର ଶପଥ ପାଠ କରିବା ସହ ସଚ୍ଚୋଟତା, ନୈତିକତା ଓ ଦୁର୍ନୀତି ମୁକ୍ତ ଶାସନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଏହି ସ ସପ୍ତାହ ପାଳନ ଅବସର ବସରରେ ଏକ ପଦଯାତ୍ରା (ଓ୍ବାକାଥନ୍) ଓ ମାନବ ଶୃଙ୍ଖଳ ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଥରେ କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ ର୍ଯ୍ୟାଳୟ ଭୁବନେଶ୍ଵର ଓ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରାୟ ୧୦୦ ଜଣ ଅଧୂକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ମାନବ ଶୃଙ୍ଖଳ ଓ ପଦଯାତ୍ରାର ଉଦ୍ଦେଶ୍ୟ ଥୁଲା ଦୂର୍ନୀତିକୁ ପ୍ରତିରୋଧ କରିବା ଏବଂ “ ସତ୍ୟନିଷ୍ଠାରୁ ସମୃଦ୍ଧି ” ବାର୍ଭାକୁ ପ୍ରସାର କରିବା। ଏହା ମାଧ୍ୟମରେ ସମସ୍ତଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନିଷ୍ଠା ଓ ସତ୍ୟତାକୁ ଅନୁସରଣ କରିବାକୁ ପ୍ରେରିତ କରାଯାଇଥିଲା।
ଏହି ଅବସରରେ କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ ଭୁବନେଶ୍ଵରର ମହାପ୍ରବନ୍ଧକ ଏମ୍.ଭି.ଭି ବାଙ୍ଗାରାଜୁ, ଭୁବନେଶ୍ଵର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲିକ, କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ ରଜନୀକାନ୍ତ ଭୂୟାଁ, କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ଅଶୋକ କୁମାର ଜେନା, ଜୟଦେବ ବିହାର ଶାଖାର ସହାୟକ ମହାପ୍ରବନ୍ଧକ ସୌମ୍ୟରଞ୍ଜନ ବେହେରା, ଏସ୍ଏମ୍ଇସିସିର ସହାୟକ ମହାପ୍ରବନ୍ଧକ ବନିତା ମହାପାତ୍ର ଏବଂ ସନ୍ଦୀପ କୁମାର ବେହେରାଙ୍କ ସମେତ ମହାପ୍ରବନ୍ଧକ କାର୍ଯ୍ୟାଳୟ ଓ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।
ଏହି ସାମୂହିକ ପଦକ୍ଷେପଗୁଡିକ ମାଧ୍ଯମରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଅଞ୍ଚଳ ସମାଜରେ ସ୍ୱଚ୍ଛତା ଓ ଜନ ସହଭାଗିତାକୁ ପ୍ରୋତ୍ସାହିତ କରିବା ସହ ଦୁର୍ନୀତିମୁକ୍ତ ଓ ନୈତିକ ଦାୟିତ୍ୱବୋଧ ସମ୍ପନ୍ନ ସମାଜ ଗଠନ ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ଗଠନ କରିଛି।
