ଭୁବନେଶ୍ୱର 6.11.2026 [ଆ.ଦୁ.ନି]: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୟୁନିୟନ୍ କର୍ପୋରେଟ୍ ସାଲାରୀ ପ୍ୟାକେଜ୍
ଅଧୀନରେ ଉପଲବ୍ଧ ମାଗଣା ଟର୍ମ ଇନ୍ସ୍ୟୁରାନ୍ସ ସୁବିଧା ଅନ୍ତର୍ଗତ ୨୦ ଲକ୍ଷ ଟଙ୍କାର ବୀମା ଦାବି ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ରଞ୍ଜନ ସହାୟ ଓପିଟିସିଏଲ୍ ର କର୍ମଚାରୀ ସ୍ଵର୍ଗତଃ ବିଶ୍ଵରଞ୍ଜନ ବିଶ୍ଵାଳଙ୍କ ପତ୍ନୀ ସ୍ମିତା ବିଶ୍ବାଳଙ୍କୁ ଳଙ୍କୁ ୨୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏଥିରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ୟ ମୁଖ୍ୟ ତୁଷାରକାନ୍ତ କର ଉପସ୍ଥିତ ଥିଲେ।
ଏହି ବୀମା ଦାବି ରାଶି ପ୍ରଦାନ ମାଧ୍ୟମରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର କର୍ପୋରେଟ୍ ଓ ଆନୁଷ୍ଠାନିକ ସହଯୋଗୀ ସଂସ୍ଥାଗୁଡିକର କର୍ମଚାରୀମାନଙ୍କୁ ଅତିରିକ୍ତ ସୁବିଧା ଓ ଆର୍ଥିକ ସୁରକ୍ଷା ଯୋଗାଇଦେବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି।
