କଟକ 6.11.2026 [ଆ.ଦୁ.ନି]: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କ୍ଷେତ୍ରୀୟ କାର୍ଯ୍ୟାଳୟ, କଟକ ଅଧୀନସ୍ଥ ଏହାର ଡ୍ରିମ୍ଭ ଶାଖା ପକ୍ଷରୁ କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ଵାର ବ୍ଲକ୍ ଅନ୍ତର୍ଗତ ଟାଙ୍ଗୀ ଏଏଚ୍ଏଆଇ ଟୋଲ୍ ଗେଟ୍ ନିକଟସ୍ଥ ବନ୍ଦାଳ ଗ୍ରାମଠାରେ ଏକ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସାଚୁରେସନ୍ ଡ୍ରାଇଭ ଏବଂ କେୱାଇସି ସେବା କେନ୍ଦ୍ର ସଫଳତାର ସହ ଆୟୋଜନ କରାଯାଇଥିଲା। ଏହି ଆର୍ଥିକ ଅନ୍ତର୍ଭୁକ୍ତିକରଣ ସାଚୁରେସନ୍ ଡ୍ରାଇଭ ଓ କେୱାଇସି ସେବା କେନ୍ଦ୍ରକୁ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୃ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ରଞ୍ଜନ ସହାୟ ଉଦ୍ଘାଟନ କରିଥିଲେ। ଏହି ଅବସର ବସରରେ କଟକ ସେ କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ବିବେକାନନ୍ଦ ଷଡଙ୍ଗୀ, ବରିଷ୍ଠ ପ୍ରବନ୍ଧକ ପୁଷ୍ପାଞ୍ଜଳୀ ରାଉତ ଏବଂ ଡ୍ରିମ୍ସ ଶାଖାର ଶାଖା ମୁଖ୍ୟ ଭାଶିଷ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଆବଶ୍ୟକୀୟ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଦେବ ସହିତ ଆର୍ଥି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ କେୱାଇସି ସମ୍ବନ୍ଧୀୟ କାର୍ଯ୍ୟ ସହଜରେ ଜରେ ସମ୍ପନ୍ନ କଟି କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ଶିବିର ଚାଲୁ ରହିବ। ଏହାଦ୍ଵାରା ଗ୍ରାମବାସୀମାନେ ସହଜରେ ବିଭିନ୍ନ ଭିନ୍ନ ବ୍ୟ ବ୍ୟାଙ୍କିଙ୍ଗ୍ ସେବା ପାଇବା ସହିତ ନିଜର କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ।
