ଭୁବନେଶ୍ୱର 9.11.2026 [ଆ.ଦୁ.ନି ]: ଶହୀଦନଗର ଦୁର୍ଗା ପୂଜା ସମିତି, ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ନଅ ଦିନ ବ୍ୟାପୀ ବିଶାଳ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମନୋରଞ୍ଜନ ମାଧ୍ୟମରେ ‘କାଳୀ ପୂଜା ମହୋତ୍ସବ ୨୦୨୬’ ପାଳନ କାରୁ ଅଛି।
ଏହି ବର୍ଷର ଉତ୍ସବ ପାଇଁ ସମିତି ପକ୍ଷରୁ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯେଉଁଥିରେ ପ୍ରସିଦ୍ଧ ଗାୟକ-ଗାୟିକା, ସଙ୍ଗୀତ ଗୋଷ୍ଠୀ, ଲାଇଭ୍ ବ୍ୟାଣ୍ଡ୍, ଅର୍କେଷ୍ଟ୍ରା ଏବଂ ନୃତ୍ୟ ପରିବେଷଣ କରିବା ଅନ୍ତର୍ଭୁକ୍ତ। ଅଟେ l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ, ଯାହା ଭୁବନେଶ୍ୱର ବାସୀଙ୍କ ପାଇଁ ଏକ ଚିତ୍ତାକର୍ଷକ ସାଂସ୍କୃତିକ ଓ ସଙ୍ଗୀତମୟ ପରିବେଶ ସୃଷ୍ଟି କରିବ।
ମୁଖ୍ୟ ସଙ୍ଗୀତ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ‘ମେଲୋଡି ସୁର୍ ସ୍ନେହ’, ‘ଶୁଭଲକ୍ଷ୍ମୀ ଦାଶ ଲାଇଭ୍ ଇନ୍ କନସର୍ଟ’, ‘ବ୍ଲାକ୍ ମାସ୍କ ଇଭେଣ୍ଟ ଆଣ୍ଡ ଫ୍ୟୁଜନ୍ ବ୍ୟାଣ୍ଡ୍’, ‘ଓବିଡି (OBD) ଡ୍ୟାନ୍ସ ଷ୍ଟୁଡିଓ’, ‘ନ୍ୟୁ ଗୀତ ସାଗର ଅର୍କେଷ୍ଟ୍ରା’, ‘ଅନ୍ତରା ଲାଇଭ୍ ବ୍ୟାଣ୍ଡ୍’, ‘ଓଲ୍ଡ ଇଜ୍ ଗୋଲ୍ଡ’ ଏବଂ ‘ସଙ୍ଗୀତା ପାଢ଼ୀ ଲାଇଭ୍ ବ୍ୟାଣ୍ଡ୍’ ଆଦି ଅନ୍ୟତମ।
ସଙ୍ଗୀତ କାର୍ଯ୍ୟକ୍ରମ ବ୍ୟତୀତ, ଏହି ମହୋତ୍ସବରେ ମୀନା ବଜାର, ବିଭିନ୍ନ ପ୍ରକାରର ଦୋଳି (ଯଥା ଟୋରା-ଟୋରା) ଏବଂ ବିଭିନ୍ନ ଖେଳାଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯାହା ଶ୍ରଦ୍ଧାଳୁ, ପିଲାମାନେ ଏବଂ ପରିବାରବର୍ଗଙ୍କ ପାଇଁ ଏକ ଆନନ୍ଦଦାୟକ ଅନୁଭୂତି ପ୍ରଦାନ କରିବ।
ଏହି ବର୍ଷର ଉତ୍ସବର ଏକ ବିଶେଷ ଆକର୍ଷଣ ହେଉଛି, ପ୍ରତ୍ୟେକ ସନ୍ଧ୍ୟାରେ ମୁଖ୍ୟ ମଞ୍ଚ ଉପରେ ସମିତି ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସଫଳତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏହି ପଦକ୍ଷେପ ସମାଜ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ଦିଗରେ ସମିତିର ପ୍ରତିବଦ୍ଧତାକୁ ଦର୍ଶାଏ।
ସମିତି ସମସ୍ତ ଶ୍ରଦ୍ଧାଳୁ, ଶହୀଦନଗର ବାସିନ୍ଦା ଏବଂ ସମଗ୍ର ଭୁବନେଶ୍ୱର ବାସୀଙ୍କୁ ନିଜ ପରିବାର ସହ ଏହି ବିଶାଳ ଉତ୍ସବରେ ଯୋଗଦାନ କରିବାକୁ ଅନୁରୋଧ l
