- ହଳଧର ଧୀର
ଓଡ଼ିଆ ଭାଷା ସାହିତ୍ୟ ଅଭିବୃଦ୍ଧି ଓ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ସ୍ୱର ଉଠୁଥିଲେ ବି ସତରେ କଣ ଆନ୍ତର ନ୍ତରୀକତାର ସହ ଓଡ଼ିଆ ଅସ୍ମିତାର ବାସ୍ତବତାକୁ କେହି ବୁଝି କାର୍ଯ୍ୟ କରୁଛି କି ? କେବଳ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି କଥାର ଉଦ୍ଧାରଣ ସମସ୍ତଙ୍କ ମୁଖରେ ସୁନ୍ଦର ଶୁଭୁଛି ।
||ନଙ୍କ । ଆଜିକାଲି ନିଜର ଅନ୍ତଃର୍ନିହତ ଉଦେଶ୍ୟ, ବିଭିୟ ଅଭିବୃଦ୍ଧି, ନିଜର ଓ ନିଜ ସମ୍ବାଦପତ୍ରର ପ୍ରଚାର, ପ୍ରସାର ଓ ଅଭିବୃଦ୍ଧି ଲାଗି ବଡ଼ବଡ଼ ସମ୍ବାଦପତ୍ର ହେଉକି ଓ ଛୋଟ ସମ୍ବାଦପତ୍ର ହେଉ ହଉ ଭିନ୍ନଭିନ୍ନ ଉପାୟରେ, କୌଶଳର ମାପ କାଠିରେ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ କରୁଛନ୍ତି । ନିଜ ସଂସ୍ଥାର ଅଭିବୃଦ୍ଧି ଘଟୁ ଏଥିରେ କିଏବା କାହିଁକି ବାଧା ଦେବ । ନିଜର ଅନ୍ତଃର୍ନିହିତ ଉଦ୍ଦେଶ୍ୟ ସାଧନା ଲାଗି ସାହିତ୍ୟକୁ ଆ ଆୟୁଦ୍ଧ କରି କରି ସାହିତ୍ୟିକମାନ ମଧ୍ୟରେ ଭେଦଭାବ ସୃଷ୍ଟି କରାନଯାଉ । ସାହିତ୍ୟର ପ୍ରଚାର ପ୍ରସାର ନାଁରେ ଚତୁରତାର ସହ ନିଜର ପ୍ରଚାର ପ୍ରସାର ଅଭିବୃଦ୍ଧିର ଅଭିଳାସକୁ ଚରିତାର୍ଥ କରିବାକୁ ଭିନ୍ନ ଉପାୟରେ ସାହିତ୍ୟ ସଭାମାନ ଆୟୋଜନ କରିଆସୁଛନ୍ତି 1 ପ୍ରକୃତରେ ଆନ୍ତରୀକତାର ସହ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ଲାଗି ଉତ୍ସର୍ଗୀକୃତ କାର୍ଯ୍ୟକରିବା ତ ସ୍ଵାଗତଯେ ଯାଗ୍ୟ ପଦକ୍ଷେପ । ଯଦି ଏହା ମୂଳ ଲକ୍ଷଠାରୁ ଅନ୍ତଃର୍ନିହିତ ଉଦ୍ଦେଶ୍ୟ ସାଧନାଲାଗି କାର୍ଯ୍ୟ କରାଯାଏ ସେହିଠାରେ ଲକ୍ଷ୍ୟଚ୍ୟୁତ ଚିନ୍ତା ଓ ଚେତନାର ଗତି ଓ ଧାରା ଭିନ୍ନ ରୂପ ନେଇଥାଏ । ତାହିଁତ ଆଜିକାଲି ପ୍ରତିଫଳିତ ହେ ଆସୁଛି ଏହି କାର୍ଯ୍ୟକ୍ରମ ପ୍ରତିପାଦିତ କରି ଆସୁଥିବା ସମ୍ବାଦପତ୍ର ସଂସ୍ଥା ଗୁଡ଼ିକରେ । ଏହି କାର୍ଯ୍ୟକ୍ରମ ପ୍ରତିପାଦନ ସମ୍ପାଦାନ କ୍ଷେତ୍ରରେ ବେଶ ବାରି ହୋଇ ପଡ଼ୁଛି ସେମାନଙ୍କର ଅସଲ ଉଦ୍ଦେଶ୍ୟ । ଭାଷା ସାହିତ୍ୟର ବିକାଶ କଥା କହିବାତ ସ୍ୱାଗତ ଯୋଗ୍ୟ । କିନ୍ତୁ ସାହିତ୍ୟିକ ମାନଙ୍କ ମଧ୍ୟରେ ବାଛ ବିଚାର କରିବା, କିଏ ଛୋଟ ସାହିତ୍ୟିକ କିଏ ବଡ଼ ସାହିତ୍ୟିକ, କେଉଁ ଅନୁଷ୍ଠାନ ବଡ଼ ଅନୁଷ୍ଠାନ, କେଉଁ ଅନୁଷ୍ଠାନ ଛୋଟ ଅନୁଷ୍ଠାନ । ଏହି ପରି ଭେଦଭାବ ସୃଷ୍ଟି କରିବାର ଅଧୂକାର ଏହି କାର୍ଯ୍ୟକ୍ରମ ସଂପାଦନ କରୁଥିବା ସମ୍ବାଦପତ୍ର ମାନଙ୍କୁ ଦେଲା କିଏ ? ହୋଇ
ସମ୍ପାଦପତ୍ର ମାନଙ୍କର ଶୁଭେଚ୍ଛୁ ସାହିତ୍ୟିକ ପରାମର୍ଶଦାତା ମାନଙ୍କର ସଂକୀର୍ଣ୍ଣ ମନାଭାବରେ ପ୍ରଭାବିତ ହୋଇ ସାହିତ୍ୟିକ ମାନଙ୍କ ଭିତରେ ବିଭେଦ ସୃଷ୍ଟି କରାଯାଇ ସାହିତ୍ୟ ସମାବେଶମାନ ଆୟୋଜନ କରିଆସୁଛନ୍ତି । ଖାଲି ସେତିକି ନୁହେଁ କର୍ପୋରେଟ ହାଉସଗୁଡ଼ିକୁ ପ୍ରଭାବିତ କରାଇ ସେମାନଙ୍କ ସହିତ ମିଶି ସାହିତ୍ୟ ସଭାମାନ ମଧ୍ୟ ଆୟୋଜନ କରାଯାଇଥାଏ । ସେଥ୍ରେ ମଧ୍ଯ ସାହିତ୍ୟିକ ମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଇଥାଏ ।
କେବଳ ଏତିକିରେ ଅଟକି ଯାଇ ନଥାଏ, ସେମାନଙ୍କ ଭାବନାର ବିଭେଦ ସୃଷ୍ଟିକାରୀ କାର୍ଯ୍ୟ । ସେମାନଙ୍କର ସାହିତ୍ୟ ପୃଷ୍ଠା ଓ ସାହିତ୍ୟ ପତ୍ରିକାଗୁଡ଼ିକ ମଧ୍ୟ ସମ୍ମାନ ଢଙ୍ଗରେ ସମୃଦ୍ଧ ହୋଇଥାଏ । ଏହି ଭଳି କାର୍ଯ୍ୟକରୁଥିବା ସଂସ୍ଥା ଓ ବ୍ୟକ୍ତି ମାନଙ୍କର ମନୀଷା କେବେ ସଫଳ ହୋଇ ପାରିନଥାଏ ।
ଯେଉଁ ଲେଖକ ଲେଖୁକା ମାନେ ସମ୍ବାଦପତ୍ର ହେଉ ବା ସରକାରୀ ଏକାଡ଼େମୀ ଗୁଡ଼ିକ ପାଖରେ ମୁହଁ ଦେଖାଇବା, ସେମାନଙ୍କର ସାନିନ୍ଧ୍ୟ ଲାଭ କରିବା, କିମ୍ବା ପୁରସ୍କାର ପାଇବାର ମୋହରନୀତିକୁ ଆପଣେଇଥାନ୍ତି । ସେହିମାନଙ୍କ ପ୍ରଭାବର ରଙ୍ଗ ଛିଟା ଦ୍ବାରା ବିଭିନ୍ନ ସଂସ୍ଥା ଗୁଡ଼ିକ ଯଦି ରଙ୍ଗେଇ ହୋଇ ଯାଇଥାନ୍ତି, ତାହାହେଲେ ଏ କ୍ଷେ କ୍ଷତ୍ରରେ ନିରପେକ୍ଷତା ରକ୍ଷା କରାଯାଇ ପାରିଛି ବୋଲି କିପରି କୁହାଯାଇପାରିବ । ତଥାପି ସମୟ ଅଛି ଅନୁଷ୍ଠାନଗୁଡ଼ିକ ଯେଉଁ ମହତ ଉଦ୍ଦେଶ୍ୟ ରଖ୍ କାର୍ଯ୍ୟ କରୁଛନ୍ତି ତାହା ସ୍ଵାଗତ ଯୋଗ୍ୟ । ଯଦି ଏହି ଛୋଟ ଛୋଟ ତ୍ରୁଟିକୁ ଧ୍ୟାନ ଦିଆଯାଇ ତାହାର ପ୍ରତିକାର କରାଯାଇ ପାରନ୍ତା । ତେବେ ସେହି ଅନୁଷ୍ଠାନ ଗୁଡ଼ିକ ହେଉକି ସମ୍ବାଦ ପତ୍ର ଗୁଡ଼ି ଗୁଡ଼ିକ ହେଉ କି ଏକାଡ଼େମୀ ଗୁଡ଼ିକ ହେଉ ସେମାନଙ୍କର ସୁନାମବୃଦ୍ଧି ହେବା ସଙ୍ଗେ ସଙ୍ଗେ ଓଡ଼ିଶାବାସୀଙ୍କ ହୃଦୟରେ ରେ ଏକ ସ୍ଵତନ୍ତ୍ରସ୍ଥାନ ଅଧିକାର କରିପାରନ୍ତେ । ଓଡ଼ିଶାବସୀଙ୍କ ସ୍ନେହ ଶ୍ରଦ୍ଧା ଲାଭ କରିପାରନ୍ତେ ସେମାନଙ୍କ
ଚଲାପଥ ପଥ କୁସୁମିତ ହୋଇପାରନ୍ତା । ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାର ପ୍ରସାର ସହ ଅଭିବୃଦ୍ଧି ଘଟି ପାରନ୍ତା । ଓଡ଼ିଆ ଭାଷା ସାହିତ୍ୟର ସାହିତ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ସମ୍ବାଦ ପତ୍ର, ସାହିତ୍ୟ ଏକାଡ଼େମୀର ଓ ଜନ ସମାଜର ଭୂମିକା ଗୁରୁତ୍ବପୂର୍ଣ ।
ସମୟଥୁଲା ଯେତେବେଳେ ସାହିତ୍ୟର ମୂଲ୍ୟବୋଧ ଥିଲା । ସାହିତ୍ୟିକ ମାନେ ସମ୍ମାନର ସହ ସେମାନଙ୍କର ସୃଜନ ସୃଷ୍ଟିକୁ କୁ ପାଠକ ଓ ସମାଲୋଚକ ମାନଙ୍କ ନିକଟରେ ଉପସ୍ଥାପିତ କରି ପାରୁଥିଲେ । ସେହିପରି ସାହିତ୍ୟକ ମାନେ ସାହିତ୍ୟ ।ହିତ୍ୟ ସଂଗଠନ ସଂଗଠନ ଗୁଡ଼ିକ ମର୍ଯ୍ୟାଦାର ସହ କାର୍ଯ୍ୟ କରୁଛି କି ନାହିଁ ବା ଠିକ୍ ଢଙ୍ଗରେ ପରିଚାଳିତ ହାଉସ,nକଳେ ମଧ୍ୟ ହେଉଛିକି ନାହିଁ ତାର ମୁଳଦୁଆ ଓ ତାର । ଏନ୍ତୁଡ଼ିଶାଳ ପର୍ଯ୍ୟନ୍ତ ଠିକ୍ ଭାବେ ବୁଝିବାକୁ ଚେଷ୍ଟା କରୁଥିଲେ । ସଦା ସର୍ବଦା ସାହିତ୍ୟିକ ମାନେ ମର୍ଯ୍ୟାଦାର ସହ ବଞ୍ଚିବାକୁ ସଂଗ୍ରାମ କରୁଥିଲେ । କରୁଥିଲେ । ଗୋଟିଏ ଅନୁଷ୍ଠାନ ବା ବା ବ୍ୟକ୍ତି ବିଶେଷ ତାଙ୍କୁ ନିମନ୍ତ୍ରଣ କଲେ ହଠାତ୍ ସେ ସଂସ୍ଥାକୁ ସ୍ଥାକୁ ଯିବାକୁ ଯିବାକୁ କୁଣ୍ଠାବୋଧ କରୁଥିଲେ । ଉଚିତ ଚିତ ଢଙ୍ଗରେ ସମ୍ମାନର ସହ ନଡାକିଲେ ସେ ସ୍ଥାନକୁ ସେମାନେ ଯିବା ଲାଗି ଅନିଚ୍ଛା ପ୍ରକାଶ କରୁଥିଲେ । ବିଶେଷକରି କରର୍ପୋରେଟ ଶିଳ୍ପ ସଂସ୍ଥା, ଆଉ ବାଣିଜ୍ୟିକ ସଂସ୍ଥାମାନେ ସାମାଜିକ କଲ୍ୟାଣ ନାଁରେ ସାହି ସାହିତ୍ୟ ସଭା, କି ସମ୍ମିଳନୀ ସେମାନେ ସେ ସମୟରେ ବିଶେଷ ସଫଳ ହେଉନଥିଲେ । ଆଉ ସାହିତ୍ୟିକମାନଙ୍କର ମାନଙ୍କର ନାନା ପ୍ରଶ୍ନର ସମ୍ମୁଖୀନ ହେଉଥିଲେ । ସାଂପ୍ରତିକ ସ୍ଥିତିରେ ତାହାର ଚିତ୍ର ଓ ଚରିତ୍ର ସମ୍ପୁର୍ଣ୍ଣ ବଦଳିଯାଇଛି । ଅତୀ ତୀତରେ ଯାହା ଯାହା ହେଉନଥିଲା ତାହା ବର୍ତ୍ତମାନ ହେଉଛି । ବିନା ନିମନ୍ତ୍ରଣରେ ନିଜର ସ୍ଵାଭିମାନକୁ ବଳି ଦେଇ ସାହିତ୍ୟିକ ମାନେ ସଭାସ୍ଥଳରେ ପହଞ୍ଚ୍ ଯାଇଥାନ୍ତି । ଏହା ସତ୍ୟ ଯେ ସାହିତ୍ୟିକ ମାନଙ୍କର ଏହି ଦୁର୍ବଳତାକୁ ଅସ୍ତ୍ରଭାବେ କରର୍ପୋରେଟ ହାଡ ଉସହେଉ ବା ଯେକୌଣସି ସଂସ୍ଥା ହେଉ ନିଜର ପ୍ରଚାର ପ୍ରସାର ଲାଗି ଏଇ ମୌକାକୁ ହାତଛଡ଼ା ନକରି ନିଜର
ଉଦ୍ଦେଶ୍ୟ ପୁରଣ କରିପାରୁଛନ୍ତି । ଫଳରେ ସାହିତ୍ୟିକ ମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହେବା ଏକ ସ୍ଵାଭାବିକ ଘଟଣା ହୋଇଯାଇଛି । ଯେଉଁ କେତେକ ସେମାନଙ୍କର ସ୍ଵାଭିମାନଙ୍କୁ ବଜାୟରଖ୍ କାର୍ଯ୍ୟ କରୁଛନ୍ତି । ସେହି କବି, ଲେଖକ, ସାହିତ୍ୟିକମାନେ ସାହିତ୍ୟିକ ପଦବାଚ୍ୟ ହୋଇ ପାରୁନାହାନ୍ତି । ସେମାନେ ଗୋଷ୍ଠି କନ୍ଦଳ,ଛୋଟ ସାହିତ୍ୟିକ ବଡ଼ ସାହିତ୍ୟିକଙ୍କର ହୀନମାନତାର ଚକ୍ରବ୍ୟୁହରେ ଫସିଯାଉଛନ୍ତି । ତଥାପି ସେମାନେ ନିଜର ଆତ୍ମସମ୍ମାନକୁ ବଜାୟ ରଖିବାକୁ ସେମାନେ ସେମାନଙ୍କର ସଂଗ୍ରାମ ଅବ୍ୟାହତ ରଖୁଛନ୍ତି । ସାଂପ୍ରତିକ ସ୍ଥିତିରେ ଯେଉଁ ମେରୀଖୁଣ୍ଟ ବା କୌଣସି ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ବଡ଼ ସାହିତ୍ୟିକ ବୋଲାଉଥୁବା ସାହିତ୍ୟିକ ମାନଙ୍କ ଆଖପାଖରେ ଆତଯାତ ହୋଇ ଯେଉଁ ସାହିତ୍ୟିକମାନେ ନିଜର ସ୍ଥିତି ଯାହିର କରିବାରେ ମାହୀରି ହୋଇଥାନ୍ତି । ସେହିମାନେ ହିଁ ସବୁଠାରୁ ବଡ଼ ସାହିତ୍ୟିକ ହେବାର ଅଭିନୟ କରି ସେମାନେ ସବୁଠାରୁ ବଡ଼ ସାହିତ୍ୟିକ ବୋଲି ସାଂପ୍ରତିକ ସ୍ଥିତିରେ ଗଣା ହୋଇଥାନ୍ତି । ଏହି ଭଳି ସାହିତ୍ୟିକ ମାନେ ସବୁକ୍ଷେତ୍ରରେ ନିଜର ସ୍ଥିତିକୁ ଦୃଢ଼ କରିବାରେ ସଫଳ ହୋଇଥାନ୍ତି । ସରକାରୀ ସାହିତ୍ୟ ସଂସ୍ଥାଠାରୁ ବେସରକାରୀ ସାହିତ୍ୟ ସଂସ୍ଥା ପର୍ଯ୍ୟନ୍ତ ନିଜର ସ୍ଥିତି ମଜଭୁତ କରି ଅନ୍ୟର ସ୍ଵପ୍ନକୁ ସାକାର ହେବାରେ ପ୍ରତିବନ୍ଧକ ସାଜିଥାନ୍ତି । ଆଉ ଅନ୍ୟ ସରଳ ବିଶ୍ଵାସୀ ସାହିତ୍ୟିକ ମାନଙ୍କୁ ନିତୀବାଣୀ ଶୁଣାଇବାକୁ ପଛାଇନଥାନ୍ତି । ସେ ଯାହା ହେଉନା କାହିଁକି ସ୍ଵାଭିମାନୀ ସାହିତ୍ୟିକ ମାନେ ସେମାନଙ୍କର ସ୍ଵାଭିମାନକୁ ବଜାୟ ରଖୂପାରିଲେ, ଦିନେନା ଦିନେ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖ୍ଆ ସୁଥିବା ସାହିତ୍ୟିକ ଓ ଅନୁଷ୍ଠାନ ମାନେ ସ୍ଵାଭିମାନୀ ସାହିତ୍ୟିକ ମାନଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିବେ ।
ସେମାନଙ୍କ ଦୃଷ୍ଟି ଭଙ୍ଗିର ପରିବର୍ତ୍ତନ ଘଟିବ । କାଳ ସଦାକାଳ ସତ୍ୟ ଓ ନ୍ୟାୟର ବାଟ ଦେଖାଇଥାଏ । ସାଂପ୍ରତିକ ସମୟରେ କେତକ ସମ୍ବାଦପତ୍ର ଓ କରିପୋରେଟ ହାଉସ୍ ବିଭିୟ ଅଭିବୃଦ୍ଧି ଚିନ୍ତାଧାରା ନେଇ ସାହିତ୍ୟର ନାରାଦେଇ ସାହିତ୍ୟିକମାନଙ୍କୁ ମୋହଗ୍ରସ୍ତ କରାଇ ସାହିତ୍ୟ ନାଁରେ ନିଜର ଅନଃର୍ନିହିତ ଉଦ୍ଦେଶ୍ୟ ସାଧନ ଲାଗି ହୀନ ପ୍ରଚେଷ୍ଟା ଚଳାଇ ଆସୁଛନ୍ତି । ସେହି ସାହିତ୍ୟ ସଂଗଠନ ଗୁଡ଼ିକ ମଧ୍ୟ ସେମାନଙ୍କର ମାଯ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି । ତାହାର ଅର୍ଥ ନୁହେଁ ଯେ ସମଗ୍ର ସାହିତ୍ୟ ସଙ୍ଗଠନ ଓ ସାହିତ୍ୟିକମାନେ ସେମାନଙ୍କ ମୋହରେ ମୋହଗ୍ରସ୍ତ । ବହୁ ସ୍ଵାଭିମାନୀ ସାହିତ୍ୟିକ ଓ ସଂଗଠର ସଂଗଠକ ମାନେ ସେମାନଙ୍କର ଅସ୍ଥିତ୍ବ ବଜାୟ ରଖ୍ ସେମାନଙ୍କ ଠାରୁ ନିଜକୁ ଦୂରେଇ ରଖୁଥାନ୍ତି ଥାନ୍ତି । ସେମାନେ ଭଲ ରୂପେ ଅନୁଭବ କରିଛନ୍ତି ଯେ ସ୍ଵାର୍ଥନେସୀ ସଂସ୍ଥାମାନେ ସାହିତ୍ୟିକ ହ୍ୟିକ ମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ସେମାନଙ୍କର ଏହା ଏକ ବୃଥା ପ୍ରୟାସ । ସାମ୍ପତ୍ରିକ ସ୍ଥିତିରେ ସାହିତ୍ୟିକ ମାନଙ୍କ ମଧ୍ୟରେ ଏକତାର ଅଭାବ । ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ କିଏ ଏ ବା କାହିଁକି କି ଚାହିଁବ ଅନ୍ୟମାନଙ୍କର ସ୍ଵାଭିମାନ ଲାଗି ସ୍ଵର ଉତ୍ତୋଳନ କରବାକୁ । ସ୍ଵାଭିମାନୀ ସାହିତ୍ୟିକ ମାନଙ୍କୁ ବାଦଦେଲେ ଝରୀପୋକପରୀ ସେମାନଙ୍କର ଲୋଭନୀୟ ଆଲୋକର ମୋହରେ ଝାସ ଦେଇଥାନ୍ତି । ଯେଉଁ ସମ୍ପୃକ୍ତ । । ସମ୍ବାଦପତ୍ର ଓ କରର୍ପୋରେଟ ହାଉସ୍ ବା ବିଭିନ୍ନ ସଂସ୍ଥାର ଚାରିପାଖରେ ଯେଉଁମାନେ ଘୁରିବୁଲୁଥାନ୍ତି ସମ ସମୟାନୁକ୍ରମେ ସେହିମାନେ ହିଁ ଶେଷରେ ସେମାନଙ୍କ ନିକଟରେ ନିଜର ସ୍ଥିତି ଯାହିର କରି ସେମାନଙ୍କ ଦୃଷ୍ଟିରେ ମହାନ ମହାନ ସାହିତ୍ୟିକ ଭାବେ ପରିଗଣିତ ହୋଇଥାନ୍ତି । କାଳକ୍ରମେ ସେମାନଙ୍କର ପରାମର୍ଶଦାତା ଭାବେ କାର୍ଯ୍ୟକରି ବଡ଼ ସାହିତ୍ୟିକ, ଛୋଟ ସାହିତ୍ୟିକ ଭିଭିକ ସୃଷ୍ଟି କରି ସାହିତ୍ୟିକ ମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି । ସାହିତ୍ୟିକ ମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାର ପ୍ରୟାସ ସଂପୃକ୍ତ ସମ୍ବାଦ ପତ୍ର ଓ କରର୍ପୋରେଟ ହାଉସ୍ ବା ବିଭିନ୍ନ ସଂସ୍ଥା ଗୁଡ଼ିକର ନୈତିକ ଅଧୂକାର ଆସିଲା କେଉଁଠାରୁ । ଯେଉଁମାନେ ନିଜର ପ୍ରକୃତ ସ୍ୱରୁପକୁ କଇଁଛର ଖୋଳପା ଭିତରେ ଢ଼ାଙ୍କିରଖ୍ କାର୍ଯ୍ୟ କରିବାକୁ ପ୍ରାୟାସ କରିଥାନ୍ତି । ସତରେ କଣ ସେମାନଙ୍କର ବିଭିୟ ଭାବନା ଭିତରେ କେତେ ଦେଲେ କେତେ ମିଳିବ ଓ ପ୍ରକୃତ ଅଭିଳାସପୂର୍ଣ୍ଣ ହୋଇଥାଏ । ଏହା ମହା ସତ୍ୟଯେ ପ୍ରତିଟି ସାମାଜିକ ଓ ସାଂସ୍କୃତିକ ଏବଂ ସାହିତ୍ୟ କ୍ଷେତ୍ରରେ ସେମାନଙ୍କର ପ୍ରୟାସ କେବେ ଫଳବତୀ ହୋଇ ପାରିନଥାଏ । ସାମ୍ପଭିକ ସମୟରେ ସାହିତ୍ୟିକମାନଙ୍କର ଏକତାରେ ହିଁ ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧ ହେବ ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ବର
