ଭୁବନେଶ୍ୱର ୧୧.୧୧.୨୦ ୨୬ [ଆ.ଦୁ.ନି] : ୟୁନିୟନ୍ । ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୧୦୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ୧୯୧୯ ମସିହାରେ ପ୍ରତିଷ୍ଠିତ ଏହି ବ୍ୟାଙ୍କ ଶତାବ୍ଦୀରୁ ଉର୍ଦ୍ଧ୍ବ ସମୟ ଧରି ଗ୍ରାହଙ୍କ ବିଶ୍ଵାସ, ନବ ସୃଜନ ଓ ଉତ୍କୃଷ୍ଟ ବ୍ୟାଙ୍କିଙ୍ଗ୍ ସେବାର ପରମ୍ପରାକୁ ବଜାୟ ରଖିଛି। ଏହି ଅବସରରେ ଭୁବନେଶ୍ଵରର ପାତ୍ରପଡାସ୍ଥିତ ଏ.ଏ. କନ୍ଭେନ୍ସନ ଠାରେ ଏକ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା।
ତଥା ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହ ନିର୍ବାହୀ ନିର୍ଦ୍ଦେଶକ ମାନସ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏଥିରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ରଞ୍ଜନ ସହାୟ, ଆଞ୍ଚଳିକ ଆସ୍ୟୁରାନ୍ସ ମୁଖ୍ୟ ଶଙ୍କର ହେ ହେମ୍ବ୍ରମ୍, ଭୁବନେଶ୍ଵର କ୍ଷେତ୍ରର ଉପ-ମହାପ୍ରବନ୍ଧକ କ୍ଷେତ୍ରୀୟ ମୁଖ୍ୟ ତୁଷାର କାନ୍ତ କରଙ୍କ ସମେତ କର୍ମଚାରୀ, ପେନ୍ସନ୍ଭୋଗୀ, ଅବସରପ୍ରାପ୍ତ କର୍ମଚାରୀ, ମୂଲ୍ୟ ଅଂଶୀଦାର ଓ ବହୁ ବିଶିଷ୍ଟ ଅତିଥ୍ ଉପସ୍ଥିତ ଥିଲେ
ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏମ୍ସ କ୍ୟାମ୍ପସ୍ ନିକଟରେ ଅନ୍ନଦାନ କାର୍ଯ୍ୟକ୍ରମ ଓ ଓ୍ବାକାଥନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଞ୍ଚଳିକ ମୁଖ୍ୟ ନିକ ମୁଖ୍ୟ ଶ୍ରୀ ସହାୟ ମହୁରା ଓ ରା ଓ କିଟ୍ଟ ସ୍କୋୟାର ଠାରେ ଦୁଇଟି ଯୁବା ଶାଖା ଏବଂ ଇନ୍ଫୋସିଟିଠାରେ ଗୋଟିଏ ଷ୍ଟାର୍ଟ ଅପ୍ ଶାଖାର ଉଦ୍ଦ୍ଦ ଦ୍ଘାଟନ କରିଥିଲେ। ବ୍ୟାଙ୍କର ଏହି ୧୦୮ତମ ପ୍ରତିଷ୍ଠା ଦିବସ ଦେଶବ୍ୟାପି ପାଳିତ ହୋ ହୋଇଯାଇଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ୟାଙ୍କ ପକ୍ଷରୁ ଜାତୀୟ ପ୍ରତିରକ୍ଷା ପାଣ୍ଠିକୁ ୧୧.୧୭ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ବ୍ୟାଙ୍କିଙ୍ଗ୍ ଓ ବ୍ୟବସାୟିକ କାରବାରକୁ ଅଧୂକ ସରଳ ଓ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କ ପକ୍ଷରୁ ଡିଜିଟାଇଜ୍ଡ କର୍ପୋରେଟ୍ ସାଲାରୀ ଆକାଉଣ୍ଟ, ୟୁନିୟନ୍ ଭେଇକିଲ୍ ପ୍ଲସ୍, ପିପିଏଫ୍ ଉପରେ ଡିଜିଟାଲ ଋଣ, ୟୁପିଆଇ–ଗ୍ଲୋବାଲ୍ ସର୍କଲ, ଆଇସିଡି ଆଣ୍ଡ୍ ଅଟୋପେ, ଅନ୍ଲାଇନ୍ ଲକର ସୁବିଧା, ଏମ୍-ପାସ୍ବୁକ୍, ଏନ୍ପିଏସ୍ ତତ୍କାଳ, ଓମ୍ମି ଚ୍ୟାନେଲ ଅଭିଜ୍ଞତା ସହିତ ରିଟେଲ୍ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ଡିଜିଟାଲ ସଲ୍ଭେନ୍ତି ସାର୍ଟିଫିକେଟ୍ ଏବଂ ସେଣ୍ଟ୍ରାଲାଇଜ୍ଡ କଷ୍ଟମର ମ୍ୟାନେଜମେଣ୍ଟ ପୋର୍ଟାଲ୍ ଆଦି ଅନେକ ନୂତନ ଉତ୍ପାଦ ଓ ସେବାର ଶୁଭାରମ୍ଭ କରାଯାଇଥିଲା।
ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ୧୦୮ଟି ନୂତନ ଶାଖା ଖୋଲାଯିବା ସମ୍ପର୍କରେ ଘୋଷଣା କରାଯିବା ସହ କର୍ପୋରେଟ୍ ସାମାଜିବ ଜିକ ଦାୟିତ୍ବବୋଧତା କାର୍ଯ୍ୟକ୍ରମ ଅନ୍ତର୍ଗତ ୧୩.୭୨ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା। ବ୍ୟାଙ୍କର ଏ ଏହି ୧୦୮ତମ ମ ପ୍ରତିଷ୍ଠା ଦିବସ ବସ ଉତ୍ସବ ଏହାର ସମୃଦ୍ଧ ଐତିହ୍ୟ, ସଫଳତା ଓ ଉପଲବ୍ଧିର ଏକ ସ୍ମରଣୀୟ ଅବସର ହୋଇଥିଲା ବେଳେ ଗ୍ରାହକ କକୈନ୍ଦ୍ରିକ ସେବା, ନବସୃଜନ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସ୍ଥାୟୀ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିଛି।
