ଭୁବନେଶ୍ଵର 12.11.2026 [ଆ.ଦୁ.ନି] : ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ୧୦୮ତମ ପ୍ରତିଷ୍ଠା ଦିବସ ଅବସରରେ ଅଲ୍ ଓଡିଶା ୟୁନିୟନ୍ ବ୍ୟାଙ୍କ ରିଟାରିଜ୍ ଆସୋସିଏସନ୍ ପକ୍ଷରୁ ସାମାଜିକ ଦାୟିତ୍ବବୋଧତା CSR କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରକାରର ସମାଜ ସେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ସମାଜର ଅବହେଳିତ, ଅସହାୟ ଓ ଭିନ୍ନକ୍ଷମ ବର୍ଗର ଲୋକମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଆସୋସିଏସନ୍ର । ସୋସିଆଲ୍ ସର୍ଭିସ୍ ଗିଲ୍ଡ (ଏସ୍ଏସ୍ଜି) ମାଧ୍ଯମରେ ଦୁଇଟି ଜନକଲ୍ୟାଣ ମୂଳକ କାର୍ଯ୍ୟ ନାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭୁବନେଶ୍ୱର ନିକଟସ୍ଥ ଯାଆଁଳା ଠାରେ ଅବସ୍ଥିତ ଅସହ ସହାୟ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କ ଆଶ୍ରୟସ୍ଥଳୀ “ ସହାୟ”କୁ ନିତ୍ୟ ବ୍ୟବହାର୍ଯ୍ୟ ଗ୍ରୋସରୀ ସାମଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି, ଆସୋସିଏସନ୍ର କଟକ ୟୁନିଟ୍ ପକ୍ଷରୁ ଶ୍ରବଣ ବାଧୂତ, କଥୁତ ବାଧୂତ ଓ ଦୃଷ୍ଟି ବାଧୂତ ଭିନ୍ନକ୍ଷମ ପିଲାମାନଙ୍କ ଅନୁଷ୍ଠାନ ସ୍ଵାମୀ ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ, କଟକକୁ ୧୦୮ଟି ସ୍କୁଲ ବ୍ୟାଗ୍ ପ୍ରଦାନ କରାଯାଇଥିଲା।
୧୦୮ ତମ ପ୍ରତିଷ୍ଠା ଦିବସକୁ ସ୍ମରଣୀୟ କରିବା ସହିତ ସେବା, ସହାନୁଭୂତି ଓ ମାନବିକତାର ବାର୍ଭା ପ୍ରସାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଦୁଇଟି ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କର ଗୌରବମୟ ଐତିହ୍ୟ, ସେବା, ବିଶ୍ଵାସ ଓ ସାମାଜିକ ପ୍ରତିବଦ୍ଧତାର ମହାନ୍ ପରମ୍ପରା ପ୍ରତି ଏହି କ୍ଷୁଦ୍ର ଅବଦାନକୁ ଆସୋସିଏସନ୍ ଶ୍ରଦ୍ଧାପୂର୍ଣ୍ଣ ନିବେଦନ ଭାବେ ବିବେଚନା କରୁଅଛି।
