ଭୁବନେଶ୍ଵର,୩୦ /୧୦(ଆ.ଦୁ.ନିଉଜ): ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ ଫୁଲନଖରାରେ ଦୀର୍ଘ ଏକ ମାସ ଧରି ଜାରି ରହିଥିବା ପିଙ୍କ ଅକ୍ଟୋବର କ୍ୟାମ୍ପେନ୍ ବୁଧବାର ଉଦ୍ଯାପିତ ହୋଇଯାଇଛି । ହସ୍ପିଟାଲ୍ର ସର୍ଜିକାଲ୍ ଅକୋଲୋଜି, କମ୍ୟୁନିଟି ମେଡିସିନ୍, ଏଣ୍ଡୋକ୍ରାଇନ୍ ସର୍ଜରୀ ବିଭାଗ ଏବଂ ଆସୋସିଏସନ୍ ଅଫ୍ ବ୍ରେଷ୍ଟ୍ ସର୍ଜନସ୍ ଅଫ୍ ଇଣ୍ଡିଆ (ଏବିଏଆଇ)ର ମିଳିତ ଆନୁକୂଲ୍ୟରେ ଏହି ପିଙ୍କ୍ ଅକ୍ଟୋବର କ୍ୟାମ୍ପେନ୍ର ଆୟୋଜନ କରାଯାଇଥିଲା ।
ଉଦ୍ଯାପନୀ କାର୍ଯ୍ୟକ୍ରମରେ ଚଳିତ ବର୍ଷର ପ୍ରସଙ୍ଗ ‘ଏଭରି ଷ୍ଟୋରୀ ଇଜ୍ ୟୁନିକ୍ ଆଣ୍ଡ ଏଭରି ଜର୍ନି ମ୍ୟାଟର୍ସ’ ଉପରେ ଆଲୋକପାତ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସାଇଁ ଯୋଗ ଦେଇ କହିଥିଲେ ଯେ ବର୍ତମାନ ସମୟରେ ସ୍ତନ କର୍କଟ ରୋଗ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି । ସାଧାରଣତଃ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ପ୍ରକାର କର୍କଟ ସମସ୍ୟା ମଧ୍ୟରେ ଏହାର ସ୍ଥାନ ଦ୍ଵିତୀୟ । ଏହା ଏକ ମାରାତ୍ମକ ରୋଗ ହୋଇଥିବାବେଳେ ଏଥିରେ ମୃତ୍ୟୁହାରର ସଂଖ୍ୟା ମଧ୍ୟ ଅଧିକ ।
ଏକ ମାସ ବ୍ୟାପି ଚାଲିଥିବା ଏହି କ୍ୟାମ୍ପେନ୍ ପରିପ୍ରେକ୍ଷୀରେ ହସ୍ପିଟାଲ୍ ପରିସରରେ ବିଭିନ୍ନ ପ୍ରକାର ସଚେନତନତା ମୂଳକ କାର୍ଯ୍ୟକ୍ରମ ସହିତ ଏହାର ଆଖପାଖ ଅଂଚଳର ଲୋକମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ କିଭଳି ଏହି ବ୍ୟାଧିକୁ ନେଇ ଭୟଭୀତ ନ ହୋଇ ଏହାର ଲକ୍ଷଣ ବିଷୟରେ ଜାଣିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ସହ ପ୍ରାରମ୍ଭିକ ଅବସ୍ଥାରୁ ଚିକିତ୍ସା ଆରମ୍ଭ କରିବେ ସେ ସମ୍ପର୍କରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରଫେସର ସାଇଁ କହିଥିଲେ ।
ଏହି ଅବସରରେ ଆଡିସ୍ନାଲ୍ ମେଡିକାଲ୍ ସୁପରିଟେଣ୍ଡେଟ ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାଇର) ତାପସୀ ପତି ସାଗତ ଭାଷଣ ପ୍ରଦାନ କରିବା ସହିତ ସ୍ତନ କର୍କଟର ଲକ୍ଷଣ, ଚିକିତ୍ସା ଓ ଲୋକମାନଙ୍କ ମନରେ ଥିବା ଭୟାବହତାକୁ କିଭଳି ଦୂର କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ ।
ଏହି ଅବସରରେ ହସ୍ପିଟାଲ୍ର ଆଡିସ୍ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ରାଜେଶ କୁମାର ସେଠୀ, ସର୍ଜିକାଲ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପଦ୍ମାଳୟା ଦେବୀ, ଗାଇନୋକୋଲୋଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଜିତା ପରିଜା ମଧ୍ୟ ବକ୍ତବ୍ୟ ପ୍ରଦାନ ରଖୁଥିଲେ ।
କାର୍ଯ୍ୟକ୍ରମରେ ପୂର୍ବରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ସ୍ତନ କର୍କଟ ସଚେତନତା ଏବଂ ସମାଜରେ ସ୍ବାସ୍ଥ୍ୟ ସେବାକୁ ତ୍ବରାନିତ୍ବ କରିବା ସହ କର୍କଟ ବିରୋଧରେ ଲଢେଇ କରିବା ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିବା ନିମନ୍ତେ ଛାତ୍ରଛାତ୍ରୀ, ଫ୍ୟାକନ୍ତି ଓ ଡାକ୍ତରମାନଙ୍କ ଦ୍ବାରା ଏକ ସଚେତନତାମୂଳକ ସ୍ୱାକାଥନ ମଧ୍ୟ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସର୍ଜିକାଲ୍ ଅକୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଗାରିମା ସରାଓଗି ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଆସୋସିଏଟ୍ ପ୍ରଫେସର (ଡାକ୍ତର) ପ୍ରତୀକ୍ ଗୌତମ ଏକ ଅନ୍ଲାଇନ୍ କୁଇଜ୍ ପରିଚାଳନା କରିଥିଲେ । ଶେଷରେ ଆସୋସିଏଟ୍ ପ୍ରଫେସର (ଡାକ୍ତର) ତୁଷାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
