33.96 kB
*ଗହଣା, କଳାକୃଭିର ଗଢ଼ା ମଜୁରିରେ ୩୦% ପର୍ଯ୍ୟନ୍ତ ରିହାତି ବ୍ରାଣ୍ଡ୍ ପକ୍ଷରୁ ହୃଦୟସ୍ପର୍ଶୀ ‘ୱେଡିଂ ଷ୍ଟୋରିଜ୍’ କ୍ୟାମ୍ପେନ୍
ଭୁବନେଶ୍ୱର,୧୪୧୧: (ଆ.ଦୁ.ନିଉଜ) ଓଡ଼ିଶାର ସର୍ବବୃହତ୍ ଏକ୍ସକୁସିଭ ରୁପା ଗହଣା ଚେନ୍ ଚାନ୍ଦି ଭଣ୍ଡାର ଖଣ୍ଡଗିରିରେ ଏହାର ୨୫ତମ ସ୍କୋର୍ର ଶୁଭାରମ୍ଭ କରିଛି। ଏହା ସହିତ ବ୍ରାଣ୍ଡ୍ ଏକ ନୂଆ ମାଇଲଖୁଣ୍ଟ ଯୋଡ଼ିଛି। ବ୍ରାଣ୍ଡ୍ର ଶୁଦ୍ଧତା, ଐତିହ୍ୟ ଏବଂ ବିଶ୍ଵାସର ଯାତ୍ରାର ଏହା ଏକ ଉଜ୍ଜ୍ଵଳ ପ୍ରମାଣ । ନିଜର ଅତୁଳନୀୟ କାରିଗରୀ ଏବଂ କଳାକୃଦ୍ଧି ପାଇଁ ଜଣାଶୁଣା ଚାନ୍ଦି ଭଣ୍ଡାର ପତ୍ୟେକ ନୂଆ ଅଧ୍ୟାୟ ସହିତ ରୁପା ଅନୁଭୂତିକୁ ପୁନଃପରିଭାଷିତ କରିଆସୁଛି ।

ଖଣ୍ଡଗିରି ଗୁମ୍ଫା ରୋଡ୍ରେ ୨୫୦୦ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ନୂଆ ଷ୍ଟୋର୍ର ଡିଜାଇନ୍ ଏବଂ ମନମୋହକ ଡିସ୍ପ୍ରେ ଅତି ସୁନ୍ଦର ପରିବେଶ ପ୍ରଦାନ କରୁଛି। ଐତିହ୍ୟ ସହିତ ମିଶ୍ରିତ ଆଧୁନିକ ବିଳାସକୁ ପ୍ରତିଫଳିତ କରିବା ପାଇଁ ଏହି ନୂଆ ଷ୍ଟୋର ରୁପା କଳାକୃଭିର ସର୍ବୋତ୍ତମ ପ୍ରଦର୍ଶନ କରୁଛି। ଏଥିସହିତ ଏହା ଗ୍ରାହକଙ୍କୁ ଏକ ନିମଗ୍ନ ଏବଂ ପ୍ରେରଣାଦାୟକ ସପିଂ ଅଭିଜ୍ଞତା ପ୍ରଦାନ କରେ ।
ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ଚାନ୍ଦି ଭଣ୍ଡାର ‘ୱେଡିଂ ଷ୍ଟୋରିଜ୍ ବାୟ ଚାନ୍ଦି ଭଣ୍ଡାର କ୍ୟାମ୍ପେନ୍
ଆଣିଛି । ଏହି ହୃଦୟସ୍ପର୍ଶୀ କ୍ୟାମ୍ପେନ୍ ପ୍ରକୃତ ଦମ୍ପତିଙ୍କ ଦ୍ୱାରା ବିନିମୟ ହେଉଥିବା ଭାବନା, ସ୍ମୃତି ଏବଂ ବିରାସତକୁ ଅତି ସୁନ୍ଦର ଭାବେ କଏଦ୍ କରିଥାଏ । କାରଣ ପ୍ରତ୍ୟେକ ବିବାହ ଏକ କାହାଣୀ ତିଆରି କରେ। କନ୍ୟାର ଅତି ପ୍ରିୟ ବିରାସତ, ବରର ଗର୍ବର ଆଭୂଷଣ ଏବଂ ପରିବାରର ସମ୍ପତ୍ତି, ଯାହା ପିଢ଼ି ପରେ ପିଢ଼ିକୁ ସଂଯୋଗ କରେ । ପ୍ରତ୍ୟେକ ପିସ୍ ଗହଣା ଦମ୍ପତିଙ୍କ ଯାତ୍ରାର ଅଂଶ ପାଲଟେ । ଏହା ପ୍ରେମ ଏବଂ ଜୀବନକାଳ ସ୍ମୃତିର ମୁକସାକ୍ଷୀ। ଏହି ଡବଲ୍ ସେଲିବ୍ରେସନକୁ ପାଳନ କରିବାକୁ ଯାଇ ଚାନ୍ଦି ଭଣ୍ଡାର ଏକ ସୀମିତ ସମୟ ଅଫର ଘୋଷଣା କରିଛି। ଏହା ଅନ୍ତର୍ଗତ ଗ୍ରାହକ ନଭେମ୍ବର ୧୫ରୁ ୩୦ ପର୍ଯ୍ୟନ୍ତ ରୂପା ଗହଣା ଏବଂ କଳାକୃଭିର ଗଢ଼ା ମଜୁରି ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏହି ଅଫର୍ ଭକ୍ତ ମୂଲ୍ୟବାନ ଗ୍ରାହକମାନଙ୍କ ପ୍ରତି ଏକ କୃତଜ୍ଞତାର ନିଦର୍ଶନ, ଯେଉଁମାନେ ଚାଦି ଭଣ୍ଡାରକୁ ସେମାନଙ୍କ କାହାଣୀ ଆଣିଛତି ଓ ଚାନ୍ଦି ଭଣ୍ଡାରକୁ ସେମାନଙ୍କ ସ୍ବତନ୍ତ୍ର ଦିନର ଅଂଶ କରିଥାନ୍ତି।

ଚାନ୍ଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍ସା ହଂସ କୁହନ୍ତି, ଆମ ଗହଣା ଆଭୂଷଣଠାରୁ ଆହୁରି ଅଧିକ କିଛି । ଏହା ପରମ୍ପରାର ଏକ ଖଣ୍ଡ, ପ୍ରେମର ପ୍ରକାଶନ ଏବଂ ଆମ ଗ୍ରାହକଙ୍କ ବିବାହ କାହାଣୀର ଅଂଶ । ଏହି କ୍ୟାମ୍ପେନ୍ ସହ ଆମେ ବାସ୍ତବ ଦମ୍ପତିଙ୍କ ସେହି ସମ୍ପର୍କ ଏବଂ ପ୍ରକୃତ ସୌନ୍ଦର୍ଯ୍ୟକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛୁ।
ସର୍ବୋତ୍ତମ ଗହଣା ସହିତ ଆହୁରି ଅଧିକ କିଛି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର। ପାରମ୍ପରିକ ରୁପା ଆଇଟମ୍ ସହିତ ଆଧୁନିକ ଲାଇଫ୍ଷ୍ଟାଇଲ୍ ଉତ୍ପାଦ ଏହା ଉପଲବ୍ଧ କରିଥାଏ । ପରିବାରର ସମସ୍ତ ସଦସ୍ୟଙ୍କ ଆବଶ୍ୟକତାକୁ ଚାନ୍ଦି ଭଣ୍ଡାର ପୂରଣ କରିଥାଏ।
ମହିଳାମାନଙ୍କ ପାଇଁ ଅକ୍ସିଡାଇଜ୍ଡ ଏବଂ ଜିକନ୍ଖଚିତ ନେକ୍ଲେସ୍, ଚୁଡ଼ି, ମୁଦି, କାନଫୁଲ, ବ୍ରେସ୍ଲେଟ୍ ଏବଂ ଆଟ୍ଲେଟ୍ର ଭଳିକି ଭଳି ସମ୍ଭାର ଏଠାରେ ରହିଛି, ଯାହାକି ଫେଷ୍ଟିଭ ସେଲିବ୍ରେଶନ୍ ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ।
ପୁରୁଷଙ୍କ ରୁପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଷ୍ଟୋରରେ ଉପଲବ୍ଧ, ଯେଉଁଥିରେ ବ୍ରେସ୍ଲେଟ୍, ମୁଦି, କଫ୍ଲିଙ୍କ୍ ଏବଂ ଚେନ୍ ଆଦି ରହିଛି । ପିଲାମାନଙ୍କ ପାଇଁ କୌତୁକିଆ ଏବଂ ପ୍ରିମିୟମ କିତ୍ସ କଲେକ୍ସନ ‘ଟ୍ରେଜର୍ସ’ ଉପଲବ୍ଧ।
ଚାନ୍ଦି ଭଣ୍ଡାର ବିଷୟରେ: ଚାନ୍ଦି ଭଣ୍ଡାର ରାଜ୍ୟର ସର୍ବବୃହତ୍ ରୁପା ଗହଣା ଚେନ୍ ଷ୍ଟୋର । ୨୦୧୩ରେ ଏକ ସ୍ବତନ୍ତ୍ର
ସିଲ୍ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ରାଜ୍ୟରେ ୨୫ରେ ପହଞ୍ଚିଛି। ଭୁବନେଶ୍ଵରର ରଘୁନାଥପୁର, ସହିଦ ନଗର, ପଟିଆ, ରସୁଲଗଡ, ଜନପଥ, ସୌଭାଗ୍ୟନଗର, ନୟାପଲ୍ଲୀ, ଲୁଇସ୍ ରୋଡ୍ ଏବଂ ଖଣ୍ଡଗିରି, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ୍ ଓ ସିଡିଏ, ରାଉରକେଲା, ଅନୁଗୁଳ, ଯାଜପୁର, ବ୍ରହ୍ମପୁର, ବାଲେଶ୍ଵର, ଢ଼େଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗୀର ଏବଂ ଭଦ୍ରକରେ ଏହାର ଷ୍ଟୋର ରହିଛି। ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ଲିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାବି ଭଣ୍ଡାରର ପ୍ରତିଶ୍ରୁତି ।
