ଭୁବନେଶ୍ୱ ନଶ୍ୱର,୧୯।୧୧ (ଆ.ଦୁ.ନିଉଜ): ଟାୟାର ଟେକ୍ନୋଲେlଜି ପାଠ୍ୟକ୍ରମ ନେଇ କିଟ ବିଶ୍ୱବିଦ୍ୟାଳୟ ଓ ଆପୋଲୋ ଟାୟାର୍ସ ମଧ୍ଯରେ ମଙ୍ଗଳବାର ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଯାଇଛି କିଟ୍ ବିଶ୍ଵ ବି ଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ ଆପୋଲୋ ଟାୟାର୍ସର ଫି ଟେକ୍ନିକାଲ୍ ସର୍ଭିସ୍ ମୁଖ୍ୟ ଅନୀତ ଚାକୁ ଏମ୍ଓୟୁ ସ୍ୱାକ୍ଷର କରିଥିଲେ,ଟାୟାର ଟେକ୍ନୋଲୋଜିରେ ସ୍ଵତନ୍ତ୍ର ପାଠ୍ୟକ୍ରମ ପ୍ରଚଳନ କରିବାରେ କିଟ୍ ଭାରତର ପ୍ରଥମ ବିଶ୍ଵବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିବାକୁ ଯାଉଛି ଏହି ବୁଝାମଣା ଫଳରେ ଟାୟାର ବିଜ୍ଞାନ, ଟାୟାର ଡିଜାଇନ୍ , ଉତ୍ପାଦନ, ପରୀକ୍ଷଣ ଏବଂ ସ୍ଥାୟିତ୍ଵକୁ ଅନ୍ତର୍ଭୁକ୍ତ କରୁଥିବା ଏକ ସ୍ଵତନ୍ତ୍ର ଇଚ୍ଛାଧୀନ ବିଷୟ ପ୍ରଦାନ କରିପାରିବ କିଟ୍ । ଆପୋଲୋ ଟାୟାର୍ସ ବିଶ୍ଵବିଦ୍ୟାଳୟକୁ ପାଠ୍ୟକ୍ରମର ବିକାଶ, ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତି ଏବଂ ନୂତନତ୍ତମ ଶିଳ୍ପ ଧାରା ସହିତ ଶିକ୍ଷାଦାନକୁ ସମନ୍ବିତ କରିବାରେ ସହାୟତା କରି ବ। କମ୍ପାନୀର ବିଶେ ଷଜ୍ଞ ମାନେ ଶିକ୍ଷାଦାନ କରିବେ । ଏହି ଅବସରରେ ପ୍ରଫେସର ସିଂହ କହିଲେ, ଏହା ହେଉଛି ଭାରତର ପ୍ରଥମ ଓ ସ୍ୱତନ୍ତ୍ର ଢାଞ୍ଚାର ବୁଝାମଣା। ପ୍ରାୟ କୌଣସି ଇଞ୍ଜିନିୟରିଂ ‘ ଶିକ୍ଷାନୁଷ୍ଠାନ ଟାୟାର ଉତ୍ପାଦନ ଉପରେ ସ୍ଵତନ୍ତ୍ର ପାଠ୍ୟକ୍ରମ ପ୍ରଦାନ କରିନାହାନ୍ତି I ଆପୋଲୋ ଟାୟାର୍ସର ଉତ୍ପାଦନ ବିକାଶ ମୁଖ୍ୟ ପ୍ରଶାନ୍ତ କୁମାର ଏସ୍ କହିଲେ, ଏହି ବୁଝାମଣାପତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଗଭୀର ଶିଳ୍ପ-ସlମର୍ଥ୍ୟତ ଦକ୍ଷତା ପ୍ରଦାନ କରିବ I ବୁଝାମଣା ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଏହା କିଟ୍ ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ଓ ପାଠ୍ୟକ୍ରମରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ସେ କହିଛନ୍ତି I

